fbpx

ମାତ୍ର ୧୦ ଦିନରେ କେତେ କୋଟିର ମଦ ପିଇଗଲେ ଦିଲ୍ଲୀବାସୀ? ଜାଣିଲେ ହୋସ୍ ଉଡିଯିବ

ମେ ୪ରୁ ମଦ ଦୋକାନ ଖୋଲିବା ପରେ ପ୍ରାୟ ୧୭୦ କୋଟିର ମଦ ପିଇସାରିଛନ୍ତି ଦିଲ୍ଲୀବାସୀ । ଜଣେ ଅଧିକାରୀ କହିଛନ୍ତି ଯେ, ମଦ ବିକ୍ରି ଉପରେ ସ୍ୱତନ୍ତ୍ର କରୋନା ଫିସ୍ ଲାଗୁ ହେବା ପରେ ଦିଲ୍ଲୀ ସରକାର ଅତିରିକ୍ତ ୧୦ କୋଟି ଟଙ୍କା ରୋଜଗାର କରିଛନ୍ତି । ତେବେ ତୃତୀୟ ପର୍ଯ୍ୟାୟ ଲକ୍-ଡାଉନ ଆରମ୍ଭ ହୋଇଥିବାରୁ ମେ ୪ରେ ୧୫୦ଟି ମଦ ଦୋକାନକୁ ଚୁକ୍ତିଭିତ୍ତିକ ଖୋଲିବାକୁ ଅନୁମତି ଦେଇଥିଲେ ଦିଲ୍ଲୀ ସରକାର । ଏହା ପରଦିନ ମଦର ଏମଆରପି ଉପରେ ୭୦ ପ୍ରତିଶତ ସ୍ୱତନ୍ତ୍ର କରୋନା ଫିସ୍ ଲାଗୁ ହୋଇଥିଲା ।

ମେ ୯ରେ ସର୍ବାଧିକ ୧୮.୨୩ କୋଟିର ମଦ ବିକ୍ରି ହୋଇଥିବା ବେଳେ ୮ ମେ ରେ ୧୫.୮ କୋଟିର ମଦ ବିକ୍ରି ହୋଇଥିଲା । ସେହିପରି ମେ ୪ରେ ୫.୧୯ କୋଟି, ୫ରେ ୪.୪୯ କୋଟି ଟଙ୍କାର ମଦ ବିକ୍ରି ହୋଇଥିଲା ।

Get real time updates directly on you device, subscribe now.