fbpx

ଶନିଦୋଷରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି କି? ନବରାତ୍ରିର ସପ୍ତମୀରେ କରନ୍ତୁ କାଳରାତ୍ରୀଙ୍କ ପୂଜା

ହିନ୍ଦୁଧର୍ମରେ ନବରାତ୍ରିର ବିଶେଷ ମହତ୍ତ୍ୱ ରହିଛି । ଶାରଦୀୟ ନବରାତ୍ରିର ବ୍ରତର ପର୍ବ ପ୍ରତିବର୍ଷ ଆଶ୍ୱିନ ମାସ କୃଷ୍ଣପକ୍ଷର ପ୍ରତିପଦା ତିଥିରୁ ଆରମ୍ଭ ହୋଇଥାଏ । ନବରାତ୍ରୀର ୯ ଦିନ ମଧ୍ୟରେ ମା ଦୁର୍ଗାଙ୍କ ଅଲଗା ଅଲଗା ସ୍ୱରୂପକୁ ପୂଜା କରାଯାଏ । ଏହି କ୍ରମରେ ଆଜି ନବରାତ୍ରିର ସପ୍ତମ ଦିନ । ଏହି ଦିନ ମା’ ଦୁର୍ଗାଙ୍କ ସ୍ୱରୂପ ମା’ କାଳରାତ୍ରିଙ୍କୁ ପୂଜା କରାଯାଏ । ମା କାଳରାତ୍ରିଙ୍କୁ ଯନ୍ତ୍ର, ମନ୍ତ୍ର ଓ ତନ୍ତ୍ରର ଦେବୀ ବୋଲି କୁହାଯାଏ । ଶାସ୍ତ୍ର ଅନୁସାରେ, ମା ଦୁର୍ଗା ରକ୍ତବୀଜର ବଧ କରିବାକୁ ନିଜ ଶକ୍ତିରୁ କାଳରାତ୍ରିଙ୍କୁ ସୃଷ୍ଟି କରିଥିଲେ ।

ଜ୍ୟୋତିଷ ଶାସ୍ତ୍ରର ଅନୁସାରେ, ଦେବୀ କାଳରାତ୍ରି ଶନି ଦେବଙ୍କୁ ନିୟନ୍ତ୍ରଣ କରନ୍ତି । ନବରାତ୍ରିରେ ତାଙ୍କର ବିଧିବିଧାନ ସହିତ ପୂଜାର୍ଚ୍ଚନା କରିବା ଦ୍ୱାରା ଶନିଦୋଷରୁ ମୁକ୍ତି ମିଳିଥାଏ । କାଳରାତ୍ରିଙ୍କୁ କାଳର ବିନାଶକାରୀ ଦେବୀ ଭାବେ ପୂଜା କରାଯାଏ । ସେଥିପାଇଁ ମା ଦୁର୍ଗାଙ୍କର ଏହି ରୂପକୁ କାଳରାତ୍ରି କୁହାଯାଏ । ଭକ୍ତଙ୍କ ସମସ୍ତ ଦୁଃଖକୁ ମା କାଳରାତ୍ରି ଦୂର କରିଥାନ୍ତି । ତାଙ୍କର ପୂଜା କରିବା ଦ୍ୱାରା ଲୋକମାନେ ଅକାଳ ମୃତ୍ୟୁ ଭୟରୁ ମୁକ୍ତ ପାଇଥାନ୍ତି ।

କାଳରାତ୍ରିଙ୍କ ପୂଜା କରିବାର ଶୁଭ ସମୟ
ରବି ଯୋଗ – ସକାଳ ୦୬:୨୦ ରୁ ୧୧.୨୭ ପର୍ଯ୍ୟନ୍ତ ରହିଛି ।
ଅଭିଜିତ୍ ମୁହୂର୍ତ୍ତ – ଦ୍ୱିପହର ୧୧ଟା ୪୪ ମିନିଟରୁ ୧୨.୩୦ ପର୍ଯ୍ୟନ୍ତ ।
ବିଜୟ ମୁହୂର୍ତ୍ତ – ଦ୍ୱିପହର ୦୨:୦୩ ରୁ ୦୨:୪୯ ପର୍ଯ୍ୟନ୍ତ ।
ଗୋଧୂଳି ବେଳା- ସନ୍ଧ୍ୟା ୫:୪୩ ରୁ ୦୬:୦୭ ପର୍ଯ୍ୟନ୍ତ ରହିଛି ।

ଦେବୀ କାଳରାତ୍ରୀଙ୍କ ପୂଜାବିଧି
ସକାଳୁ ଉଠି ଗାଧୋଇବା ସହିତ ପୂଜା ସ୍ଥାନ ସଫା କରନ୍ତୁ । ମା କାଳରାତ୍ରିଙ୍କୁ ଧୂପ, ସୁଗନ୍ଧ, ଫୁଲ ଏବଂ ଗୁଣ୍ଡ ଅର୍ପଣ କରନ୍ତୁ । ମାତାଙ୍କୁ ତାଙ୍କର ପ୍ରିୟ ଭୋଗ ଗୁଡ଼ ଅର୍ପଣ କରନ୍ତୁ । ଏବେ ମାତାର ପୂଜା କାହାଣୀ ଓ ମନ୍ତ୍ର ଜପ କରନ୍ତୁ । ଏହା ପରେ ମା କାଳରାତ୍ରିଙ୍କ ଆରତୀ କରନ୍ତୁ ଓ ଶେଷରେ ପ୍ରଣାମ କରନ୍ତୁ । ଏହି ଦିନ ବ୍ରାହ୍ମଣମାନଙ୍କୁ ଅବଶ୍ୟ ଦାନ କରନ୍ତୁ ।

Get real time updates directly on you device, subscribe now.