fbpx

ରୁଷ ସୀମାକୁ ୧୨ ହଜାର ସୈନିକ ପଠାଇଲା ଆମେରିକା, କଣ ହେବ ତୃତୀୟ ବିଶ୍ଵ ଯୁଦ୍ଧ ?

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ରୁଷର ଆକ୍ରମଣ ଜାରି ରହିଛି। କିଭ୍ ଦଖଲ ପାଇଁ ଅହରହ ଉଦ୍ୟମ ଚଳାଇଛନ୍ତି ରୁଷ ସେନା। ଯୁଦ୍ଧ ୧୫ ଦିନ ବିତିବା ପରେ ଏବେ ଆମେରିକା ସକ୍ରିୟ ହୋଇ ଉଠିଛି। ରୁଷ ସୀମାକୁ ନିଜର ୧୨ ହଜାର ସୈନିକ ପଠାଇଛି। ଏହି ସବୁ ସୈନିକ ଲାଟଭିଆ, ଏଷ୍ଟୋନିଆ, ଲିଥୁଆନିଆ ଏବଂ ରୋମାନିଆ ପରି ଦେଶଗୁଡିକର ରୁଷ ସଂଲଗ୍ନ ସୀମାରେ ମୁତୟନ ହେବେ। ଏହାରି ପ୍ରଭାବରେ ଯୁଦ୍ଧ ଆହୁରି ଭୟଙ୍କର ହେବାର ସମ୍ଭାବନାକୁ ଏଡାଇ ଦିଆଇ ନପାରେ। ତେବେ ରାଷ୍ଟ୍ରପତି ଜୋ ବାଇଡେନ୍ ଜୋର ଦେଇ କହିଛନ୍ତି ଆମେରିକା ୟୁକ୍ରେନରେ ତୃତୀୟ ବିଶ୍ଵ ଯୁଦ୍ଧ ଲଢିବାକୁ ଯାଉ ନାହୁଁ। କିନ୍ତୁ ସେ ରୁଷକୁ କଡା ସନ୍ଦେଶ ଦେଇଛନ୍ତି ଯେ, ଓ୍ଵାଶିଂଟନ ନାଟୋ ପରିଧିରେ ଆସୁଥିବା ପ୍ରତି ଇଞ୍ଜ ମାଟିର ରକ୍ଷା କରିବ। ଶୁକ୍ରବାର ହାଉସ ଡେମୋକ୍ରାଟିକ କକସର ସଦସ୍ୟଙ୍କୁ ସମ୍ବୋଧିତ କରି ଏହା କହିଛନ୍ତି ରାଷ୍ଟ୍ରପତି ବାଇଡେନ।

ନାଟୋରେ ୩୦ ଉତ୍ତର ଆମେରିକୀୟ ଏବଂ ୟୁରୋପୀୟ ଦେଶଗୁଡିକର ସମୂହ। ନାଟୋ ଅନୁଯାୟୀ, ସୈନ୍ୟ ଏବଂ କୂଟନୈତିଜ୍ଞ ମାଧ୍ୟମରେ ନିଜ ସଦସ୍ୟ ଦେଶଗୁଡିକର ସ୍ଵାଧୀନତା ଏବଂ ସୁରକ୍ଷା ସୁନିଶ୍ଚିତ କରିବା ତାର କାମ। ବାଇଡେନ୍ କହିଛନ୍ତି, ରୁଷ ଆକ୍ରମଣର ମୁକାବିଲାରେ ୟୁକ୍ରେନବାସୀ ଅଦ୍ୟମ ସାହାସ ଏବଂ ବାହାଦୂରୀ ଦେଖାଇଛନ୍ତି। ଆମେରିକା ତରଫରୁ ଦିଆଯାଉଥିବା ସୁରକ୍ଷା ଉପକରଣ ୟୁକ୍ରେନବାସୀଙ୍କ ସୁରକ୍ଷାରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ବାଇଡେନ୍ କହିଛନ୍ତି।

ଆମେରିକା ରାଷ୍ଟ୍ରପତି କହିଛନ୍ତି, ଯେଉଁଭଳି ୟୁକ୍ରେନକୁ ସମର୍ଥନ କରାଯାଉଛି, ଠିକ୍ ସେହିପରି ଆମେ ୟୁରୋପରେ ନିଜର ସହଯୋଗୀଙ୍କ ସହିତ ଛିଡା ହୋଇ ରହିବୁ। ଆମେ ସ୍ପଷ୍ଟ ସନ୍ଦେଶ ଦେଉଛୁ ଯେ, ନାଟୋ ପରିଧିରେ ଆସୁଥିବା ଏକ ଏକ ଇଞ୍ଚ ଭୁମିର ରକ୍ଷା କରିବୁ। ଏଥିପାଇଁ ଆମେରିକା ଲାଟଭିଆ, ଏଷ୍ଟୋନିଆ, ଲିଥୁଆନିଆ ଏବଂ ରୋମାନିଆ ସହିତ କିଛି ଅନ୍ୟ ଦେଶରେ ରୁଷ ସଂଲଗ୍ନ ସୀମାକୁ ୧୨ ହଜାର ସୈନିକ ପଠାଇଛୁ। ଯଦି ଆମେ କାର୍ଯ୍ୟାନୁଷ୍ଠାନ ନେଉ ତେବେ ତୃତୀୟ ବିଶ୍ଵ ଯୁଦ୍ଧ ନିଶ୍ଚିତ ହେବ ବୋଲି ବାଇଡେନ୍ କହିଛନ୍ତି।

 

Get real time updates directly on you device, subscribe now.