fbpx

ଭଲ ସ୍ୱାମୀ ପାଇଁ ୧୦ଥର ବାହାହେଲେ ଏହି ମହିଳା, ଏବେ ବି ନୂଆ ସନ୍ଧାନ

ବାହାହେବା ପାଇଁ ଲୋକମାନେ ସର୍ବଦା ଭଲ ପାର୍ଟନର ଖୋଜିଥାନ୍ତି ଓ ସେମାନଙ୍କ ସହ ସମ୍ପୂର୍ଣ୍ଣ ଜୀବନ ବିତାଇଥାନ୍ତି । କିନ୍ତୁ ଆମେରିକାର ଜଣେ ମହିଳା ମିଷ୍ଟର ରାଇଟ୍ ସନ୍ଧାନରେ ବର୍ତ୍ତମାନ ସୁଦ୍ଧା ୧୦ ଥର ବାହା ହୋଇସାରିଛନ୍ତି । ଆଶ୍ଚର୍ଯ୍ୟକର କଥା ହେଉଛି ଯେ, ସେ କେତେ ବାହାହୋଇଛନ୍ତି ଓ ଆଗକୁ କେତେ ବାହାହେବେ, ସେଥିରେ ମହିଳାଙ୍କର କୌଣସି ଫରକ୍ ନାହିଁ । ତାଙ୍କୁ ବାସ୍ ଜଣେ ମିଷ୍ଟର ରାଇଟର ସନ୍ଧାନ ରହିଛି ।

ମିଷ୍ଟର ରାଇଟ୍ ସନ୍ଧାନରେ ୧୦ ଥର ବାହା ହୋଇଥିବା ମହିଳାଙ୍କ ହେଉଛନ୍ତି ଆମେରିକାର ନ୍ୟୁୟର୍କ ସିଟିରେ ରହୁଥିବା କେସି । ନିକଟରେ କେସି ଆମେରିକାର ଜଣାଶୁଣା ଟିଭି ସୋ ‘ ଡ ଫିଲ୍ ସୋ’ରେ ଏହା ପ୍ରକାଶ କରିଛନ୍ତି । ୫୬ ବର୍ଷୀୟ କେସି କହିଛନ୍ତି ଯେ, ସେ ନିକଟରେ ୧୦ମ ବିବାହ ସମାପ୍ତ କରିଛନ୍ତି । କାରଣ ସେ ବାହାଘରରେ ସନ୍ତୁଷ୍ଟ ନଥିଲେ । ୧୦ମ ପାର୍ଟନରଙ୍କ ସହ ସମ୍ପର୍କରେ ଖୁସି ନଥିବା ବେଳେ ସବୁଦିନ କିଛି ନା କିଛି କଥା ପାଇଁ ସେମାନଙ୍କ ଭିତରେ ଝଗଡା ହେଉଥିଲା । ବର୍ତ୍ତମାନ ସେ ନିଜ ପାଇଁ ଏକ ନୂଆ ସାଥୀ ଖୋଜୁଥିବା କହିଛନ୍ତି । ତେବେ ତାଙ୍କର ସବୁଠାରୁ ଲମ୍ବା ବାହାଘର ୮ ବର୍ଷ ଚାଲିଥିଲା ।

Get real time updates directly on you device, subscribe now.