fbpx
BSKY SKY
BSKY SKY

ସକାଳ ଜଳଖିଆରେ ଖାଆନ୍ତୁ ନାହିଁ ଏହି ସବୁ ଖାଦ୍ୟ: ନହେଲେ ପଡ଼ିପାରେ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ନକାରାତ୍ମକ ପ୍ରଭାବ

BSKY

ସକାଳେ ଉଠିବା ମାତ୍ରେ ସମସ୍ତେ ଏକ ଭଲ ଆରମ୍ଭ ଚାହାଁନ୍ତି । ତେବେ ଏହି ଆରମ୍ଭ ଅନେକ ଲୋକ ଚା’ ପିଇ କରିବାକୁ ପସନ୍ଦ କରିଥାନ୍ତି । ଏହା ସହିତ ଏକ ନୂତନ ଦିନର ଆରମ୍ଭ ଏପରି ହେବା ଉଚିତ୍ ଯେ ଆପଣ ଦିନସାରା ସତେଜ ଏବଂ ଫୁର୍ତ୍ତି ଅନୁଭବ କରିପାରିବେ । ସେଥିପାଇଁ ଲୋକେ ସେମାନଙ୍କର ଜଳଖିଆକୁ ବେଶ ଭଲ ଭାବରେ ଖାଇଥାନ୍ତି । କାରଣ ଦିନସାରା ସତେଜ ଅନୁଭବ କରିବା ପାଇଁ ଏକ ଭଲ ଜଳଖିଆ ବେଶ ଗୁରୁତ୍ୱପୂର୍ଣ୍ଣ ।

ତେବେ ଏପରି କିଛି ଖାଦ୍ୟ ଅଛି ଯାହା ଖାଇବା ଦ୍ୱାରା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡ଼ିପାରେ । ସକାଳ ଜଳଖିଆରେ ଏହି ଖାଦ୍ୟ ସବୁକୁ ଯୋଗ କରିବା ଦ୍ୱାରା ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ଏହା କ୍ଷତିକାରକ ହୋଇପାରେ । ତେବେ କେଉଁ ଖାଦ୍ୟ ଆପଣଙ୍କୁ ଦିନ ଆରମ୍ଭରେ ଆଦୌ ଖାଇବା ଉଚିତ୍ ନୁହେଁ ଆସନ୍ତୁ ଜାଣିବା ।

ପାନକେକ- ପାଶ୍ଚାତ୍ୟ ଦେଶମାନଙ୍କରେ ଅନେକ ଲୋକ ସକାଳ ଜଳଖିଆରେ ପ୍ୟାନକେକ ଖାଇବାକୁ ପସନ୍ଦ କରିଥାନ୍ତି । କିନ୍ତୁ ଯଦି ଆପଣ ସକାଳେ ଜଳଖିଆ ପାଇଁ ପାନକେକ୍ ଖାଉଛନ୍ତି, ତେବେ ସାବଧାନ! ଏହା ଭବିଷ୍ୟତରେ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ନକାରାତ୍ମକ ପ୍ରଭାବ ପକାଇବାକୁ ଯାଉଛି । କାର୍ଯ୍ୟବ୍ୟସ୍ତତା କାରଣରୁ ଲୋକମାନେ ଏଭଳି ଖାଦ୍ୟ ଖୋଜନ୍ତି ଯାହା ଖାଇବା ସହଜ ଅଟେ । ପାନକେକ୍ ଏବଂ ୱାଫଲ୍ସ ଏହାର ଅନ୍ତର୍ଭୁକ୍ତ । ଅନେକ ଲୋକ ଏହାକୁ ଜଳଖିଆରେ ଖାଇବାକୁ ପସନ୍ଦ କରନ୍ତି । କିନ୍ତୁ ଜଳଖିଆ ପାଇଁ ଏହା ଏକ ଭଲ ବିକଳ୍ପ ନୁହେଁ ।

ଚା- ଅଧିକାଂଶ ଲୋକଙ୍କ ଦିନ ଚା ’ରୁ ଆରମ୍ଭ କରିଥାନ୍ତି । କିନ୍ତୁ ଖାଲି ପେଟରେ ସକାଳେ ଚା ପିଇଲେ ତାହା ସ୍ୱାସ୍ଥ୍ୟ ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ । ସକାଳେ ଚା ପିଇବାର ଏହି ଅଭ୍ୟାସ ଦ୍ୱାରା ଆପଣ ଗ୍ୟାସ ଏବଂ ବଦହଜମୀ ପରି ସମସ୍ୟା ସୃଷ୍ଟି କରିପାରେ । ତେବେ ଯଦି ଆପଣ ଚାହାନ୍ତି ତେବେ ଆପଣ ସକାଳର ଚା ସହିତ କିଛି ସ୍ନାକ୍ସ ଖାଇପାରିବେ । କିନ୍ତୁ ସକାଳେ ଖାଲି ପେଟରେ ଚା ପିଅନ୍ତୁ ନାହିଁ । ଏହା ସ୍ୱାସ୍ଥ୍ୟ ପାଇଁ ଅନେକ କ୍ଷତି କରିପାରେ । ଏହା ବ୍ୟତୀତ ଏହା ରକ୍ତରେ ଶର୍କରାର ମାତ୍ରା ମଧ୍ୟ ବଢ଼ାଇପାରେ ।

ବ୍ରେକଫାଷ୍ଟ ସିରିୟଲ- ଜଳଖିଆରେ ଆପଣ କଦାପି ସିରିୟଲ ଖାଇବା ଉଚିତ୍ ନୁହେଁ । ଯଦିଓ ଅଧିକାଂଶ ଲୋକ ଏହାକୁ ଏକ ସୁସ୍ଥ ବିକଳ୍ପ ଭାବରେ ବିବେଚନା କରନ୍ତି । କିନ୍ତୁ ଏହା ସତ୍ୟ ନୁହେଁ। ପ୍ରକୃତରେ ଏଥିରେ ଅଧିକ ପରିମାଣର ଚିନି ଥିବା ସହିତ ଏଥିରେ ଥିବା ଫାଇବର ଆପଣଙ୍କ ସକାଳର ଖାଦ୍ୟକୁ ଖରାପ କରିପାରେ ।

Get real time updates directly on you device, subscribe now.