fbpx

TMC ବିରୁଦ୍ଧରେ ବିଜ୍ଞାପନକୁ ନେଇ ହାଇକୋର୍ଟଙ୍କ ରୋକ୍; ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲା BJP

AAKASH

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ବିରୋଧରେ ବିଜେପିର ବିଜ୍ଞାପନ ଉପରେ କଲିକତା ହାଇକୋର୍ଟ ରୋକ୍ ଲଗାଇଛନ୍ତି । ଏହାକୁ ନେଇ ପଶ୍ଚିମବଙ୍ଗ ବିଜେପି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି । ବିଜେପି କହିଛି ଯେ କଲିକତା ହାଇକୋର୍ଟ ଆମ ପକ୍ଷ ନ ଶୁଣି ଏକତରଫା ଆଦେଶ ଦେଇଛନ୍ତି । ଏଭଳି ସ୍ଥିତିରେ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଏହି ମାମଲାର ତୁରନ୍ତ ଶୁଣାଣି ହେବା ଦରକାର । ଅନ୍ୟପକ୍ଷରେ ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି ସୋମବାର କରିବାକୁ କହିଛନ୍ତି । ବାସ୍ତବରେ ନିକଟରେ ଲୋକସଭା ନିର୍ବାଚନ ମଧ୍ୟରେ କଲିକତା ହାଇକୋର୍ଟ ଟିଏମସି ବିରୋଧରେ ବିଜ୍ଞାପନ ଉପରେ ପ୍ରତିବନ୍ଧକ ଲଗାଇ ବିଜେପିକୁ ଝଟକା ଦେଇଥିଲେ ।

ଆଦର୍ଶ ଆଚରଣ ବିଧିକୁ ଉଲ୍ଲଂଘନ କରି କୌଣସି ବିଜ୍ଞାପନ ପ୍ରକାଶ ନ କରିବାକୁ ବିଜେପିକୁ ନିର୍ଦ୍ଦେଶ ଦେଇଥିବା ଏକକ ଖଣ୍ଡପୀଠଉପରେ ରୋକ ଲଗାଇବାକୁ ବୁଧବାର କଲିକତା ହାଇକୋର୍ଟର ଖଣ୍ଡପୀଠ ମନା କରିଦେଇଛନ୍ତି । ବିଜେପି ମଧ୍ୟ କଲିକତା ହାଇକୋର୍ଟରେ ଆବେଦନ କରି ଦାବି କରିଥିଲା ଯେ ଏକକ ଖଣ୍ଡପୀଠ ଏହାର ଶୁଣାଣି ନକରି ଏହି ନିର୍ଦ୍ଦେଶ ଦେଇଛନ୍ତି । ଏହି ଯୁକ୍ତିକୁ ଖାରଜ କରି କଲିକତା ହାଇକୋର୍ଟର ଖଣ୍ଡପୀଠ ଏକକ ଖଣ୍ଡପୀଠଙ୍କ ଆଦେଶକୁ ବଜାୟ ରଖିଛନ୍ତି ।

Get real time updates directly on you device, subscribe now.