fbpx

୨୦ତାରିଖରେ ଲ୍ୟାଣ୍ଡଫଲ୍ କରିବ ଅମ୍ପାନ !

ଭୁବନେଶ୍ୱର, ୧୬ା୫(ଓଡ଼ିଶା ଭାସ୍କର): ସମ୍ଭାବ୍ୟ ବାତ୍ୟା ନେଇ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ସେ କହିଛନ୍ତିି ଯେ ଆଜି ଲଘୁଚାପ ସାଇକ୍ଲୋନିକ ଷ୍ଟର୍ମର ରୂପ ନେବ ବୋଲି ଏସଆରସି କହିଛନ୍ତି । ପାରାଦୀପର ୧୦୬୦ କିଲୋମିଟର ଦୂରରେ ଅଛି ଅମ୍ପାନ । ଘଣ୍ଟାକୁ ୨୦କିମି ବେଗରେ ଗତି କରୁଛି । ୨୦ତାରିଖ ବେଳକୁ ପଶଚିମବଙ୍ଗରେ ଲ୍ୟାଣ୍ଡଫଲ କରିବା ସମ୍ଭାବନା ରହିଛି ବୋଲି ଏସଆରସି କହିଛନ୍ତି । ରିକର୍ଭ କଲା ପରେ ଗତିପଥ ନେଇ ସୂଚନା ଆସିପାରିବ ବୋଲି ସେ କହିଛନ୍ତି । ଗଞ୍ଜାମ ଉପକୂଳରୁ କେନ୍ଦ୍ରାପଡ଼ା ଯାଏଁ ବର୍ଷା ସମ୍ଭାବନା ରହିଛି । ୨୦ତାରିଖ ଯାଏଁ ଉତ୍ତର ଓଡ଼ିଶାରେ ଲାଗି ରହିବ ବର୍ଷା । ୧୯ତାରିଖ ସକାଳେ ୬୦କିମି ବେଗରେ ପବନ ବହିବ । ଏହାର ବେଗ ୭୫କିମି ପର୍ଯ୍ୟନ୍ତ ପହଞ୍ଚି ପାରେ ବୋଲି ଆକଳନ କରାଯାଇଛି । ରାଜ୍ୟରେ ୧୮ ସନ୍ଧ୍ୟାରୁ ବର୍ଷା ଆରମ୍ଭ ହେବାର ସମ୍ଭାବନା ରହିଛି । ୧୨ଟି ଜିଲ୍ଲା ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ରଖାଯାଇଛି । ତେଣୁ ଏନଡ଼ିଆରଏଫ, ଓଡ୍ରାଫ୍ ଟିମ୍ ପ୍ରସ୍ତୁତ ହୋଇଛି ସେମାନଙ୍କୁ ନିୟୋଜିତ କରାଯିବ । ଉତ୍ତର ଓଡ଼ିଶା ସହ ଅନ୍ୟ ୮ଟି ଜିଲ୍ଳାକୁ ଦୃଷ୍ଟି ଦିଆଯିବ ବୋଲି କହିଛନ୍ତି ।

Get real time updates directly on you device, subscribe now.