fbpx
BSKY SKY
BSKY SKY

ଅଯୋଧ୍ୟାରେ ପ୍ଲଟ୍ କିଣିଲେ ବିଗ୍ ବି, ମୁମ୍ବାଇ ଠାରୁ ବି ମହଙ୍ଗା ପ୍ଲଟର କ’ଣ ରହିଛି ମୂଲ୍ୟ ଜାଣନ୍ତୁ…

BSKY

ମୁମ୍ବାଇ: ଅଯୋଧ୍ୟାରେ ଆୟୋଜିତ ହେବାକୁ ଥିବା ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ସାରା ଦେଶ ଉତ୍ସବମୁଖର । ଏହି ଉତ୍ସବରେ ବଲିଉଡ଼ ଇଣ୍ଡଷ୍ଟ୍ରିର ବଡ଼ ବଡ଼ ସେଲିବ୍ରିଟିଙ୍କ ସହ ଖେଳ, ରାଜନୀତି ଏବଂ ଅନ୍ୟ ବ୍ୟକ୍ତି ବିଶେଷ ସାମିଲ ହେବେ । ଏଥିମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି ବଲିଉଡ଼ର ମହାନାୟକ ଅମିତାଭ ବଚ୍ଚନଙ୍କ ବିଷୟରେ । ଅଯୋଧ୍ୟାରେ ବିଗ୍ ବି ଏକ ପ୍ଲଟ୍ କିଣିଛନ୍ତି । ମୁମ୍ବାଇର ଏକ ଡେଭେଲପର କମ୍ପାନୀ ‘ଦି ହାଉସ୍ ଅଫ୍ ଅଭିନନ୍ଦନ ଲୋଢ଼ା’ ମାଧ୍ୟମରେ ଏହି ପ୍ଲଟ୍ କିଣିଛନ୍ତି ।

ସୂତ୍ରରୁ ପ୍ରକାଶ ଅମିତାଭ ବଚ୍ଚନ କିଣିଥିବା ଏହି ପ୍ଲଟ ୧୦ ହଜାର ବର୍ଗଫୁଟରେ ପରିବ୍ୟାପ୍ତ ଏବଂ ଏହାର ମୂଲ୍ୟ ୧୪.୫ କୋଟି ଟଙ୍କା ଅଟେ । ଏହି ପ୍ଲଟ୍ ଏକ ୭ ତାରକା ମଲ୍ଟି ପର୍ପଜ ଏନକ୍ଲେଭ୍- ‘ଦି ସରୟୁ’ରେ ଅବସ୍ଥିତ । ତେବେ ଉକ୍ତ ଡେଭେଲପର କମ୍ପାନୀ ପ୍ଲଟ୍ ବିଷୟରେ ଅଧିକ ସୂଚନା ପ୍ରକାଶ କରି ନାହିଁ । ବିଗ୍ ବିଙ୍କର ଜନ୍ମସ୍ଥାନ ପ୍ରୟାଗରାଜରୁ ଅଯୋଧ୍ୟାର ଦୂରତା ୫ ଘଣ୍ଟା ଠାରୁ ବି କମ୍ ଅଟେ । ତେବେ ଅଭିନନ୍ଦନ ଲୋଢ଼ାଙ୍କ କହିବାନୁଯାୟୀ ସରୟୁ ଏନକ୍ଲେଭ୍ ରାମ ମନ୍ଦିର ଠାରୁ ମାତ୍ର ୧୫ ମିନିଟର ରାସ୍ତ।। ଏବଂ ଆନ୍ତର୍ଜାତୀୟ ବିମାନ ବନ୍ଦରରୁ ୩୦ ମିନିଟ ସମୟ ଲାଗିଥାଏ ।

Get real time updates directly on you device, subscribe now.