fbpx

ଏଣିକି ଆପଣ ବିଦେଶ ଯିବା ସମୟରେ ନଗଦ ଟଙ୍କା ଦରକାର ନାହିଁ: ଏସବିଆଇ ଲଞ୍ଚ କଲା ମଲ୍ଟି କରେନ୍ସି ଫରେନ୍ ଟ୍ରାଭେଲ୍ କାର୍ଡ

ନୂଆଦିଲ୍ଲୀ: ଯଦି ଆପଣ ବିଦେଶ ଯିବାକୁ ଚାହୁଁଥାନ୍ତି, ତେବେ ଆପଣଙ୍କ ପାଖରେ ନଗଦ ଟଙ୍କା ନଥିଲେ ଚଳିବ । କାରଣ ଆପଣଙ୍କର ଏହି ସମସ୍ୟା ଦୂର କରିବାକୁ ଯାଉଛି ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସବିଆଇ) । ଏସବିଆଇ ତରଫରୁ ମଲ୍ଟି କରେନ୍ସି ଫରେନ୍ ଟ୍ରାଭେଲ୍ କାର୍ଡ ଲଞ୍ଚ କରାଯାଇଛି । ଏହା ଏକ ପ୍ରିପେଡ୍ କରେନ୍ସି କାର୍ଡ ହୋଇଥିବା ବେଳେ ଏଥିରେ ସାତଟି କରେନ୍ସିର ଅର୍ଥ ପ୍ରି-ଲୋଡ୍ କରାଯାଇ ପାରିବ । ଏଥିସହ ଏହାକୁ ବିଦେଶ ଏଟିଏମରେ ମଧ୍ୟ ବ୍ୟବହାର କରାଯାଇପାରିବ । ବିଦେଶ ଗସ୍ତ ସମୟରେ ପଇସା ରଖିବାର ଏହା ଏକ ସ୍ମାର୍ଟ ତରିକା ବୋଲି କୁହାଯାଉଛି ।

ତେବେ ଏହି କାର୍ଡକୁ ବ୍ୟବହାର କରି ଗ୍ରାହକମାନେ ସମଗ୍ର ବିଶ୍ୱରେ ଦୁଇ ଲକ୍ଷରୁ ଅଧିକ ଏଟିଏମରୁ କ୍ୟାସ୍ ଉଠାଇ ପାରିବେ । ଏଥିସହ ଦୋକାନ, ରେଷ୍ଟୁରାଣ୍ଟ ଓ ହୋଲେମାନଙ୍କରେ ମଧ୍ୟ ପେମେଣ୍ଟ କରିପାରିବେ । ଏସବିଆଇର ପୁରୁଣା ଓ ନୂଆ ଗ୍ରାହକମାନେ ନିକଟସ୍ଥ ବ୍ରାଞ୍ଚ ପରିଦର୍ଶନ କରି ବା ଏସବିଆଇ ୱେବସାଇଟ ଲଗ୍ ଇନ୍ କରି ଏହି କାର୍ଡର ଫାଇଦା ଉଠାଇ ପାରିବେ । ଏହି କାର୍ଡ ୧୧ ଶହରୁ ଅଧିକ ବ୍ରାଞ୍ଚରେ ଉପଲବ୍ଧ ହେଉଛି । ଏହି କାର୍ଡରେ ବାଲାନ୍ସ, ଟ୍ରାଞ୍ଜାକସନ ଡିଟେଲ୍ସ, ଏଟିଏମ ଲୋକେଟର ସର୍ଭିସର ବେନିଫିଟ୍ ରହିଛି । କାର୍ଡକୁ ଆମରିକୀୟ ଡଲାର, ବ୍ରିଟିଶ ପାଉଣ୍ଡ, ଅଷ୍ଟ୍ରେଲିଆନ ଡଲାର, କାନାଡିଆ ଡଲାର ଓ ୟୁଏଇ ଡିରହାମରେ ଲୋଡ୍ କରାଯାଇପାରିବ ।

Get real time updates directly on you device, subscribe now.