fbpx

ମାତ୍ର ୫ ଟଙ୍କାରେ ବର୍ଷ ସାରା ଆକ୍ଟିଭ୍ ରହିବ ସିମ୍! ତା’ ସାଙ୍ଗକୁ ଅନଲିମିଟେଡ୍ ଭଏସ୍ କଲିଂ

Advertisement

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଇଣ୍ଟରନେଟର ଚାହିଦା ଆଶାତୀତ ଭାବେ ବଢ଼ିବାରେ ଲାଗିଥିବା ବେଳେ ସ୍ମାର୍ଟଫୋନର ବ୍ୟବହାର ମଧ୍ୟ ବଢ଼ିବାରେ ଲାଗିଛି । ତେଣୁ ଲୋକଙ୍କର ଚାହିଦାକୁ ଦୃଷ୍ଟିରେ ରଖି ଟେଲିକମ୍ କମ୍ପାନୀମାନେ ନୂଆ ନୂଆ ଅଫର୍ ସବୁ ଲଞ୍ଚ କରୁଛନ୍ତି । ଆଜିକାଲି ଅଧିକାଂଶ ଲୋକ ନିଜର ସ୍ମାର୍ଟଫୋନରେ ଡୁଆଲ୍ ସିମର ବ୍ୟବହାର କରୁଥିବା ଦେଖାଯାଉଛି । ଗୋଟିଏ ସିମରେ ଇଣ୍ଟରନେଟ୍ ଚଲାଉଥିବା ବେଳେ ଅନ୍ୟଟିକୁ କେବଳ ଆକ୍ଟିଭ ରଖିବାକୁ ଚାହିଁଥାନ୍ତି ।

ତେବେ ଏପରି ସ୍ଥିତିରେ ଗୋଟିଏ ସିମରେ ଇଣ୍ଟରନେଟ୍ ପ୍ୟାକ୍ ପାଇଁ ଗ୍ରାହକମାନେ ବହୁ ଅର୍ଥ ଖର୍ଚ୍ଚ କରିଥାନ୍ତି । ତେଣୁ ଦ୍ୱିତୀୟ ସିମକୁ କିପରି କମ୍ ଖର୍ଚ୍ଚରେ ଅଧିକ ସମୟ ଧରି ଆକ୍ଟିଭ୍ ରଖିବେ ସେହି ଚିନ୍ତାରେ ରହିଥାନ୍ତି ଅଧିକାଂଶ ଗ୍ରାହକ । ତେବେ ଏନେଇ ଗ୍ରାହକଙ୍କ ପାଇଁ ଏକ ବଢ଼ିଆ ଅଫର ଆସିଯାଇଛି । ଏହି ପ୍ଲାନରେ ଆପଣମାନେ ଦିନକୁ ମାତ୍ର ୫ ଟଙ୍କା ଖର୍ଚ୍ଚ କରି ବର୍ଷେ ପର୍ଯ୍ୟନ୍ତ ସିମ କାର୍ଡକୁ ଆକ୍ଟିଭ ରଖିପାରିବେ ।

ତେବେ ଏହି ପ୍ଲାନର ଏକ ଖାସିୟତ ହେଉଛି, ଏଥିରେ ଆପଣମାନେ ସିମକୁ ଆକ୍ଟିଭ ରଖିବା ସହିତ ଅନଲିମିଟେଡ୍ କଲିଂ ସୁବିଧା ମଧ୍ୟ ପାଇ ପାରିବେ । ଏହାଦ୍ୱାରା ଆପଣଙ୍କୁ ପ୍ରତ୍ୟେକ ମାସରେ ଆଉ ରିଚାର୍ଚ୍ଚ କରିବାକୁ ପଡ଼ିବ ନାହିଁ । ଏହି ସୁବିଧା ଆଣିଦେଇଛି ଟେଲିକମ୍ ସେବା ପ୍ରଦାନକାରୀ ବିଏସଏନଏଲ୍ । ଆପଣମାନେ ଦିନକୁ ୫ ଟଙ୍କା ଖର୍ଚ୍ଚ କରି ଏହି ଶାନଦାର ବେନିଫଟ୍ ପାଇପାରିବେ । ଆପଣମାନେ ୧୯୯୯ ଟଙ୍କିଆ ପ୍ରିପେଡ ପ୍ଲାନରେ ୩୬୫ ଦିନ ପର୍ଯ୍ୟନ୍ତ ଭାଲିଡିଟି ପାଇପାରିବେ । ଏଥିସହିତ ୟୁଜର୍ସଙ୍କୁ ୬୦୦ ଜିବିର ହାଇସ୍ପିଡ୍ ଡାଟା ମଧ୍ୟ ମିଳୁଛି ।

Get real time updates directly on you device, subscribe now.