fbpx

ସବୁ ସମୟରେ ମୋବାଇଲ ଦେଖୁଛନ୍ତି କି? ସାବଧାନ! ମସ୍ତିଷ୍କ ଉପରେ ପଡ଼ିପାରେଏହି ସବୁ ପ୍ରଭାବ

ବର୍ତ୍ତମାନ ସମୟରେ ମୋବାଇଲ ଲୋକମାନଙ୍କ ପାଇଁ ଏକ ଅତ୍ୟାବଶ୍ୟକ ସାମଗ୍ରୀ ପାଲଟିଛି । ମୋବାଇଲ ସାହାଯ୍ୟରେ ସାରା ବିଶ୍ୱକୁ ମନୁଷ୍ୟ ହାତ ମୁଠାରେ କଏଦ କରିପାରିବାର ସାମର୍ଥ୍ୟ ରହିଛି । ତେବେ ଏହା ଆମ ଦୈନନ୍ଦିନ ଜୀବନର ଏକ ଅପରିହାର୍ଯ୍ୟ ଅଙ୍ଗ ପାଲଟିଛି ଯାହାକୁ ବ୍ୟବହାର କରି ମଣିଷ ପ୍ରତ୍ୟେକ ଜିନିଷକୁ ବେଶ ଆରାମରେ ଏବଂ ସହଜରେ କରିପାରୁଛି ।

କିନ୍ତୁ ପ୍ରତ୍ୟେକ ଜିନିଷର ସକାରାତ୍ମକ ପ୍ରଭାବ ରହିବା ସହିତ କିଛି ନକାରାତ୍ମକ ପ୍ରଭାବ ମଧ୍ୟ ରହିଥାଏ । ଆଜିକାଲି ମୋବାଇଲରେ ଏପରି କିଛି ଫିଚର ଆସିଛି ଯାହାକୁ ବେଶ ସରଳତାର ସହିତ ବ୍ୟବହାର କରାଯାଇ ପାରୁଛି । ତେବେ ଏହି ସବୁ ଫିଚରର ବ୍ୟବହାର ହେଉ କିମ୍ବା ମୋବାଇଲ ବ୍ୟବହାରର ଅଭ୍ୟାସ ଖୁବ ସହଜରେ ଲେକମାନଙ୍କୁ ହୋଇଯାଉଛି ଯେଉଁଥିରୁ ମୁକୁଳିବା ବେଶ କଷ୍ଟ । ମୋବାଇଲର ଆଲଗରିଦମକୁ ଏପରି ଭାବରେ ଡିଜାଇନ କରାଯାଇଛି ଯାହା ଲୋକମାନଙ୍କୁ ଏହାର ଅଭ୍ୟାସ ଦେବା ପାଇଁ ବାଧ୍ୟ କରିଥାଏ ।

ଏ ନେଇ ହୋଇଥିବା ଏକ ରିସର୍ଚ୍ଚ ମୁତାବକ, ଜଣେ ବ୍ୟକ୍ତି ଦିନ ଭିତରେ ସାଧାରଣତଃ ୫୮ ଥର ଫୋନ ଉଠାଇଥାଏ । ଏହା ସହିତ ଜଣେ ବ୍ୟକ୍ତିର ହାରାହାରି ସ୍କ୍ରୀନ ଟାଇମ ପ୍ରାୟ ୭ ଘଣ୍ଟା ରହିଥାଏ । ତେବେ ଅନେ କଲୋକଙ୍କୁ ଏହା ଜଣାନଥାଏ ଯେ ଅଧିକ ସମୟ ଧରି ମୋବାଇଲ ବ୍ୟବହାର କରିବା ଦ୍ୱାରା ସ୍ୱାସ୍ଥ୍ୟ ଉପରେ ଏହାର ଖରାପ ପ୍ରଭାବ ପକାଇପାରେ । ଏପରିକି ଅଧିକ ସମୟ ମୋବାଇଲ ଚଲାଇବା ଶରୀର ପାଇଁ ଘାତକ ସାବ୍ୟସ୍ତ ହୋଇପାରେ । ଏହା ଦ୍ୱାରା ଆପଣଙ୍କର ସ୍ଲୀପ ସାଇକଲ ପ୍ରଭାବିତ ହୋଇ ଆପଣଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ମଧ୍ୟ ଖରାପ ପ୍ରଭାବ ପଡ଼ିଥାଏ । ଏହା ସହିତ ପାଚନ କ୍ରିୟା ଉପରେ ମଧ୍ୟ ଖରାପ ପ୍ରଭାବ ପକାଇଥାଏ ।

