fbpx

“ଲାଲ୍ ସିଂ ଚଢ଼ା”ର ସୁଟିଂ ପାଇଁ ଲଦାଖରେ ପହଞ୍ଚିଲେ ଅମିର୍!

ମୁମ୍ବାଇ, ୦୨ ।୦୫ (ଓଡ଼ିଶା ଭାସ୍କର) : ନିକଟରେ କରୋନାରୁ ସୁସ୍ଥ ହୋଇ ଫେରିଛନ୍ତି ବଲିଉଡ୍ ଅଭିନେତା ଅମିର ଖାନ୍ । ହେଲେ ସୁସ୍ଥ ପରେ ଏବେ ପୁଣି ଥରେ କାମରେ ଲାଗିଯାଇଛନ୍ତି । ସେ ସୁଟିଂ ପାଇଁ ଲଦାଖରେ ପହଞ୍ଚିଛନ୍ତି । ସେ ତାଙ୍କ ଫିଲ୍ମ “ଲାଲ୍ ସିଂଚଢ଼ା”ର ସୁଟିଂ ପାଇଁ ଲଦାଖ ଯାଇଥିବା ଜଣାପଡିଛି । ରିପୋର୍ଟ ଅନୁସାରେ, ଫିଲ୍ମର ସମସ୍ତ ଆକ୍ସନ୍ ସିକ୍ୱେନ୍ସ ଲଦାଖରେ ହିଁ ସୁଟିଂ ହେବ ।

 

View this post on Instagram

 

A post shared by Aamir Khan (@amirkhanactor_)

ତେବେ ଇ-ଟାଇମ୍ସ ରିପୋର୍ଟରେ କୁହାଯାଇଛି ଯେ, ଅମିର୍ ଖାନ୍ ଲଦାଖ ଏବଂ କାରଗିଲ୍ ରେ ଫିଲ୍ମର କିଛି ମୁଖ୍ୟ ସିନ୍ ସବୁ ସୁଟିଂ କରିବେ । ଫିଲ୍ମର ସିଡ୍ୟୁଲ୍ ପାଖାପାଖି ୪୫ ଦିନ ରଖାଯାଇଛି । ଆହୁରି ମଧ୍ୟ ଫିଲ୍ମରେ ବିଜୟ ସେତୁପତିଙ୍କୁ ରିପ୍ଲେସ୍ କରାଯାଇ ନାଗ ଚୈତନ୍ୟ କାଷ୍ଟ କରାଯାଇଛି । ସେ ମଧ୍ୟ ଖୁବ୍ ଶୀଘ୍ର ଫିଲ୍ମର ସୁଟିଂ ପାଇଁ ସେଟ୍ ରେ ପହଞ୍ଚିବେ । ତେବେ ଅମିର୍ ଲଦାଖରେ ପହଞ୍ଚିବା ବେଳର ଭିଡିଓ ଭାଇରାଲ୍ ହୋଇଛି । ଭିଡିଓରେ କୁହାଯାଇଛି ଯେ, ଏଥିରେ ଅମିର୍ ଲଦାଖରେ ଅଛନ୍ତି । ସେଥିରେ ଦେଖିବାକୁ ମିଳିଛି ଯେ, ଅମିର୍ କିଛି ଆର୍ମି ଅଫିସର୍ ମାନଙ୍କ ସହ ଅଛନ୍ତି ।

 

View this post on Instagram

 

A post shared by Aamir Khan (@amirkhanactor_)

ଏହା ପୁର୍ବରୁ ମଧ୍ୟ ଏକ ଫଟୋ ଭାଇରାଲ୍ ହୋଇଥିଲା । ଯେଉଁଥିରେ ସେ ଏକ ପାହାଡିଆ ସ୍ଥାନରେ ଥିଲେ । ତାଙ୍କ ପଛପଟେ ବରଫର ପାହାଡ ନଜର ଆସିଥିଲା । ଏଥିସହ ତାଙ୍କ ପଛରେ ଠିଆ ହୋଇଥିବା କିଛି ଲୋକ କରୋନା ପ୍ରୋଟୋକଲ ମାନି ଠିଆ ହୋଇଥିଲେ । ତେବେ ଏତେ ସବୁ ସିନ୍ ବାହାରକୁ ଆସିବା ପରେ ଫ୍ୟାନ୍ସ ମାନେ ମଧ୍ୟ ଫିଲ୍ମର ଅପେକ୍ଷାରେ ରହିଛନ୍ତି । ଯାହା ଜଣାପଡିଛି ଏହି ଫିଲ୍ମରେ କରୀନା କପୁର ତାଙ୍କ ସହ ଲିଡ୍ ରୋଲ୍ ରେ ଅଛନ୍ତି । ଏହି ଫିଲ୍ମଟି ଓସ୍କାର ୱିନିଂ ଫିଲ୍ମ “ଫରେଷ୍ଟ ଗମ୍ପ”ର ହିନ୍ଦୀ ରିମେକ୍ ।

Get real time updates directly on you device, subscribe now.