fbpx

(Video) ଜଳନ୍ତା ମଶାଲକୁ ପରସ୍ପର ମଧ୍ୟରେ ଫିଙ୍ଗାଫିଙ୍ଗି ହେଲେ ଶ୍ରଦ୍ଧାଳୁ, ଦେଖନ୍ତୁ ଭକ୍ତଙ୍କ ମହାଯୁଦ୍ଧ

ନୂଆଦିଲ୍ଲୀ: କର୍ଣ୍ଣାଟକର ମେଙ୍ଗଲୋରରେ ଶ୍ରୀ ଦୁର୍ଗାପରମେଶ୍ୱରୀ ମନ୍ଦିର ଅବସ୍ଥିତ । ଏହି ମନ୍ଦିର ମାଆ ଦୁର୍ଗାଙ୍କର ଅଟେ । ଏହି ମନ୍ଦିରର ଏକ ଖାସ ପରମ୍ପରା ରହିଛି । ଏଠାରେ ପ୍ରତିବର୍ଷ ଜଣେ ଅନ୍ୟ ଜଣଙ୍କ ଉପରେ ମଶାଲ ଫିଙ୍ଗାଫିଙ୍ଗି କରନ୍ତି । ଏହି ଦୁର୍ଗାପରମେଶ୍ୱରୀ ମନ୍ଦିର ନିଜ ଅଗ୍ନି କେଲି ପରମ୍ପରା ପାଇଁ ପ୍ରସିଦ୍ଧ । ଅଗ୍ନି ସହ ଖେଳୁଥିବା ଏହି ଖେଳରେ ଶତାଧିକ ଲୋକେ ଭାଗ ନିଅନ୍ତି ।

ଅଗ୍ନି କେଳୀ ପରମ୍ପରା ଏପ୍ରିଲ ମାସରେ ଆଠ ଦିନ ପର୍ଯ୍ୟନ୍ତ ଚାଲୁଛି । ଏଥିରେ ଜଣେ ଅନ୍ୟ ଜଣଙ୍କ ଉପରେ ଜଳୁଥିବା ନିଆଁ ମଶାଲକୁ ଫୋପାଡନ୍ତି । ଏହି ଖେଳକୁ ଦୂରରୁ ଦେଖିଲେ ଏପରି ଲାଗେ ଯେ, ଯେପରି ଏକ ମହାଯୁଦ୍ଧ ଲାଗିଛି । ଅନ୍ଧାର ରାତ୍ରୀରେ ନିଆଁର ଏପରି ଦୃଶ୍ୟ ଦେଖିଲେ ଲାଗେ ଯେ, ଯେପରି ମିସାଇଲ ଲଞ୍ଚ ହେଉଛି । ଏହି ଖେଳରେ ଯିଏ ଆହତ ହୋଇଯାଆନ୍ତି ସେହି କ୍ଷତାକ୍ତ ସ୍ଥାନକୁ ସଙ୍ଗେ ସଙ୍ଗେ ମାଆଙ୍କ ପବିତ୍ର ପାଣିରେ ଧୂଆ ଯାଏ । ଏପରି ପରମ୍ପରା ପ୍ରାୟ ୧୫ ମିନିଟ ପର୍ଯ୍ୟନ୍ତ ଚାଲିଥାଏ ।

୨୦ ଏପ୍ରିଲ ରାତିରେ ଏହି ମନ୍ଦିରରେ ଅଗ୍ନି କେଲୀର ଆୟୋଜନ ହୋଇଥିଲା । ଏଥିରେ ଲୋକଙ୍କୁ ଗେରୁଆ ବସ୍ତ୍ର ପିନ୍ଧି ହାତରେ ମଶାଲ ଧରି ମନ୍ଦିର ଆଡେ ଯିବାର ଦେଖାଯାଇଛି । ନିଆଁ ଖେଳ ଦେଖିବାକୁ ଅନେକ ସଂଖ୍ୟାରେ ଭିଡ ଦେଖାଦେଇଛି । ଭିଡିଓରେ ଦେଖାଯାଉଛି ଯେ, ଜଣେ ଅନ୍ୟ ଜଣଙ୍କ ଉପରେ ପକାଉଛନ୍ତି । ଏହି ସମୟରେ ଲୋକେ ଏହି ଘଟଣାକୁ ନିଜ କ୍ୟାମେରା ରେକର୍ଡ କରିଛନ୍ତି ।

Get real time updates directly on you device, subscribe now.