ଅନେକ ଲୋକ ସକାଳୁ ଉଠିଲେ ହିଁ ମୋବାଇଲ ଧରିଥାନ୍ତି । ଲୋକମାନେ ପ୍ରତି ସମୟରେ ଅପଡେଟ ରହିବାକୁ ଚାହାନ୍ତି । ତେଣୁ ମସ୍ତିଷ୍କ ବାରମ୍ବାର ଶରୀରକୁ ଫୋନ ଚଲାଇବାକୁ ସିଗନାଲ ଦେଇଥାଏ । କିନ୍ତୁ ଏପରି କରିବା ଦ୍ୱାରା ଆମ ମସ୍ତିଷ୍କରେ ଏକ ରାସାୟନିକ ପ୍ରତିକ୍ରିୟା ହୋଇ ଡୋପାମାଇନ ହରମୋନ ସିକ୍ରେସନ ହୋଇଥାଏ । ଯେବେ ଆମକୁ କୌରସି କାମ କରିବା ଦ୍ୱାରା ଖୁସି ମିଳିଥାଏ ତେବେ ଡୋପାମାଇନ ରିଲିଜ ହୋଇଥାଏ । ଏବଂ ଏହା ଧୀରେ ଧୀରେ ଅଭ୍ୟାସରେ ଏବଂ ପରେ ନିଶାରେ ପରିଣତ ହୋଇଥାଏ ।

ତେବେ ଏଥିରୁ ରକ୍ଷା ପାଇବା ଅତ୍ୟନ୍ତ ଆବଶ୍ୟକ । ତେବେ ଆସନ୍ତୁ ଜାଣିବା କିପରି ଏହି ଅଭ୍ୟାସରୁ ରକ୍ଷା ପାଇବା ସମ୍ଭବ ।

– ପ୍ରଥମେ ନିଜ ଫୋନ ରଖିବାର ସ୍ଥାନ ପରିବର୍ତ୍ତନ କରନ୍ତୁ । ଯେଉଁଠାରେ ଏହାକୁ ରଖୁଥିଲେ ତାହା ବଦଳାଇ ଦିଅନ୍ତୁ । ଫଳରେ ଆପଣଙ୍କ ହାତ ଅଭ୍ୟାସ ବଶତଃ ସେହି ପକେଟକୁ ଗଲେ ଖାଲି ମଧ୍ୟ ଏହା ଖାଲିଥିବ ।

– ସ୍ମାର୍ଟଫୋନ ସେଟିଙ୍ଗକୁ ଯାଇ ନେଟିଫିକେଶନ ବନ୍ଦ କରିଦିଅନ୍ତୁ । ଏହା ଦ୍ୱାରା ବାରମ୍ବାର ନେଟିଫିକେଶନ ନ ଆସିବା ଫଳରେ ଆପଣଙ୍କ ଧ୍ୟାନ ସେପଟକୁ ଯିବ ନାହିଁ ।

– ଶୋଇବା ପୂର୍ବରୁ ମୋବାଇଲକୁ ନିଜଠାରୁ ଦୂରରେ ରଖନ୍ତୁ ।

– ନିଜର ଖାଲି ସମୟରେ ମୋବାଇଲ ଚଳାଇବା ବଦଳରେ ଅନ୍ୟ କିଛି କରନ୍ତୁ ଯେପରିକି ବହି ପଢ଼ିବା, ବଗିଚାରେ ବୁଲିବା, ପରିବାର ଲୋକଙ୍କୁ ସମୟ ଦେବା ଇତ୍ୟାଦି ।

– ଦିନରେ ଅତି କମରେ ୨ ରୁ ୩ ଘଣ୍ଟା ମୋବାଇଲଠାରୁ ଦୂରେଇବାକୁ ଚେଷ୍ଟା କରନ୍ତୁ ।

Get real time updates directly on you device, subscribe now.