fbpx

ଇସ୍ରାଏଲ ବିରୁଦ୍ଧରେ ଆମେରିକା ନେବ ବଡ କାର୍ଯ୍ୟାନୁଷ୍ଠାନ , ରାଗରେ ଜଳୁଛନ୍ତି ବେଞ୍ଜାମିନ୍ ନେତନ୍ୟାହୁ

ତେଲଆଭିଭ୍‌: ଇସ୍ରାଏଲ୍ ସେନା ପାଲେଷ୍ଟାଇନ୍ ୱେଷ୍ଟବ୍ୟାଙ୍କରେ ମାନବାଧିକାର ଉଲଙ୍ଘନ କରିଥିବା ନେଇ ଗମ୍ଭୀର ଅଭିଯୋଗ ହୋଇଛି । ଏହାରି ମଧ୍ୟରେ ଏପରି ଖବର ଆସିଛି କି ଆମେରିକା ସେଠାରେ ସାଧାରଣ ଲୋକଙ୍କୁ ଟାର୍ଗେଟ୍ କରାଯାଇଥିବା ଅଭିଯୋଗରେ ଇସ୍ରାଏଲ୍ ପ୍ରତିରକ୍ଷା ବାହିନୀ(IDF) ର ଏକ ୟୁନିଟ୍ ଉପରେ ପ୍ରତିବନ୍ଧ ଘୋଷଣା କରିପାରେ । ଯଦି ଏହା ହୁଏ ତେବେ କୌଣସି ଇସ୍ରାଏଲ୍ ସୈନ୍ୟ ବିଭାଗ ଉପରେ ବାଇଡେନ୍ ପ୍ରଶାସନର ଏହା ପ୍ରଥମ କାର୍ଯ୍ୟାନୁଷ୍ଠାନ ହେବ ।
ଇସ୍ରାଏଲ୍ ସେନାର ଏହି ୟୁନିଟର ନାମ ନେତଜାହ ୟେହୁଦା ବାଟାଲିଅନ ଅଟେ । ବିଶେଷ ସୂତ୍ରରୁ ଜଣାପଡିଛି ନେତଜାହ ୟେହୁଦା ସୈନିକ ଆମେରିକା ସୈନିକଙ୍କ ସହ ପ୍ରଶିକ୍ଷଣ ନେଇପାରିବେ ନାହିଁ କିମ୍ବା ଆମେରିକା ଫଣ୍ଡିଂ କରୁଥିବା କୌଣସି କାର୍ଯ୍ୟକ୍ରମରେ ଭାଗ ନେଇ ପାରିବେ ନାହିଁ । ଏହି ପ୍ରତିବନ୍ଧ ପରେ ବାଟାଲିଅନକୁ ଆମେରିକା ଅସ୍ତ୍ରଶସ୍ତ୍ର ହସ୍ତାନ୍ତର ଉପରେ ବି ପ୍ରତିବନ୍ଧ ଲାଗିଯିବ ।
ନେତଜାହ ୟେହୁଦା ଦକ୍ଷିଣପନ୍ଥୀ ଉଗ୍ରବାଦ ଓ ପାଲେଷ୍ଟାନୀୟଙ୍କ ବିରୁଦ୍ଧରେ ହିଂସାକୁ ନେଇ ଗତ କିଛଇଦିନ ଧରି ବିବାଦରେ ରହିଛି । ୭୮ ବର୍ଷୀୟ ପାଲେଷ୍ଟାଇନ୍‌-ଆମେରିକା ନାଗରିକ ଉମର ଅସଦଙ୍କ ମୃତ୍ୟୁ ବି ଏଥିରେ ସାମିଲ ରହିଛି । ଏହି ବାଟାଲିଅନର ସୈନିକ ଉମର ଅସଦଙ୍କୁ ଜେଲ୍‌କୁ ନେବା ପରେ ତାଙ୍କର ମୃତ୍ୟୁ ଘଟିଥିଲା ।
ତେବେ ଆମେରିକା ନେବାକୁ ଯାଉଥିବା ଏପରି ପଦକ୍ଷେପକୁ ନେଇ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁ ବେଶ୍ ନାରାଜ ଅଛନ୍ତି । ସେ ଏପରି କାର୍ଯ୍ୟାନୁଷ୍ଠାନକୁ ଅବିବେକିତା ଓ ନୈତିକ ନିମ୍ନତା ବୋଲି କହିଛନ୍ତି । ସେ କହିଛନ୍ତି ଯେଉଁ ସମୟରେ ଆମ ସୈନିକମାନେ ଆତଙ୍କର ରାକ୍ଷସ ସହ ଲଢୁଛନ୍ତି ସେହି ସମୟରେ –ର ଏକ ୟୁନିଟ୍ ଉପରେ ପ୍ରତିବନ୍ଧ ଲଗାଇବା ଅବିବେକିତା ଓ ନୈତିକ ପତନର ପରିଚୟ ଅଟେ । ମୋ ସରକାର ଏହି ପଦକ୍ଷେପ ବିରୁଦ୍ଧରେ ସମସ୍ତ ପ୍ରକାର କାର୍ଯ୍ୟାନୁଷ୍ଠାନ ନେବ ।

Get real time updates directly on you device, subscribe now.