fbpx

ଅମିତାଭ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଅବସର ନେଇଯାଆନ୍ତୁ, ତାଙ୍କ ପାଇଁ ଆଉ ଷ୍ଟୋରି ନାହିଁ: ଜାଣନ୍ତୁ କିଏ ଓ କାହିଁକି ଏପରି କହିଲେ

ନୂଆଦିଲ୍ଲୀ: ଲେଖକ ସଲିମ ଖାନ ବିଗ୍ ବି ଅମିତାଭ ବଚନଙ୍କୁ ନେଇ ଏକ କଡ଼ା ମନ୍ତବ୍ୟ ପ୍ରଦାନ କରିଛନ୍ତି । ଅମିତାଭ ବହୁ ବର୍ଷ ଧରି ଫିଲ୍ମ ଇଣ୍ଡଷ୍ଟ୍ରିରେ କାର୍ଯ୍ୟ କରି ଆସୁଛନ୍ତି, ତେଣୁ ସେ ତୁରନ୍ତ ଅବସର ନେଇଯିବା ଉଚିତ ବୋଲି ସଲିମ କହିଛନ୍ତି । ଅମିତାଭଙ୍କ ୭୯ତମ ଜନ୍ମଦିବସ ଅବସରରେ ସେ ସୋସିଆଲ ମିଡ଼ିଆରେ ଅମିତାଭଙ୍କୁ ବଧାଇ ଜଣାଇବା ସହ ପ୍ରଶଂସା ମଧ୍ୟ କରିଥିଲେ ।

ଉଭୟ ସଲିମ ଓ ଅମିତାଭ ଏକତ୍ର ୧୦ରୁ ଅଧିକ ଫିଲ୍ମରେ କାର୍ଯ୍ୟ କରିସାରିଛନ୍ତି । ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେବା ଅବସରରେ ସଲିମ ଅବସର ନେବା କଥା କହିଥିଲେ । ଅମିତାଭ ବିଗତ ୫ ଦଶନ୍ଧିରୁ ଅଧିକ ସମୟ ଧରି ଇଣ୍ଡଷ୍ଟ୍ରିରେ ରାଜ୍ କରି ଆସୁଛନ୍ତି । ସେ ଜୀବନରେ ସବୁକିଛି ହାସଲ କରିସାରିଛନ୍ତି, ତେଣୁ ନିଜ ପାଇଁ ଜୀବନର କିଛି ବର୍ଷ ରଖିବା ଦରକାର । ଅମିତାଭ ନିଜର ଯୁବକ ସମୟରେ ଆଙ୍ଗ୍ରି ୟଙ୍ଗମ୍ୟାନ ଚରିତ୍ର ଭଲ ଭାବେ ନିଭାଇଥିଲେ । ମାତ୍ର ବର୍ତ୍ତମାନ ତାଙ୍କ ପରି ଅଭିନେତାଙ୍କ ପାଇଁ କାହାଣୀର ଅଭାବ ପଡ଼ୁଛି । ଆଜିର ସମୟର ଫିଲ୍ମରେ ଟେକ୍ନୋଲୋଜି, ମ୍ୟୁଜିକ, ଆକ୍ସନ ଆଦି କ୍ଷେତ୍ରରେ ବହୁତ କିଛି ପରିବର୍ତ୍ତନ ଘଟିଥିବା ସଲିମ କହିଥିଲେ ।

Get real time updates directly on you device, subscribe now.