fbpx

ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ଅମିତ ଶାହା

ଭୁବନେଶ୍ୱର, ୨୭ା୨(ଓଡ଼ିଶା ଭାସ୍କର): ଆସନ୍ତାକାଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଦୁଇ ଦିନିଆ ଗସ୍ତରେ ଓଡ଼ିଶା ଆସୁଛନ୍ତି । ଦିନ ୧୦ଟାରେ ରାଜଧାନୀ ଭୁବନେଶ୍ୱରରେ ପହଞ୍ଚି ସେ ପ୍ରଥମେ ଲୋକସେବା ଭବନ ଯିବେ । ପରେ ୨ଟାରେ ନାଗରିକତା ସଂଶୋଧନ ଆଇନ କିମ୍ବା ସିଏଏ ସଚେତନତାକୁ ନେଇ ଜନତା ମଇଦାନରେ ଆୟୋଜିତ କରାଯାଇଥିବା ବିଶାଳ ସମାବେଶକୁ ସମ୍ବୋଧନ କରିବେ ।
ସେହିପରି ସନ୍ଧ୍ୟା ୬ଟାରେ ଦଳୀୟ ନେତାଙ୍କ ସହ ଶାହାଙ୍କ ବୈଠକ ଥିବା ନେଇ ସୂଚନା ରହିଛି । ଦଳୀୟ ନେତାଙ୍କ ସହ ଆଲୋଚନା ପରେ ପୁରୀରେ ସେ ରାତ୍ରି ରହଣି କରିବେ । ୨୯ତାରିଖ ଦିନ ମହାପ୍ରଭୁ ଜଗନ୍ନାଥ ଓ ଲିଙ୍ଗରାଜଙ୍କୁ ଦର୍ଶନ କରି ଦିଲ୍ଲୀ ଫେରିଯିବେ ଶାହା ।

ଅନ୍ୟପଟେ ଅମିତ ଶାହାଙ୍କ ଗସ୍ତକୁ ନେଇ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ପୂର୍ବାଞ୍ଚଳ ରାଜ୍ୟମାନଙ୍କ ସମ୍ମିଳନୀ ଖାଲି ବାହାନା । ପ୍ରକୃତରେ ପୂର୍ବାଞ୍ଚଳ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ସିଏଏ ସମର୍ଥନ ଲୋଡ଼ିବା ସହ ରାଜ୍ୟସଭା ପାଇଁ ଦୁଇଟି ସିଟ ମାଗିବା ପାଇଁ ଶାହା ଓଡ଼ିଶା ଆସୁଛନ୍ତି । ଏହାସହ କଟାକ୍ଷ କରି କହିଛନ୍ତି ଯେ ପ୍ରଥମେ ଦିଲ୍ଲୀର ଆଇନଶୃଙ୍ଖଳା ସମ୍ଭାଳନ୍ତୁ ପରେ ଓଡ଼ିଶା ଆସିବେ । ଓଡ଼ିଶା ଏକ ଶାନ୍ତି ପ୍ରିୟ ରାଜ୍ୟ ଏଠାରେ ଆସି ଅଶାନ୍ତ ସୃଷ୍ଟି କରନ୍ତୁ ନାହିଁ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.