fbpx

ବଢୁଛି କରୋନା ସଂକ୍ରମଣ, ମୁଖ୍ୟମନ୍ତ୍ରୀଙ୍କ ସହିତ ବୈଠକ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ଦେଶରେ ବଢୁଥିବା କରୋନା ମାମଲାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏନେଇ ସେ ଆସନ୍ତା କାଲି ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ସହିତ ବୈଠକ କରିବେ ବୋଲି ଏକ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ଭିଡିଓ କନଫରେନ୍ସିଂ ମାଧ୍ୟମରେ ସେ ମୁଖ୍ୟମନ୍ତ୍ରୀ ମାନଙ୍କ ସହିତ ଆଲୋଚନା କରି ରାଜ୍ୟ ଗୁଡ଼ିକର କରୋନା ସ୍ଥିତି ସମ୍ପର୍କରେ ଅନୁଧ୍ୟାନ କରିବେ । ଖବର ମୁତାବକ ଏହି ବୈଠକ ପରେ କରୋନାକୁ ନେଇ ଗୁରୁତ୍ୱପୁର୍ଣ୍ଣ ନିଷ୍ପତି ନିଆଯାଇପାରେ ।

ଆଜି ଦେଶରେ ୨ ହଜାର ୪୮୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଏହା ସହିତ ଦେଶରେ ଆଜି ପର୍ଯ୍ୟନ୍ତ ୪୩୦୬୨୫୬୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି । ସେପଟେ ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣରେ ବୃଦ୍ଧି ପାଇଛି । ବର୍ତ୍ତମାନ ଦିଲ୍ଲୀରେ ସଂକ୍ରମଣ ହାର ୬ ପ୍ରତିଶତ ରହିଛି ।

Get real time updates directly on you device, subscribe now.