fbpx

୬ ମାସରେ ଦେଶକୁ ଆସିବ ୬ ନୂଆ ଟିକା

ନୂଆଦିଲ୍ଲୀ: କରୋନା କାଳରେ ଟିକାକରଣକୁ ବେଶି ଗୁରୁତ୍ୱ ଦିଆଯାଉଛି । ଏହାରି ମଧ୍ୟରେ ଆସିଛି ଏକ ଖୁସି ଖବର । ଆଗାମୀ ୬ ମାସ ଭିତରେ ଦେଶକୁ ଆସିବାକୁ ଯାଉଛି ଆଉ ୬ କରୋନା ଟିକା । ଏନେଇ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ନିତି ଆୟୋଗ ସ୍ୱାସ୍ଥ୍ୟ ସଦସ୍ୟ ଡାକ୍ତର ଭି.କେ. ପଲ୍ ସୂଚନା ଦେଇଛନ୍ତି । ଆଗାମୀ ୬ ମାସ ଭିତରେ ‘ବାୟୋଲୋଜିକାଲ-ଇ’କୁ ମିଶାଇ ୬ ଟିକା ଆସିବ । ଜାଇଡସ୍ କାଡିଲାର ଡିଏନଏ ଟିକା, ଜେନୋଭା, ନାଜାଲ ଟିକା ଆସିବ । ଏହା ସହ ଜେଏମଜିର ପ୍ରସ୍ତୁତ ଟିକା ଓ ନୋଭାଭାକ୍ସ ଟିକା ଆସିବ ବୋଲି କହିଛନ୍ତି ଡାକ୍ତର ପଲ୍ ।

Get real time updates directly on you device, subscribe now.