fbpx

ରାଜଧାନୀରେ ବଢିବ ବର୍ଷାର ପରିମାଣ

ଭୁବନେଶ୍ୱର(ଓଡିଶା ଭାସ୍କର): ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ଆରମ୍ଭ ହୋଇଛି । ଏହାର ପ୍ରଭାବରେ ରାଜଧାନୀ ଭୁବନେଶ୍ୱରରେ ବର୍ଷାର ପରିମାଣ ବଢିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଏନେଇ ୨୭ଟି ସମ୍ବେଦନଶୀଳ ସ୍ଥାନକୁ ଫୋକସ କରାଯାଇଛି ବୋଲି ବିଏମସି କମିଶନର ରଞ୍ଜିତ ସିଂହ କହିଛନ୍ତି । ତଳିଆ ଅଞ୍ଚଳରୁ ଜଳ ନିଷ୍କାସନ ପାଇଁ ବିଏମସି ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ବିଏମସି ତରଫରୁ ୨ଟି ଟୋଲ ଫ୍ରି ନମ୍ବର ମଧ୍ୟ ଜାରି କରାଯାଇଛି । ଏହା ସହ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ମଧ୍ୟ କାର୍ଯ୍ୟ କରୁଛି ।

ଅଗ୍ନିଶମ ବିଭାଗ ଓ ବିଏମସି ପକ୍ଷରୁ ପମ୍ପସେଟ ମହଜୁଦ ରହିଛି । ଭୁବନେଶ୍ୱରରେ ୧୦ଟି ମୁଖ୍ୟ ଡ୍ରେନର କାମ ସରିଛି । ୩ଟି ଲିଙ୍କ ଡ୍ରେନରୁ ୨ଟି କାମ ସରିଥିବା ବେଳେ ଅନ୍ୟଟିର କାମ ଜୁନ୍ ୧୫ରେ ସରିବ । ସଂଯୋଗ ଡ୍ରେନ୍ କାମ ମଧ୍ୟ ସଫେଇ ହୋଇଛି । ବର୍ଷାକୁ ଦୃଷ୍ଟିରେ ରଖି ସବୁ ପ୍ରକାର ସ୍ଥିତିର ମୁକାବିଲା ପାଇଁ ବିଏମସି ପ୍ରସ୍ତୁତ ରହିଛି ବୋଲି ବିଏମସି କମିଶନର କହିଛନ୍ତି ।

Get real time updates directly on you device, subscribe now.