fbpx
BSKY SKY
BSKY SKY

ସାମ୍ନାକୁ ଆସିଲା ମନୀଷଙ୍କ ପୋଷ୍ଟମର୍ଟମ ରିପୋର୍ଟ; ଜଣେ ଅଟକ, କାର୍ ଠାବ

BSKY

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗଙ୍କ ହତ୍ୟା ମାମଲାରେ ସାମ୍ନାକୁ ଆସିଛି ପୋଷ୍ଟମର୍ଟମ ରିପୋର୍ଟ । ଶ୍ୱାସରୁଦ୍ଧ ହୋଇ ମନୀଷ ଅନୁରାଗଙ୍କ ମୃତ୍ୟୁ ହୋଇଥିବା ପୋଷ୍ଟମର୍ଟମର ପ୍ରାଥମିକ ରିପୋର୍ଟରେ ପ୍ରକାଶ ପାଇଛି । ଏନେଇ ଏମ୍ସ ପିଆରଓ ପ୍ରଭାସ ତ୍ରିପାଠୀ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ‘ମନୀଷଙ୍କ ଆହୁରି ରିପୋର୍ଟ ଆସିବାକୁ ବାକି ଅଛି । ପାକସ୍ଥଳୀରେ ହଜମ ହୋଇନଥିବା ଖାଦ୍ୟକୁ ପରୀକ୍ଷା ପାଇଁ ପଠାଯାଇଛି । ଡାଏଟମ୍ ଓ ଭିସେରା ରିପୋର୍ଟକୁ ଅପେକ୍ଷା କରାଯାଇଛି । ପାଣି ବୁଡ଼ି କି ତା ପୂର୍ବରୁ ଶ୍ୱାସରୁଦ୍ଧ ହୋଇଛି, ତାହାର ପରୀକ୍ଷା କରାଯିବ ।’

ଅନ୍ୟପଟେ ଏହି ମାମଲାରେ ଜଣଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି ପୋଲିସ । ଏହା ସହ ମନୀଷଙ୍କୁ ନିଆଯାଇଥିବା କାରର ମଧ୍ୟ ସନ୍ଧାନ ମିଳିଛି । ପାତ୍ରପଡ଼ା ସାଉଥ ସିଟି ହୋଟେଲକୁ ନିଆଯାଇଥିବା କାର ଠାବ ହୋଇଛି । ମନୀଷ ୨ ଜଣଙ୍କ ସହ ଗୋଟିଏ କାରରେ ସାଉଥ ସିଟି ଯାଇଥିଲେ । ଏଥିରେ ପୋଲିସ ଜଣଙ୍କୁ ଅଟକ ରଖିଥିବା ବେଳେ ଆଉ ଜଣଙ୍କୁ ଖୋଜିବାରେ ଲାଗିଛି ।

ତେବେ ଏହାପୂର୍ବରୁ ପୁଅର ସାଙ୍ଗମାନେ ମନୀଷଙ୍କୁ ହତ୍ୟା କରିଛନ୍ତି ବୋଲି ପିତା ନବୀନ ଦାସ ଅଭିଯୋଗ କରିଥିଲେ । ନିର୍ଭୟ ଚ୍ୟାନେଲରେ ଏକ ୟୁଟ୍ୟୁବ ଭିଡିଓ ଜରିଆରେ ଏହି ଖୁଲାସା କରିଥିଲେ ନବୀନ । ସାଙ୍ଗମାନଙ୍କ ସହିତ ଭୋଜି କରିବାକୁ ଯାଇଥିବା ବେଳେ ସାଙ୍ଗମାନେ ତାକୁ ହତ୍ୟା କରିଛନ୍ତି ବୋଲି ନବୀନ କହିଥିଲେ । ସାଙ୍ଗମାନଙ୍କ ସହିତ ମନୀଷ ଭୋଜି କରିବାକୁ ଯାଇଥିବା ବେଳେ ରାତି ୪.୨୨ ମିନିଟରେ ଶେଷ ଥର ପାଇଁ ତାଙ୍କ ସହିତ କଥା ହୋଇଥିଲେ ନବୀନ । ଶେଷ ଥର ପାଇଁ କରିଥିବା କଲରେ ତାଙ୍କୁ ପିଟାପିଟି କରାଯାଉଥିବା ନେଇ ମନୀଷ ପ୍ରକାଶ କରିଥିଲେ । ଏହା ସହ କମିଶନରେଟ ପୋଲିସ ପକ୍ଷରୁ ପାତ୍ରପଡା ସାଉଥ ସିଟି ହୋଟେଲକୁ ସିଲ କରାଯାଇଥିଲା ।

Get real time updates directly on you device, subscribe now.