fbpx

ଅରୁଣାଚଳ ପ୍ରଦେଶରେ ପହଞ୍ଚିଲେ ଗୃହମନ୍ତ୍ରୀ ଅମିତ ଶାହା: ବିରୋଧ କଲା ଚୀନ୍, କହିଲା- ଏହା ସାର୍ବଭୌମତ୍ୱର ଉଲ୍ଲଂଘନ ଅଟେ

ନୂଆଦିଲ୍ଲ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ସୋମବାର ଅରୁଣାଚଳ ପ୍ରଦେଶ ଗସ୍ତରେ ଅଛନ୍ତି । ତେବେ ଅମିତ ଶାହାଙ୍କ ଏହି ଗସ୍ତକୁ ବିରୋଧ କରିଛି ପଡୋଶୀ ଚୀନ୍। ଚୀନ୍ ବୈଦେଶିକ ମନ୍ତ୍ରଳାୟର ମୁଖପାତ୍ର କହିଛନ୍ତି ଯେ ଏହା ସୀମା ଅନୁକୂଳ ନୁହେଁ, ଗୃହମନ୍ତ୍ରୀଙ୍କ ଗସ୍ତ ଚୀନ୍‌ର ଆଞ୍ଚଳିକ ସାର୍ବଭୌମତ୍ୱକୁ ଉଲ୍ଲଂଘନ କରିଛି ଏବଂ ମନ୍ତ୍ରୀ ଗସ୍ତ କରିଥିବା ଜାଙ୍ଗନାନ ଅଞ୍ଚଳ ହେଉଛି ଚୀନ୍‌ର ଅଞ୍ଚଳ ।

ଏହା ପୁର୍ବରୁ ଆଜି ଗୃହମନ୍ତ୍ରୀ ଆସାମର ଡିବ୍ରୁଗଡ଼ ପହଞ୍ଚିଥିଲେ। ଏଠାରେ ଆସମ ମୁଖ୍ୟମନ୍ତ୍ରୀ ହିମନ୍ତବିଶ୍ୱ ଶର୍ମା ତାଙ୍କର ଦ୍ୱାଗତ କରିଥିଲେ। ଏଠାରୁ ଅମିତ ଶାହା ଅରୁଣାଚଳ ପ୍ରଦେଶ ଯାଇଥିଲେ । ଯେଉଁଠାରେ ଭାରତ-ଚୀନ୍ ସୀମାରେ ଏକ ଗାଁ କିବିଥୁରେ ‘ଭାଇବ୍ରେଣ୍ଟ ଭିଲେଜ୍ ପ୍ରୋଗ୍ରାମ୍’ ଆରମ୍ଭ କରିଥୀଲେ । ଚଳିତ ବର୍ଷ ବଜେଟ୍‌ରେ କେନ୍ଦ୍ର ସରକାର ‘ଭାଇବ୍ରେଣ୍ଟ ଭିଲେଜ୍ ପ୍ରୋଗ୍ରାମ୍’ ଘୋଷଣା କରିଥିଲେ। ତେବେ ଏହି କିବିଥୁ ଗାଁ ଚୀନ୍ ସୀମା ନିକଟରୁ ମାତ୍ର ଗୋଟିଏ କିଲୋମିଟର।

ଗୃହମନ୍ତ୍ରୀ ଅରୁଣାଚଳ ପ୍ରଦେଶର ଅଞ୍ଜୱା ଜିଲ୍ଲାର କିବିଥୁରେ ଆଇଟିବିପି କର୍ମଚାରୀଙ୍କ ସହ ମଧ୍ୟ ଆଲୋଚନା କରିବେ। ଆସାମର ଦିବ୍ରୁଗଡରେ ଏକ ସାଧାରଣ ସଭାରେ ସମ୍ବୋଧିତ କରିବା ବ୍ୟତୀତ ଗୃହମନ୍ତ୍ରୀ ମଙ୍ଗଳବାର ଦିନ ବିଜେପି ଜିଲ୍ଲା କାର୍ଯ୍ୟାଳୟର ମୂଳଦୁଆ ପକାଇବ। ଗୃହମନ୍ତ୍ରୀ ଏପ୍ରିଲ ୧୧ ରେ ନମତି ଅଞ୍ଚଳ ପରିଦର୍ଶନ କରିବେ ଏବଂ ୱାଲଙ୍ଗ ଯୁଦ୍ଧ ମେମୋରିଆଲରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ।

ଭାରତ ସରକାର ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ୪,୮୦୦ କୋଟି ଟଙ୍କା କେନ୍ଦ୍ରୀୟ ପାଣ୍ଠି ସହିତ ‘ଭାଇବ୍ରେଣ୍ଟ ଭିଲେଜ୍ ପ୍ରୋଗ୍ରାମ୍’ (ଭିଭିପିଏଟ୍) ଆରମ୍ଭ କରିଛନ୍ତି। ଭିଭିପି ହେଉଛି ଏକ କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନା, ଯେଉଁଥିରେ ଅରୁଣାଚଳ ପ୍ରଦେଶ, ସିକ୍କିମ୍, ଉତ୍ତରପ୍ରଦେଶ ଏବଂ ହିମାଚଳ ପ୍ରଦେଶ ଏବଂ ଲଦାଖର କେନ୍ଦ୍ରଶାସିତ ଅଞ୍ଚଳର ୧୯ ଟି ଜିଲ୍ଲାର ୪୬ ଟି ବ୍ଲକରେ ବ୍ୟାପକ ବିକାଶ ପାଇଁ ୨,୯୬୭ ଟି ଗ୍ରାମ ଚିହ୍ନଟ କରାଯାଇଛି।

ଉଲ୍ଲେଖନୀୟ କଥା ହେଉଛି, ୨୦୨୦ ମସିହାରେ ଲଦାଖର ଗଲୱାନରେ ସଂଘର୍ଷ ପରେ ଚୀନ୍ ଏବଂ ଭାରତର ସୈନିକମାନଙ୍କ ମଧ୍ୟରେ ଏକ ବିବାଦ ସୃଷ୍ଟି ହୋଇଛି। ଗତ ବର୍ଷ ମଧ୍ୟ ଡିସେମ୍ବର ମାସରେ ଅରୁଣାଚଳ ପ୍ରଦେଶର ତାୱାଙ୍ଗ ସେକ୍ଟରରେ ଭାରତ ଏବଂ ଚୀନ୍ ସୈନିକଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା।

Get real time updates directly on you device, subscribe now.