fbpx
BJD SKY
BJD SKY

ଭୂମିକମ୍ପରେ ଥରିଲା ଆଣ୍ଡାମାନ, ରିକ୍ଟର ସ୍କେଲରେ ମପାଗଲା ଏତିକି ତୀବ୍ରତା

BJD

ନୂଆଦିଲ୍ଲୀ: ସକାଳୁ ସକାଳୁ ଆଣ୍ଡାମାନ ଏବଂ ନିକୋବରରେ ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪.୧ ରେ ମାପ କରାଯାଇଛି। ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ, ସକାଳ ୭.୫୩ ରେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୧ ମାପ କରାଯାଇଛି। ଏପର୍ଯ୍ୟନ୍ତ ଆଣ୍ଡାମାନରେ ହୋଇଥିବା ଭୂମିକମ୍ପ ଯୋଗୁଁ କୌଣସି ଜୀବନ କିମ୍ବା ସମ୍ପତ୍ତି ନଷ୍ଟ ହେବାର ଖବର ଆସିନାହିଁ।

ଏନସିଏସ୍ X ରେ ଏକ ପେଷ୍ଟରେ ଲେଖିଛନ୍ତି, ଜାନୁଆରୀ ୧୦ ରେ ସକାଳ ୭.୫୩ ରେ ଆଣ୍ଡାମାନ ଦ୍ୱୀପରେ ଭୂକମ୍ପ ଅନୁଭୂତ ହୋଇଛି। ଏହି ଭୂକମ୍ପର କେନ୍ଦ୍ର ୧୦ କିଲୋମିଟର ଗଭୀରରେ ଥିଲା।

ଆଣ୍ଡାମାନ ଦ୍ୱୀପପୁଞ୍ଜରେ ୫୭୨ ଟି ଦ୍ୱୀପ ଅଛି, ସେଥିମଧ୍ୟରୁ ୩୮ ଟି ଦ୍ୱୀପପୁଞ୍ଜ ଲୋକ ବାସ କରନ୍ତି। ଏହାପୂର୍ବରୁ ନଭେମ୍ବର ମାସରେ ଆଣ୍ଡାମାନ ଏବଂ ନିକୋବରରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଥିଲା। ନଭେମ୍ବର ୧୯ ରେ, ଆଣ୍ଡାମାନ ଏବଂ ନିକୋବରରେ ୪.୫ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଘଟିଛି। ସେହି ସମୟରେ ମଧ୍ୟ କୌଣସି ପ୍ରକାରର କ୍ଷୟକ୍ଷତିର ଖବର ନଥିଲା।

Get real time updates directly on you device, subscribe now.