fbpx

ବିଦେଶରେ ମାଗଣାରେ ପଢିବାକୁ ଚାହୁଁଛନ୍ତି କି? ଜାଣନ୍ତୁ କିପରି ମିଳିବ NOS ସ୍କୋଲାରସିପ୍

ନୂଆଦିଲ୍ଲୀ: ସାମାଜିିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରଣାଳୟ ଜାତୀୟ ବିଦେଶ ସ୍କଲାରସିପ୍ ସ୍କିମ ୨୦୨୩ ପାଇଁ ଅନଲାଇନ ରେଜିଷ୍ଟ୍ରେସନ କରିବାକୁ ଯାଉଛନ୍ତି । ତେବେ ବିଦେଶରେ ପଢିବାକୁ ଚାହୁଁଥିବା ପିଲା ମାନଙ୍କ ପାଇଁ ଏହାଏକ ଖୁସି ଖବର ଅଟେ । ଇଚ୍ଛୁକ ଏବଂ ଯୋଗ୍ୟ ଛାତ୍ରମାନେ ଅଫିସିଆଲ ୱେବସାଇଟ nosmse.gov.in ରେ ଯାଇ NOS 2023 ସ୍କଲାରସିପ୍ ପାଇଁ ଅନଲାଇନ ଆପ୍ଲାଏ କରିପାରିବେ ।

ଏହି ସ୍କଲାରସିପର ଉଦ୍ଦେଶ୍ୟ ହେଉଛି, ଅନୁସୂଚିତ ଜାତି, ଜନଜାତି, ଭୂମିହୀନ କୃଷି ଶ୍ରମିକ ଏବଂ ପାରମ୍ପରିକ କାରିଗର ବର୍ଗର ସ୍ୱଳ୍ପ ଆୟ କରୁଥିବା ପରିବାରର ଛାତ୍ରମାନେ ବିଦେଶକୁ ଯାଇ ମାଷ୍ଟର ଡିଗ୍ରୀ ବା ପିଏଚଡି କୋର୍ସ ବା ହାୟର ଏଜୁକେସନ ପାଇଁ ସୁବିଧା ପାଇ ପାରିବେ । ଏଥିପାଇଁ ଅନଲାଇନ ଅବେଦନ ୧୫ ଫେବୃଆରୀ ୨୦୨୩ରୁ ଆରମ୍ଭ ହେବାକୁ ଯାଉଛି । ଯୋଗ୍ୟ ଛାତ୍ର ମାନେ ଏଥିରେ ଆବେଦନ କରିବା ପାଇଁ ୪୫ ଦିନ ସମୟ ପାଇବେ, ଅର୍ଥାତ ଅବେଦନର ଶେଷ ତାରିଖ ହେଉଛି ୨୦୨୩ର ମାର୍ଚ୍ଚ ୩୧ ତାରିଖ ।

ଅଫିସିଆଲ ନୋଟିଫିକେସନ ଅନୁସାରେ, ୨୦୨୩ବର୍ଷ ପାଇଁ ଲାଟେଷ୍ଟ କ୍ୟୁଏସ ରାଙ୍କୀଙ୍ଗ ଅନୁସାରେ ଟପ୍ ୫୦୦ ର୍ୟାଙ୍କ ପିଲାଙ୍କୁ ବିଦେଶର ବିଶ୍ୱବିଦ୍ୟାଳୟରେ ପଢିବା ପାଇଁ ସୁଯୋଗ ମିଳିବ । ଏଥିରେ ବିନା କୌଣସି ସର୍ତ୍ତରେ ରାଙ୍କୀଙ୍ଗ ଅନୁସାରେ ଛାତ୍ର ଚୟନ କରାଯିବ । ଏଥିରେ ସମୁଦାୟ ୧୨୫ଟି ସ୍ଲଟ ଉପଲବ୍ଧ ରହିଛି । ସେଥି ମଧ୍ୟରୁ ୧୧୫ଟି ସିଟ ଏସସି ପାର୍ଥୀଙ୍କ ପାଇଁ ସଂରକ୍ଷିତ ରହିଛି । ବାର୍ଷିକ ପୁରଷ୍କାର ପାଇଁ ୩୦ ପ୍ରତିଶତ ମହିଳାଙ୍କ ପାଇଁ ନିର୍ଦ୍ଧାରିତ କରାଯାଇଛି । ସମସ୍ତଙ୍କୁ ଏହା କହି ରଖୁଛୁ ଯେ, ଯେଉଁ ଆଶାବାଦୀ ଆବେଦନ କରୁଛନ୍ତି ତା ପୂର୍ବରୁ ଆଦେଶାନାମାକୁ ଭଲ ଭାବେ ପୋର୍ଟାଲରେ ପଢନ୍ତୁ ।

ତେବେ ଛାତ୍ରବୃତ୍ତି ଯୋଗ୍ୟତା ପାଇଁ କ୍ୟାରିଅରରେ ୬୦ ପ୍ରତିଶତ ବା ସମକକ୍ଷ ଗ୍ରେଡ୍ ଆଣିଥିବା ଆବଶ୍ୟକ । ପିଏଚଡି ମାମଲାରେ ଯୋଗ୍ୟତା ପରୀକ୍ଷା ମାଷ୍ଟର ଡିଗ୍ରୀ ହେବା ଦରକାର ଏବଂ ମାଷ୍ଟର ଡିଗ୍ରୀ ପାଇଁ ଯୋଗ୍ୟତା ବ୍ୟାଚଲର ଡିଗ୍ରୀ ହୋଇଥିବା ଆବଶ୍ୟକ ।

Get real time updates directly on you device, subscribe now.