fbpx

ପ୍ରେମିକାର ବିବାହରେ ପହଞ୍ଚିଲା ପ୍ରେମିକ: ଜୟମାଳା ସମୟରେ ମାରିଲା ଶକ୍ତ ଚାପୁଡା, ଭିଡିଓ ଭାଇରାଲ

ହରିଦ୍ୱାରରେ ଏକ ଅଜବ ଘଟଣା ସାମନାକୁ ଆସିଛି । ଏଠାରେ ଜଣେ ପ୍ରେମିକ ବିବାହ ହେଉଥିବା ଷ୍ଟେଜରେ ଚଢି ପ୍ରେମିକାକୁ ଶକ୍ତ ଚାପୁଡା ମାରିଛି, ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓ ହରିଦ୍ୱାରର ଲଣ୍ଡେରା ଅଞ୍ଚଳର ଏକ ଗାଁରେ ଘଟିଯାଇଛି ।

ସୂଚନା ମୁତାବକ, ସେଠାରେ ବିବାହ ସରିବା ପରେ ସମସ୍ତେ ନବବିବାହିତ ଯୋଡିକୁ ଶୁଭକାମନା ଦେବା ସହ ଉପହାର ଦେଉଥିଲେ । ଜୟମାଳା ପରେ ଜଣେ ଯୁବକ ନବବିବାହିତ ଯୋଡିଙ୍କୁ ଗିଫ୍ଟ ଦେବା ବାହାନାରେ ଷ୍ଟେଜ୍ ଉପରକୁ ଚଢି କନ୍ୟାକୁ ଅନାଇ ରଖିଲା । କିଛି ସମୟ ଅନାଇବା ପରେ କନ୍ୟାକୁ ଏକ ଶକ୍ତ ଚାପୁଡା ମାରିଥିଲା ଯୁବକ ।

ଯୁବକର ଏପରି ବ୍ୟବହାରରେ ସେଠାରେ ଉପସ୍ଥିତ ଲୋକଙ୍କ ମଧ୍ୟରେ ଚାଞ୍ଜଲ୍ୟ ଖେଳିଯାଇଥିଲା । କିଛି ଲୋକ ଯୁବକକୁ ଷ୍ଟେଜ ତଳକୁ ଘୋଷାଡିଆଣି ମାରପିଟ୍ ଆରମ୍ଭ କରିଦେଇଥିଲେ । ଯୁବକ ଜଣକ ନିଜକୁ କନ୍ୟାର ପ୍ରେମିକ କହୁଥିବା ବେଳେ ସେ ଦୁହେଁ ବହୁ ସମୟରୁ ପ୍ରେମ ସମ୍ପର୍କରେ ବାନ୍ଧି ହୋଇଥିଲେ ବୋଲି କହିଥିଲା ।


ଏହି ଘଟଣା ଏଠାରେ ସମାପ୍ତ ହୋଇନଥିଲା ବୋଲି ପୋଲିସ ସୂତ୍ରରୁ ଖବର ମିଳିଥିଲା । ବିବାହ ପରେ କନ୍ୟାର ଦୁଇ ଭାଇ କିଛି ଯୁବକଙ୍କୁ ନେଇ ଏକ ଦୋକାନରେ ପହଞ୍ଚିଥିଲେ । ଦୋକାନରେ ଚା ପିଉଥିବା କନ୍ୟାର ପ୍ରେମିକଙ୍କୁ ରାଗରେ ଆସି ମାରପିଟ୍ କରିବା ସହ ଲୋକ ଜମା ହେବାରୁ ସେମାନେ ଘଟଣାସ୍ଥଳରୁ ଫେରାର ହୋଇଥିଲେ । ଏନେଇ ପୋଲିସ ଏକ ମାମଲା ରୁଜୁ କରିବା ସହ ଗୁରୁତର ପ୍ରେମିକକୁ ମେଡିକାଲରେ ଭର୍ତ୍ତି କରିଥିବା ସୂଚନା ମିଳିଛି ।

Get real time updates directly on you device, subscribe now.