fbpx

TikTokକୁ ଲାଗିବ ଆଉ ଏକ ଝଟକା! ବ୍ୟାନ୍ କରିବାକୁ ସଂସଦରେ ମିଳିଲା ମଞ୍ଜୁରୀ

ନୂଆଦିଲ୍ଲୀ: ଲୋକପ୍ରିୟ ସୋସିଆଲ ମିଡିଆ ଆପ୍ ‘ଟିକଟକ’ ଆପକୁ ଲାଗିବାକୁ ଯାଉଛି ଆଉ ଏକ ଶକ୍ତ ଝଟକା । ଖୁବଶୀଘ୍ର ଆଉ ଏକ ଦେଶ ଏହି ଆପ୍ ଉପରେ ବ୍ୟାନ୍ ଲଗାଇବା ପାଇଁ ପ୍ରସ୍ତୁତ ହେଉଛି । ଏଥିପାଇଁ ବଡ଼ ନିଷ୍ପତ୍ତି ନେଇପାରେ ଆମେରିକା । ଟିକଟକ ଉପରେ ବ୍ୟାନ୍ ଲଗାଇବା ପାଇଁ ୟୁ.ଏସ ହାଉସ ତରଫରୁ ମଞ୍ଜୁରୀ ମଧ୍ୟ ମିଳିସାରିଛି । ତେବେ ଏକ ସର୍ତ୍ତ ରଖି ଆମେରିକା ଟିଟକ ଉପରେ ବ୍ୟାନ ଲଗାଇବାକୁ ନିଷ୍ପତ୍ତି ନେଇଛି ।

ଏଥିରେ କୁହାଯାଇଛି ଯେ, ଯଦି ଚୀନର ଲୋକପ୍ରିୟ ସୋସିଆଲ ମିଡିଆ ମଞ୍ଚ ଟିକଟକ୍ ନିଜ ଆମେରିକା ବ୍ୟବସାୟକୁ ବିକ୍ରି ନ କରେ, ତେବେ ଏହା ଉପରେ ପ୍ରତିବନ୍ଧକ ଲାଗୁ କରାଯାଇପାରେ । ନିୟମରେ ୬ ମାସର ଅଂଶଧନ ବିକ୍ରି କରିବା ପାଇଁ ସ୍ଥିର କରାଯାଇଛି । ଉଭୟ ଦଳର ବିପୁଳ ସମର୍ଥନ ସହିତି ସଦନରେ ଏହି ବିଲ୍ ପାରିତ ହୋଇଛି । ଡେମୋକ୍ରେଟ ଏବଂ ରିପବ୍ଲିକନ ଉଭୟ ଦଳ ‘ଟିକଟକ’ର ମାଲିକ ଚାଇନିଜ ଟେକ୍ନୋଲୋଜି ଫର୍ମ ବାଇଟଡାନ୍ସ ଲିମିଟେଡର ସନ୍ଦର୍ଭରେ ରାଷ୍ଟ୍ରୀୟ ସୁରକ୍ଷାକୁ ନେଇ ଚିନ୍ତା ଜାହିର କରିଛନ୍ତି । ବିଲରେ ସଂଶୋଧିତ ନିୟମକୁ ବର୍ତ୍ତମାନ ମଞ୍ଜୁରୀ ପାଇଁ ଉଚ୍ଚ ସଦନ ସିନେଟ ପଠାଯିବ । ତେବେ ଯଦି ଏ ନେଇ ନିୟମ ପ୍ରଣୟନ କରାଯାଏ, ତେବେ ମଧ୍ୟ କମ୍ପାନୀ ନିକଟରେ କ୍ରେତା ଚୟନ ପାଇଁ ୧ ବର୍ଷ ପର୍ଯ୍ୟନ୍ତ ସମୟ ରହିବ ।

ସୂଚନା ଅନୁସାରେ, ଉଭୟ ବିଲ୍ ୩୬୦-୫୮ ର ବିପୁଳ ସମର୍ଥନ ସହିତ ଏହି ବିଲ୍ ଆମେରିକା ସଂସଦରେ ପାରିତ ହୋଇଛି। ଆମେରିକାରେ ଟିକଟକ୍ ପାଇଁ ଏହା ଏକ ବଡ଼ ଝଟକା ହୋଇପାରେ । ଆମେରିକାରେ ୧୭୦ ନିୟୁତ ଉପଭୋକ୍ତା ଏହି ସୋସିଆଲ ମିଡିଆ ଆପ୍ ଟିକଟକ ବ୍ୟବହାର କରୁଛନ୍ତି । ତେବେ ସଂସଦରେ ପାରିତ ହୋଇଥିବା ଏହି ବିଲରେ ଟିକଟକର ଅଂଶଧନ ବିକ୍ରି କରିବାର ସମୟ ସୀମା ୬ ମାସ ଧାର୍ୟ୍ୟ କରାଯାଇଛି।

Get real time updates directly on you device, subscribe now.