fbpx

ନବରାତ୍ରି ମହାଷ୍ଟମୀ ଅକ୍ଟୋବର୧୩ ନା ୧୪ରେ? ଜାଣନ୍ତୁ କେଉଁ ତାରିଖଟି ଠିକ୍ ଓ ପୂଜାର ଶୁଭ ମୁହୂର୍ତ୍ତ

ଓଡ଼ିଶା ଭାସ୍କର ବ୍ୟୁରୋ: ନବରାତ୍ରିରେ ମା’ ଦୁର୍ଗାଙ୍କ ପୂଜା କରିବା ବିଶେଷ କଲ୍ୟାଣକାରୀ ହୋଇଥାଏ । ଆଦି ଶକ୍ତି ମା’ ଦୁର୍ଗାଙ୍କ ପରମ କୃପା ପ୍ରାପ୍ତ କରିବା ପାଇଁ ଏହା ହେଉଛି ସବୁଠାରୁ ଭଲ ଓ ସଠିକ୍ ମୁହୂର୍ତ୍ତ । ତେବେ ଏହି ନବରାତ୍ରି ୯ଦିନରେ ମହାଷ୍ଟମୀ ଓ ମହା ନବମୀକୁ ଖାସ୍ ବୋଲି ଧରାଯାଇଥାଏ । ଏହି ଦିନରେ ଲୋକମାନେ କନ୍ୟା ପୂଜନ ମଧ୍ୟ କରିଥାନ୍ତି । ଏହି ଦିନରେ ମାଟିର ୯ଟି କଳସ ରଖାଯାଇଥାଏ ଏବଂ ମାଆ ଦୁର୍ଗାଙ୍କ ୯ଟି ରୂପକୁ ଧ୍ୟାନ କରାଯାଇ ତାଙ୍କୁ ଆହ୍ୱାନ କରାଯାଇଥାଏ । ତେବେ ଚାଲନ୍ତୁ ଜାଣିବା ଅଷ୍ଟମୀ-ନବମୀ କେଉଁ ତିଥିରେ ପଡ଼ିଥାଏ ।

ଅଷ୍ଟମୀ ତିଥି ଅକ୍ଟୋବର ୧୨ ତାରିଖ ରାତି ୯ଟା ୪୭ ମିନିଟ୍ ରୁ ଆରମ୍ଭ ହୋଇ ଅକ୍ଟୋବର ୧୩ ତାରିଖ ରାତ୍ରି ୮ଟା ୬ ମିନିଟ୍ ପର୍ଯ୍ୟନ୍ତ ରହିଥାଏ । ଅଷ୍ଟମୀ ତିଥିକୁ ମାନୁଥିବା ଲୋକମାନେ ଅକ୍ଟୋବର ୧୩ ତାରିଖ ଦିନ ପ୍ରତ ରଖିବେ ଓ କନ୍ୟା ପୂଜନ କରିବେ । ଏହି ଦିନ ଅମୃତ କାଳ ସକାଳ ୩ଟା ୨୩ ମିନିଟ୍ ରୁ ତାପରଦିନ ସକାଳ ୪ଟା ୫୬ ମିନିଟ୍ ପର୍ଯ୍ୟନ୍ତ ରହିବ । ସେହିପରି ବ୍ରହ୍ମ ମୁହୂର୍ତ୍ତ ସକାଳ ୪ଟା ୪୮ ମିନିଟ୍ ରୁ ଆରମ୍ଭ ହୋଇ ସନ୍ଧ୍ୟା ୫ଟା ୩୬ ମିନିଟ୍ ପର୍ଯ୍ୟନ୍ତ ରହିଥାଏ ।

ନବମୀ ତିଥି ଅକ୍ଟୋବର ୧୩ ତାରିଖ ରାତି ୮ଟା ୭ ମିନିଟ୍ ରୁ ୧୪ ତାରିଖ ସନ୍ଧ୍ୟା ୬ଟା ୫୨ ମିନିଟ୍ ପର୍ଯ୍ୟନ୍ତ ଜାରି ରହିବ । ନବମୀ ପୂଜା କରୁଥିବା ଲୋକମାନେ ଗୁରୁବାର ଅକ୍ଟୋବର ୧୪ ତାରିଖ ଦିନ ପୂଜା କରିବେ । ଏହି ଦିନ ପୂଜାର ଅଭିଜିତ୍ ମୁହୂର୍ତ୍ତ ସକାଳ ୧୧ ଟା ୪୩ ମିନିଟ୍ ରୁ ଦିପହର ୧୨ଟା ୩୦ ମିନିଟ୍ ପର୍ଯ୍ୟନ୍ତ ଚାଲିବ । ଅମୃତ କାଳ ସକାଳ ୧୧ଟା ରୁ ଦିପହର ୧୨ଟା ୩୫ ମିନିଟ୍ ପର୍ଯ୍ୟନ୍ତ ରହୁଥିବା ବେଳେ ବ୍ରହ୍ମ ମୁହୂର୍ତ୍ତ ସକାଳ ୪ଟା ୪୯ ମିନିଟ୍ ରୁ ୫ ଟା ୩୭ ମିନିଟ୍ ପର୍ଯ୍ୟନ୍ତ ରହିବ । ଅଷ୍ଟମୀ ସମାପ୍ତ ହେବାର ଅନ୍ତିମ ୨୪ ମିନିଟ୍ ଏବଂ ନବମୀ ପ୍ରାରମ୍ଭ ହେବାର ପ୍ରଥମ ୨୪ ମିନିଟ୍ କୁ ସନ୍ଧି କ୍ଷଣ ବୋଲି କୁହାଯାଏ ।

 

Get real time updates directly on you device, subscribe now.