fbpx

ବ୍ଲଡ଼ ପ୍ରେସରକୁ କଣ୍ଟ୍ରୋଲରେ ରଖିଥାଏ ଅଁଳା, ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ

ଆଜିକାଲି ଦୁନିଆରେ ପ୍ରତ୍ୟେକ ମଣିଷ ଚାହାଁନ୍ତି ସବୁବେଳେ ସୁସ୍ଥ ଓ ସୁନ୍ଦର ରହିବାକୁ । କିଏ ବା ଚାହେଁ ଅନେକ ସମୟରେ ଅଧିକାଂଶ ଲୋକଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡି ଯାଇଥାଏ । ଖାସ୍କରି ଶୀତ ଦିନରେ ବାୟୂ ପ୍ରଦୂଷଣ ବଢିବା ଦ୍ୱାରା ଅନେକ ପ୍ରକାରର ରୋଗ ଦେଖା ଯାଇଥାଏ ।ବିଶେଷଜ୍ଞଙ୍କ ମତ ଅନୁଯାୟୀ , ରୋଗ ବେମାରୀ ଠାରୁ ବଞ୍ଚିବା ପାଇଁ ଇମ୍ୟୁନ୍ ସିଷ୍ଟମକୁ ମଜବୁତ୍ ରଖିବା ଅତ୍ୟନ୍ତ ଜରୁରୀ । ତେବେ ଆସନ୍ତୁ ଜାଣିବା କେମିତି କରିବା… ତେବେ ଏଥିପାଇଁ ଖାଦ୍ୟରେ ଭିଟାମିନ୍-ସି ଯୁକ୍ତ ଖାଦ୍ୟ ଖାଇବା ଆବଶ୍ୟକ ରହିଛି । କରୋନା ମହାମାରୀ ସମୟରେ ବାୟୁ ପ୍ରଦୂଷଣରୁ ବଞ୍ଚିବା ପାଇଁ ଖାଦ୍ୟରେ ଅଁଳା ସେବନ କରିବା ଅତ୍ୟନ୍ତ ଜରୁରୀ । ଅଁଳାକୁ ସୁପରଫୁଡ୍ ବୋଲି ମଧ୍ୟ କୁହାଯାଏ ।

ଏହା ସେବନ କରିବା ଦ୍ୱାରା, ଅନେକ ବେମାରୀରୁ ଏହା ମୁକ୍ତି ଦେବାରେ ସାହାଯ୍ୟ କରିଥାଏ । ଇମ୍ୟୁନ ସିଷ୍ଟମ୍ମ ଜବୁତ୍ ରହିବା ସହିତ, ବାୟୂ ପ୍ରଦୂଷଣ ଦ୍ୱାରା ହେଉଥିବା ରୋଗ ବେମାରୀରୁ ମୁକ୍ତି ଦେଇଥାଏ । ତେବେ ଆସନ୍ତୁ ଜାଣିବା ଅଁଳାର ଉପକାରିତା ବିଷୟରେ । ଅଁଳା ଜୁସ୍, ଅଁଳା ଆଚାର ବା ଅଁଳା ଗୁଣ୍ଡ ସବୁବେଳେ ଉପଲବ୍ଧ ହୋଇଥାଏ । କିନ୍ତୁ କଞ୍ଚା ଅଁଳା କିଛି ନିର୍ଦ୍ଦିଷ୍ଟ ସମୟରେ ମିଳିଥାଏ । ଶୀତ ଦିନରେ ପ୍ରତିଦିନ ଅଁଳା ଖାଇବା ଦ୍ୱାରା ତ୍ୱଚାରେ ଚମକ ଆସିବା ସହିତ, ଇମ୍ୟୁନ୍ ସିଷ୍ଟମ୍ମ ଜବୁତ୍ ରହିଥାଏ । ଏଥିରେ ଭିଟାମିନ୍-ସି ଭରପୁର ମାତ୍ରରେ ରହିଥାଏ । ଏହା ସେବନ କରିବା ଦ୍ୱାରା ଥଣ୍ଡା, କାଶ ଭଳି ସମସ୍ୟାରୁ ମଧ୍ୟ ମୁକ୍ତି ମିଳିଥାଏ ।

ଶୀତ ଦିନରେ ବାୟୂ ପ୍ରଦୁଷଣ ହେବା ଦ୍ୱାରା ଅନେକ ସମସ୍ୟା ହେବାର ସମ୍ଭାବନା ରହିଥାଏ । ଏଥିରେ ଭିଟାମିନ୍ସି ଓ ଆଣ୍ଟିଅକ୍ସିଡାଣ୍ଟ ରହିଥିବାରୁ ଏହା ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ ହୋଇଥାଏ । ଏହା ଦ୍ୱାରା ରକ୍ତଚାପ କଣ୍ଟ୍ରୋଲରେ ରହିବା ସହିତ, ଲିଭର ଦ୍ୱାରା ହେଉଥିବ ସମସ୍ୟାରୁ ମଧ୍ୟ ମୁକ୍ତି ଦେଇଥାଏ । କଞ୍ଚା ଅଁଳାର ସ୍ୱାଦ ସମସ୍ତଙ୍କୁ ଭଲ ଲାଗିନଥାଏ । ତେଣୁ ଅଁଳା ଆଚାର, ଚଟଣୀ, ଜୁସ୍ ଏଥିରୁ ପ୍ରସ୍ତୁତ କରି ଖାଇ ପାରିବେ ।

ଏହାକୁ ଆଉ ଟିକେ ସ୍ୱାଦିଷ୍ଟ କରିବା ପାଇଁ ଏଥିରେ ଲୁଣ ମିଶାଇ ଖାଇପାରିବେ । ପ୍ରତିଦିନ ସକାଳୁ ଖାଲିପେଟରେ ୨ ରୁ ୩ଟି ଖାଇବା ବହୁତ୍ ଉପକାରୀ । କିନ୍ତୁ ମନେ ରଖିବେ ପ୍ରତିଦିନ ୨ରୁ ୩ଟି ଅଁଳାରୁ ଅଧିକ ଖାଇବା ଅନୁଚିତ୍ । ଏକଥାକୁ ମଧ୍ୟ ଧ୍ୟାନ ଦେବା ଆବଶ୍ୟକ ।

Get real time updates directly on you device, subscribe now.