fbpx

ରୁଷ ସହ ଯୁଦ୍ଧ ପାଇଁ ୟୁକ୍ରେନକୁ ସାହାଯ୍ୟ କରିବ ଆମେରିକା, ୨୭୫ ମିଲିୟନ ଡଲାରରେ ଦେବ ସୈନ୍ୟ ସହାୟତା ପ୍ୟାକେଜ

AAKASH

ନୂଆଦିଲ୍ଲୀ: ରୁଷ ଏବଂ ମଧ୍ୟରେ ଯୁଦ୍ଧ ଥମିବାର ନାମ ନେଉନାହିଁ । ଏଥିରେ ୟୁକ୍ରେନକୁ ଗୋଳା-ବାରୁଦ ପାଇଁ ଟଙ୍କା ସମସ୍ୟା ବି ଦେଖାଦେଇଛି । ହେଲେ ୟୁଏସ ଅଧିକାରୀମାନଙ୍କ ମୁତାବକ ଆମେରିକା ଏହି ଯୁଦ୍ଧରେ ୟୁକ୍ରେନକୁ ବ୍ୟାକଅପ ସପୋର୍ଟ ଦେବା ଲାଗି ପ୍ରସ୍ତୁତ ହେଉଛି । ଆମେରିକା ବର୍ତ୍ତମାନ ୟୁକ୍ରେନକୁ ୨୭୫ ମିଲିୟନ ଡଲାରର ମିଲିଟ୍ରୀ ଆଡ ପ୍ୟାକେଜ ଦେବା ଲାଗି ପ୍ରସ୍ତୁତ ଚଳାଇଛି । ଏହି ପ୍ୟାକେଜରେ ସେ ୟୁକ୍ରେନ ପାଇଁ ଗୋଳା-ବାରୁଦ ସହ ଭୂତଳ ଯାନ ସହ ବାୟୁ ଯୁଦ୍ଧ ସାମଗ୍ରୀ ଦେବା ଲାଗି ପ୍ରସ୍ତୁତି ଚଳାଇଛି ।

ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଏବେବି ଜାରି ରହିଛି । ମସ୍କୋର ସେନା ୟୁକ୍ରେନର ଖାର୍କିବ ଉପରେ ଅନେକ ବର୍ଷରୁ ଲଗାତାର ଆକ୍ରମଣ କରୁଛି । ୟୁକ୍ରେନ ମଧ୍ୟ ଏହାର ପ୍ରତିଉତ୍ତର ଦେଇ ଯୁଦ୍ଧ କରୁଛି । ୧୦ ମେ ରେ ରୁଷ ଖାର୍କିବ ସହର ଆଖପାଖ ଅଞ୍ଚଳରେ ରୁଷ ଭୂମି ଆକ୍ରମଣ ମଧ୍ୟ କରିଥିଲା । ମସ୍କୋର ସେନା ଅନେକ ମାସ ଧରି ଖାର୍କିବ ଉପରେ ଆକ୍ରମଣ କରିଥିଲେ ଏବଂ ୧୦ ମେ ରେ ଏଠାରେ ଭୂମି ଆକ୍ରମଣ କରିଥିଲା । ଶୁକ୍ରବାର ଦିନ ଆମେରିକା ପକ୍ଷରୁ ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ସହାୟତା ପାଇଁ ନିଷ୍ପତ୍ତି ନେଇପାରେ ।

Get real time updates directly on you device, subscribe now.