fbpx

ଆମେରିକାର ରକ୍ଷା ମନ୍ତ୍ରୀ ଲାୟଡ୍ ଅଷ୍ଟିନଙ୍କୁ କ୍ୟାନସର, ବାଇଡେନଙ୍କୁ ନଥିଲା ଖବର

AAKASH

ନୂଆଦିଲ୍ଲୀ: ଆମେରିକାର ରକ୍ଷା ମନ୍ତ୍ରୀ ଲାୟଡ୍ ଅଷ୍ଟିନ୍(Lyod Austin)ଙ୍କୁ ନେଇ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି । ଲାୟଡ୍ ଅଷ୍ଟିନ୍ କ୍ୟାନ୍ସରରେ ପୀଡ଼ିତ ଅଛନ୍ତି । ନ୍ୟାସନାଲ ସିକ୍ୟୁରିଟି କାଉନସିଲର ମୁଖପାତ୍ର ଜନ୍ କିରବୀ କହିଛନ୍ତି ଯେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଷୟରେ ମଙ୍ଗଳବାର ପର୍ଯ୍ୟନ୍ତ ହ୍ୱାଇଟ୍ ହାଉସକୁ ବି ଜଣା ନଥିଲା । ଲାୟଡ୍ ଅଷ୍ଟିନ୍ ପ୍ରୋଷ୍ଟେଟ୍ କର୍କଟରେ ପୀଡ଼ିତ ହୋଇ ଦୀର୍ଘ ୮ ଦିନରୁ ହସ୍ପିଟାଲରେ ଭର୍ତ୍ତି ଥିଲେ । ଏନେଇ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ମଧ୍ୟ ସୂଚନା ଦିଆଯାଇଛି ।

ସୂଚନାରୁ ପ୍ରକାଶ ୭୦ ବର୍ଷୀୟ ଅଷ୍ଟିନଙ୍କୁ ଡିସେମ୍ବର ୨୨ରେ ୱାଲଟର ରୀଡ଼୍ ନ୍ୟାସନାଲ ମିଲିଟ୍ରି ମେଡ଼ିକାଲ ସେଣ୍ଟରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ସର୍ଜରୀ ହୋଇଥିଲା । ତେବେ ସର୍ଜରୀର ୧ ସପ୍ତାହ ପରେ ତାଙ୍କୁ ସଂକ୍ରମଣ ହୋଇଥିଲା । ଏନେଇ ସେ ବାଇଡେନ୍ ଏବଂ ବରିଷ୍ଠ ଅଧିକାରୀଙ୍କୁ କିଛି ବି ସୂଚନା ଦେଇନଥିଲେ ।

Get real time updates directly on you device, subscribe now.