fbpx

ପଶ୍ଚିମ ଓଡିଶା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ପ୍ୟାକେଜ୍, ଜାଣନ୍ତୁ କେତେ କୋଟି?

ଭୁବନେଶ୍ୱର(ଓଡିଶା ଭାସ୍କର): ରାଜ୍ୟରେ କରୋନା ମହାମାରୀ ଯୋଗୁଁ ଅନେକ ଲୋକେ ନିଜର ଧନ ଜୀବନ ହରାଇସାରିଛନ୍ତି । ଏବେବି ରାଜ୍ୟରେ ଅନେକ ଅଞ୍ଚଳରେ କରୋନା ପ୍ରକୋପ ଜାରି ରହିଥିବା ବେଳେ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ଏହାର ମୁକାବିଲା ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଥିବା ବେଳେ ଆଜି ପଶ୍ଚିମ ଓଡିଶା ପାଇଁ ସ୍ୱତନ୍ତ୍ର କୋଭିଡ ପ୍ୟାକେଜ୍ ଘୋଷଣା କରିଛନ୍ତିି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପଶ୍ଚିମ ଓଡିଶାରେ କୋଭିଡ ପରିଚାଳନା ପାଇଁ ଆଉ ୨୫ କୋଟି ଟଙ୍କାର ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ପଶ୍ଚିମ ଓଡିଶାରେ ୧୧ଟି ଜିଲ୍ଲାରେ କୋଭିଡ ପରିଚାଳନା ପାଇଁ ଏହି ପ୍ୟାକେଜ ଘୋଷଣା ହୋଇଛି । ସେହି ୧୧ଟି ଜିଲ୍ଲାଗୁଡିକ ଯଥା- ସମ୍ବଲପୁର, କଳାହାଣ୍ଡି, ବଲାଙ୍ଗୀର, ବରଗଡ, ନୂଆପଡା, ଝାରସୁଗୁଡା, ଅନୁଗୁଳ, ବୌଦ୍ଧ, ଦେବଗଡ, ସୁବର୍ଣ୍ଣପୁର ଓ ସୁନ୍ଦରଗଡ ପାଇଁ ଏହି ଅର୍ଥ ଘୋଷଣା ହୋଇଛି । କୋଭିଡ ପ୍ୟାକେଜ୍ ଦ୍ୱାରା ପଶ୍ଚିମ ଓଡିଶାର ଏହି ୧୧ ଜିଲ୍ଲା ଉପକୃତ ହେବେ ।

Get real time updates directly on you device, subscribe now.