fbpx

ଅମିତ ଜାନିଙ୍କୁ ଚେତାବନୀ, ସୀମା ହେଇଦର ଉପରେ ଫିଲ୍ମ ନିର୍ମାଣ କଲେ ପରିଣାମ ଭୟଙ୍କର ହେବ

ନୋଏଡା: ପାକିସ୍ତାନରୁ ଆସିଥିବା ସୀମା ହେଇଦରଙ୍କ ଉପରେ ଫିଲ୍ମ ନିର୍ମାଣକୁ ନେଇ ପୁଣି ଥରେ ବିରୋଧର ସ୍ୱର ଉଠିଲାଣି । ମେରୁଟରେ ରହୁଥିବା ଅମୀତ ଜାନି ସୀମା ହେଇଦର ଓ ସଚିନଙ୍କ ପ୍ରେମ କାହାଣୀ ଉପରେ “କରାଚୀ ଟୁ ନୋଏଡା’ ଟାଇଟେଲରେ ଫିଲ୍ମ ନିର୍ମାଣ କରିବା ନେଇ ଘୋଷଣା କରିଛନ୍ତି । ଏହାସହିତ ସେ ସୀମାଙ୍କୁ ଏକ ଫିଲ୍ମ ଲାଗି ଅଫର ମଧ୍ୟ ଦେଇଛନ୍ତି । କିନ୍ତୁ ଏହାପରଠାରୁ ଅମିତ ଜାନିଙ୍କୁ ଲଗାତର ଧମକ ଓ ଚେତାବନୀ ମିଳିବାରେ ଲାଗିଛି ।

ପୂର୍ବରୁ ସମାଜବାଦୀ ପାର୍ଟିର ପୂର୍ବ ପ୍ରବକ୍ତା ଅଭିଷେକ ସୋମ ଅମିତଙ୍କୁ ଧମକ ଦେଇଥିଲେ । ଏବେ ରାଜ ଠାକରେଙ୍କ ପାର୍ଟି ମହାରାଷ୍ଟ୍ର ନବନିର୍ମାଣ ସେନା ମଧ୍ୟ ଅମିତ ଜାନିଙ୍କୁ ଚେତାବନୀ ଦେଇଛି । ମହାରାଷ୍ଟ୍ର ନବନିର୍ମାଣ ସେନା ନେତା ଅମୟ ଖୋପକର ଟ୍ୱିଟ କରି କହିଛନ୍ତି, କୌଣସି ବି ପାକିସ୍ତାନ ନାଗରିକଙ୍କୁ ଭାରତୀୟ ଫିଲ୍ମ ଉଦ୍ୟୋଗରେ ସ୍ଥାନ ମିଳିବ ନାହିଁ । ସୀମା ହେଇଦର ଜଣେ ପାକିସ୍ତାନୀ ମହିଳା ଯିଏ କି ଏବେ ଭାରତରେ ଅଛନ୍ତି । ଏହା ମଧ୍ୟ ଖବର ମିଳିଥିଲା ଯେ, ସେ ଆଇଏସଆଇ ଏଜେଣ୍ଟ ବୋଲି । ଆମ ଫିଲ୍ମ ଇଣ୍ଡଷ୍ଟ୍ରୀର କିଛି ନୂଆ କଳାକାର ପବ୍ଲିସିଟି ପାଇଁ ସେହି ସୀମା ହେଇଦରଙ୍କୁ ଅଭିନେତ୍ରୀ କରିବାକୁ ଯାଉଛନ୍ତି । ଏପରି ଦେଶଦ୍ରୋହୀ ନିର୍ମାତାଙ୍କୁ ଟିକେ ଲଜ୍ଜା ବି ଲାଗୁନି ।

ମହାରାଷ୍ଟ୍ର ନବନିର୍ମାଣ ସେନା ଆହୁରି କହିଛି ଏପରି ତାମସା ତୁରନ୍ତ ବନ୍ଦ କରନ୍ତୁ । ଅନ୍ୟଥା ଦୃଢ କାର୍ଯ୍ୟାନୁଷ୍ଠାନ ଲାଗି ପ୍ରସ୍ତୁତ ରୁହ । ଯଦି ଏହାପରେ ବି ନ ଶୁଣିବ ତେବେ ରାଡା ତ ରହିଛି ।

Get real time updates directly on you device, subscribe now.