fbpx

ଦିଲ୍ଲୀ ହିଂସାକୁ ନେଇ ରାଷ୍ଟ୍ରପତିଙ୍କୁ ଭେଟିଲା କଂଗ୍ରେସ

ନୂଆଦିଲ୍ଲୀ,୨୭ ।୨: ଦିଲ୍ଲୀ ହିଂସା ମାମଲାରେ କଂଗ୍ରେସର ଏକ ପ୍ରତିନିଧି ମଣ୍ଡଳ ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିଛନ୍ତି । ଏହି ପ୍ରତିନିଧି ମଣ୍ଡଳରେ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ଆନନ୍ଦ ଶର୍ମା ଆଦି ବିଭିନ୍ନ ନେତା ସାମିଲ ଅଛନ୍ତି । ଭେଟ କରି ରାଷ୍ଟ୍ରପତି କୋବିନ୍ଦଙ୍କୁ ସ୍ମାରକପତ୍ର ଦେଇଛି କଂଗ୍ରେସ ।

ରାଷ୍ଟ୍ରପତିଙ୍କୁ ଭେଟ କରିବା ପରେ ସୋନିଆ ଗାନ୍ଧୀ କହିଛନ୍ତି ଯେ, ଗୃହ ମନ୍ତ୍ରୀ ଅମିତ ଶାହା ଓ ପୋଲିସ ଦିଲ୍ଲୀ ହିଂସାକୁ ବନ୍ଦ କରିବାରେ ବିଫଳ ହୋଇଛନ୍ତି । ହିଂସା ଯୋଗୁଁ ବର୍ତ୍ତମାନ ସୁଦ୍ଧା ୩୪ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦୦ରୁ ଅଧିକ ଲୋକ ଏଥିରେ ଆହତ ହୋଇଛନ୍ତି । କୋଟି କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି । ଉପଯୁକ୍ତ ପଦକ୍ଷେପ ଦେଇନଥିବାରୁ ଏଭଳି ସ୍ଥିତି ଉପୁଜିଛି ।’

ଅମିତ ଶାହାଙ୍କୁ ଗୃହମନ୍ତ୍ରୀ ପଦରୁ ହଟାଇବାକୁ କଂଗ୍ରେସ ଦାବି କରିଛି । ଏହା ସହ ସୋନିଆ ଗାନ୍ଧୀ କହିଛନ୍ତି ଯେ, ଆଶା ରହିଛି କି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉଚିତ୍ ପଦକ୍ଷେପ ନେବେ । ଦିଲ୍ଲୀରେ ଯାହା ହେଉଛି ତାହା ଲଜ୍ଜାଜନକ । ହିଂସାକୁ ନେଇ ରାଷ୍ଟ୍ରପତି ରାଜଧର୍ମ ପାଳନ କରନ୍ତୁ ।’

Get real time updates directly on you device, subscribe now.