fbpx

ଜଙ୍ଗଲ ଅଧିକାରରେ ଓଡିଶା ନମ୍ବର ୱାନ୍: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୭ ।୨(ଓଡିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ ପ୍ରଥମଥର ପାଇଁ ସ୍ୱାୟତ୍ତ ଶାସନରେ ଏସଟି ପ୍ରତିନିଧିଙ୍କ ଦକ୍ଷତା ବୃଦ୍ଧି ପାଇଁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ୍ ମୁଣ୍ଡା ସାମିଲ ହୋଇଛନ୍ତି । କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ଅଭିଭାଷଣରେ କହିଛନ୍ତି ଯେ, ‘ଓଡ଼ିଶାରେ ଥିବା କୋଟିଏ ଆଦିବାସୀଙ୍କ ବିକାଶ ପାଇଁ ରାଜ୍ୟ କାମ କରୁଛି । ଶିକ୍ଷା, ସ୍ୱାସ୍ଥ୍ୟ, ଅର୍ଥନୈତିକ ବିକାଶ ପାଇଁ ପଦକ୍ଷେପ ନିଆଯାଉଛି । ଜଙ୍ଗଲ ଅଧିକାର ଆଇନ କାର୍ଯ୍ୟକାରୀ କରିବାରେ ଓଡିଶା ନମ୍ବର ୱାନ୍ ହୋଇଛି । ୯ ମାସରେ ୩୦ ହଜାର ପଞ୍ଚାୟତିରାଜ ପ୍ରତିନିଧିଙ୍କ ଦକ୍ଷତା ବିକାଶ କରାଯିବ । ୪ ଲକ୍ଷ ୪୦ ହଜାର ଆଦିବାସୀଙ୍କୁ ଜମି ପଟ୍ଟା ଦିଆଯାଇଛି ।’

ସେହିପରି ଓଡିଶାର ଏଭଳି ପଦକ୍ଷେପକୁ କେନ୍ଦ୍ର ପ୍ରଂଶସା କରିଛି । କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଅର୍ଜୁନ୍ ମୁଣ୍ଡା ନିଜର ଅଭିଭାଷଣରେ କହିଛନ୍ତି ଯେ, ଜନଜାତିଙ୍କ ବିକାଶ ଲାଗି ରାଜ୍ୟ ସରକାରଙ୍କ ପଦକ୍ଷେପ ପ୍ରଂଶସାଯୋଗ୍ୟ ।’ ଏହା ସହ ଜଗନ୍ନାଥଙ୍କ ନିକଟରେ ସବୁ ଜନଜାତିଙ୍କ ମଙ୍ଗଳ କାମନା କରିଛନ୍ତି ଅର୍ଜୁନ୍ ।

ତେବେ ପାହାଡୀ ଝରଣାରୁ କିପରି ଜଳଉତ୍ସର ସଞ୍ଚୟ କରିହେବ ଓ ଏହାର ଉପଯୋଗ କରିହେବ, ସେନେଇ କାର୍ଯ୍ୟକ୍ରମରେ ଗୁରୁତ୍ୱ ଦିଆଯାଇଛି । କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ଓଡିଶାର ୩ଟି ଆଦିବାସୀ ଜିଲ୍ଲା ଏହି ଯୋଜନାରେ ସାମିଲ ହୋଇଛି । ଯୋଜନା ପାଇଁ ସ୍ଥାନୀୟ ଜନଜାତି ପ୍ରତିନିଧିମାନଙ୍କୁ ତାଲିମ ପ୍ରଦାନ କରାଯିବ ।
ତେବେ ଆୟୋଜିତ କାର୍ଯ୍ୟକ୍ରମରେ ଝାଡଖଣ୍ଡ, ଛତିଶଗଡ ଓ ବିହାର ମଧ୍ୟ ସାମିଲ ହେବ ।

Get real time updates directly on you device, subscribe now.