fbpx

୨୦୨୪ରେ ବି ସରକାର ଗଢ଼ିବ ବିଜେପି: ଦୃଢ଼ତା ପ୍ରକାଶ କଲେ ଅମିତ ଶାହା

Advertisement

ନୁଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନରେ ବିଜେପି ଆଗରେ କୌଣସି ପ୍ରତିଦ୍ୱନ୍ଦି ନାହାନ୍ତି। ଏବେ ପୁରା ଦେଶ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ଥିବା ବେଳେ ଆଗାମୀ ଲୋକସଭା ନିର୍ବାଚନରେ ବିଜେପି ଆଗରେ କେହି ତିଷ୍ଠି ପାରିବେ ନାହିଁ। ପୁଣିଥରେ ସଂଖ୍ୟା ଗରିଷ୍ଠତା ହାସଲ କରି ବିଜେପି ୨୦୨୪ରେ ସରକାର ଗଠନ କରିବ ବୋଲି କହିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା।

ଏଏନ୍‌ଆଇ ସହିତ ଏକ ସାକ୍ଷାତକାରରେ ଏହି ମତ ଦେଇଛନ୍ତି। ସେହିପରି ୨୦୨୩ରେ ଛତିଶଗଡ଼, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ରାଜସ୍ଥାନରେ ହେବାକୁ ଥିବା ସମସ୍ତ ବିଧାନସଭା ନିର୍ବାଚନରେ ମଧ୍ୟ ଦଳ ଭଲ ପ୍ରଦର୍ଶନ କରିବ ବୋଲି ସେ ଦୃଢ଼କ୍ତି ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରିଙ୍କ ନେତୃତ୍ୱରେ ଦେଶର ତୃଣମୂଳ ସ୍ତରରୁ ଲୋକଙ୍କ ଜୀବନଶୈଳିରେ ପରିବର୍ତ୍ତନ ହେଉଥିବା ସେ କହିଛନ୍ତି।

ଗତବର୍ଷ ମାନଙ୍କରେ ମୋଦୀ ସରକାର ସମୟରେ ବିଶ୍ୱରେ ଭାରତର ସଫଳତାକୁ ସ୍ୱୀକୃତି ଦିଆଯାଇଛି। ଆମେ ଦେଶରେ ୬୦ କୋଟି ଗରିବ ଲୋକଙ୍କ ଜୀବନଧାରଣ ମାନ ବୃଦ୍ଧି କରିବାକୁ ଚେଷ୍ଟା କରିଛୁ ଏବଂ ଆମେ ମଧ୍ୟ ସଫଳ ହୋଇଛୁ। ରେଳବାଇରେ ବଡ଼ ପରିବର୍ତ୍ତନ ହୋଇଛି, ମହାକାଶ କ୍ଷେତ୍ରରେ ଏକ ନୂତନ ନୀତି ଅଛି ଏବଂ ଆମେ ଡ୍ରୋନ୍ ସେକ୍ଟରରେ ଆଗକୁ ବଢୁଥିବା ନୂତନ ନୀତି ସହିତ ସେକ୍ଟରରେ ଅଗ୍ରଣୀ ହେବାକୁ ପ୍ରସ୍ତୁତ ହେଉଛୁ ବୋଲି ଅମିତ ଶାହା କହିଛନ୍ତି।

ଏହା ସହିତ ଆମ ସରକାର ସମୟରେ ଜାମ୍ମୁ-କାଶ୍ମିରଠାରୁ ଆରମ୍ଭ କରି ଉତ୍ତରପୁର୍ବାଞ୍ଚଳ ରାଜ୍ୟ ଗୁଡ଼ିକରେ ଶାନ୍ତି ଫେରିଛି। ତେବେ ୨୦୨୪ରେ ଦେଶରେ କିଏ ମୁଖ୍ୟ ବିରୋଧି ଦଳ ହେବ ପ୍ରଶ୍ନରେ, ଏହା ଦେଶର ଜନତା ସ୍ଥିର କରିବେ ବୋଲି ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି।

Get real time updates directly on you device, subscribe now.