fbpx

ଫେକ ନ୍ୟୁଜର ଶିକାର ହେଲେ ସୁଗାର ସିଇଓ ବିନୀତା ସିଂହ, ପ୍ରସାରିତ ହେଉଛି ମୃତ୍ୟୁର ମିଛ ଖବର

ନୂଆଦିଲ୍ଲୀ: ସୁଗାର କଷ୍ଟମେଟିକ୍ସର ସିଇଓ ଏବଂ ଶାର୍କ ଟେକ ଇଣ୍ଡିଆର ଜଜ ବିନୀତା ସିଂହ ଗତକିଛି ଦିନ ହେବ ସମସ୍ୟା ଦେଇ ଗତି କରୁଛନ୍ତି । ତାଙ୍କର ମୃତ୍ୟୁ ଘଟିବା ଏବଂ ଗିରଫ ହେବା ଖବର କିଛି ଦିନ ହେବ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଖବର ପାଇଁ ବିନୀତା ସିଂହଙ୍କ ସମସ୍ୟା ବଢିଯାଇଛି । ସେ ସୋସିଆଲ ମିଡିଆରେ ଲୋକଙ୍କୁ ସାହାଯ୍ୟ ମାଗିଛନ୍ତି ଯେ, ସେ କିପରି ଏହି ସମସ୍ୟାରୁ ମୁକୁଳିବେ ।

ବିନୀତା ସିଂହ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଲେଖିଛନ୍ତି ଯେ, ମୋ ମୃତ୍ୟୁ ବା ଗିରଫ ହେବା ଖବର ବିଲକୁଲ ମିଥ୍ୟା ଅଟେ । ମୁଁ ବୋଧ ହୁଏ ପେଡ ପିଆର ର ଶିକାର ହୋଇଛି । କିଛି ଲୋକ ପାଖାପାଖି ୫ ସପ୍ତାହରୁ ଜାଣିଶୁଣି ମୋ ବିରୋଧରେ ଏପରି ନ୍ୟୁଜ ପ୍ରସାରିତ କରୁଛନ୍ତି । ଏହା ବିରୋଧରେ ମୁଁ ମେଟାରେ ମଧ୍ୟ ଅଭିଯୋଗ କରିଛି । ଏହା ବ୍ୟତୀତ ମୁମ୍ବାଇ ସାଇବର ପୋଲିସଙ୍କ ପାଖେ ମଧ୍ୟ ଅଭିଯୋଗ ଦାଖଲ କରିଛି । ଏହି ପୁରା ଘଟଣାରେ ସବୁଠାରୁ ଦୁଃଖଦାୟକ ହେଉଛି, ଲୋକେ ବିଚଳିତ ହୋଇ ମୋ ମାଆଙ୍କୁ ଫୋନ କରିଦେଉଛନ୍ତି । ସେ ଲୋମାନଙ୍କୁ ସାହାଯ୍ୟ କରିବାକୁ ଅନୁରୋଧ କରିଛନ୍ତି । ବିନୀତା ସିଂହ ଏହି ଫେକ୍ ନ୍ୟୁଜ ସହ ଜଡିତ ଆର୍ଟିକିଲ ଏବଂ ପୋଷ୍ଟର ସ୍କ୍ରିନସର୍ଟ ମଧ୍ୟ ପୋଷ୍ଟ କରିଛନ୍ତି ।

Get real time updates directly on you device, subscribe now.