fbpx

ମା ଓ ଝିଅଙ୍କ ଉପରେ ବୁଲଡୋଜର ଚଲାଇଦେଲ? ଅଗ୍ନିକାଣ୍ଡ ସ୍ଥଳରେ ଡେପୁଟି ସିଏମ୍, SDM ସସପେଣ୍ଡ, ଲେଖପାଳ ଗିରଫ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର କାନପୁରରେ ଆଜି ଏକ ହୃଦୟବିଦାରକ ଘଟଣା ଦେଖିବାକୁ ମିଳିଛି । ପ୍ରଶାସନିକ ଅଧିକାରୀଙ୍କ ଦାୟିତ୍ୱହୀନତା ପାଇଁ ମାଆ-ଝିଅ ନିଆଁରେ ପୋଡ଼ି ହୋଇ ମୃତ୍ୟୁବରଣ କରିଛନ୍ତି । ଏହି ଘଟଣା ଏବେ ସାରା ଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଏହା ମଧ୍ୟରେ ଡେପୁଟି ସିଏମ୍ ପୀଡ଼ିତାଙ୍କ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି । ଅନ୍ୟପଟେ ଏହି ଘଟଣାରେ ରାଜ୍ୟ ସରକାର ସରକାରୀ ଅଧିକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।

ସୂଚନା ମୁତାବକ, କାନପୁରର ଦେହାତ ସ୍ଥିତ ରୁରା ଥାନା ଅନ୍ତର୍ଗତ ମଣ୍ଡୌଲୀ ଗ୍ରାମକୁ ପ୍ରଶାସନିକ ଅଧିକାରୀମାନେ ଜବରଦଖଲ ହଟାଇବାକୁ ଯାଇଥିଲେ । ଏହି ଅବସରରେ ପ୍ରଶାସନିକ ଟିମ ସହିତ କୃଷ୍ଣ ଗୋପାଳ ଦୀକ୍ଷିତ ନାମକ ଜଣେ ଜବରଦଖଲକାରୀଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା । କେତେ କୃଷଙ୍କ ପତ୍ନୀ ଓ ଝିଅ ଝୋପଡ଼ି ମଧ୍ୟରେ ରହିଥିବା ବେଳେ ପ୍ରଶାସନିକ ଅଧିକାରୀମାନେ ବୁଲଡୋଜର ଚଲାଇ ଦେଇଥିଲେ । ଫଳରେ ଘଟଣାସ୍ଥଳରେ ମା’ ଓ ଝିଅ ମୃତ୍ୟୁବରଣ କରିଥିଲେ । ଏହାପରେ ମୃତକଙ୍କ ପରିବାର ବର୍ଗ ଶବକୁ ରଖି ଧାରଣାରେ ବସିଥିଲେ । ପରେ ଡେପୁ ସିଏମ ବୃଜେଶ ପାଠକ ଆଶ୍ୱାସନା ଦେବା ପରେ ପରିବାରବର୍ଗ ପୋଷ୍ଟମର୍ଟମ ପାଇଁ ରାଜି ହୋଇଥିଲେ ।

ପୀଡ଼ିତଙ୍କ ପରିବାରଙ୍କ ଅଭିଯୋଗ ମୁତାବକ, ଝୋପଡ଼ିରେ ନିଆଁ ଲାଗିଥିବା ଅବସ୍ଥାରେ ଛପର ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ବୁଲଡୋଜରେ ହଟାଇବା କାର୍ଯ୍ୟ ଚାଲିଥିବା ବେଳେ ଦୁର୍ଭାଗ୍ୟକୁ ଛପର ନିଆଁ ଉପରେ ପଡ଼ିଯାଇଥିଲା । ଫଳରେ ସେଥିରେ ନିଆଁ ଲାଗିଯାଇଥିଲା । ଏହି ସମୟରେ ତିନି ଜଣ କନଷ୍ଟେବଳ ଝୋପଡ଼ିର କବାଟ ଖୋଲିଥିଲେ ହେଁ ସେତେବେଳକୁ ସବୁକିଛି ସରିଯାଇଥିଲା । ମାଆ ଓ ଝିଅ ଦୁହେଁ ନିଆଁରେ ଜୀବନ୍ତ ଦଗ୍ଧ ହୋଇସାରିଥିଲେ । ପରିବାର ସଦସ୍ୟ ଘର ଭିତରେ ରହିଥିଲେ ହେଁ ଜବରଦଖଲ ନେଇ ସେମାନଙ୍କୁ ସୂଚିତ କରାଯାଇନଥିଲା ।

ତେବେ ଏହି ମାମଲାରେ ଏସଡିଏମ ଜ୍ଞାନେଶ୍ୱର ପ୍ରସାଦଙ୍କୁ ସସପେଣ୍ଡ କରାଯାଇଥିବା ବେଳେ ଲେଖପାଳ ଅଶୋକ ସିଂହଙ୍କୁ ଗିରଫ କରାଯାଇଛି । ଏଥିସହିତ ୨୪ ଜଣଙ୍କ ନାମରେ ଏଫଆଇଆର ଦାଖଲ କରାଯାଇଛି । ରୁରା ଥାନା ପ୍ରଭାରୀଙ୍କୁ ହଟାଇ ଦିଆଯାଇଛି । ଅନ୍ୟପକ୍ଷରେ ଘଟଣାସ୍ଥଳକୁ ଯିବାକୁ ପ୍ରସ୍ତୁତ ହେଉଥିବା ସମାଜବାଦୀ ପାର୍ଟି ବିଧାୟକଙ୍କୁ ଘରେ ନଜରବନ୍ଦୀ କରି ରଖାଯାଇଛି ।

Get real time updates directly on you device, subscribe now.