fbpx

ଲାଉଡସ୍ପିକର ବିବାଦ ମଧ୍ୟରେ AMUର ମୁସଲିମ ଛାତ୍ର ପଢ଼ିଲେ ହନୁମାନ ଚାଲୀସା, ଗାୟତ୍ରୀ ମନ୍ତ୍ର; ଜାଣନ୍ତୁ କାରଣ

ମହାରାଷ୍ଟ୍ରରୁ ୟୁପି ପର୍ଯ୍ୟନ୍ତ ବ୍ୟାପିଥିବା ଲାଉଡସ୍ପିକର ବିବାଦ ମଧ୍ୟରେ ଅଲୀଗଢ଼ ମୁସଲିମ ବିଶ୍ୱବିଦ୍ୟାଳୟର ଜଣେ ମୁସଲିମ ଛାତ୍ର ବାବ୍ ଏବ ସୈଏଦ ଗେଟ ବାହାରେ ହନୁମାନ ଚାଲୀସା ଏବଂ ଗାୟତ୍ରୀ ମନ୍ତ୍ର ପାଠ କରି ସାମ୍ପ୍ରଦାୟିକ ସଦଭାବନ ବଜାୟ ରଖିବାକୁ ସନ୍ଦେଶ ଦେଇଛନ୍ତି । ଛାତ୍ର ଜଣକ କ୍ୟାମ୍ପସ ବାହାରେ ହନୁମାନ ଚାଲୀସା ତଥା ଗାୟତ୍ରୀ ମନ୍ତ୍ର ପାଠ କରିଥିଲେ । ହନୁମାନ ଚାଲୀସା ଏବଂ ଗାୟତ୍ରୀ ମନ୍ତ୍ର ପଢ଼ି ସେ ପରସ୍ପର ମଧ୍ୟରେ ଭାଇଚାରାର ତଥା ଏକତାର ସଦେଶ ଦେଇଛନ୍ତି ।

ଏହି ସମୟରେ ଜଣେ ବିଏ ଛାତ୍ର ଫରୀଦ ମିର୍ଜା କହିଥିଲେ ଯେ ହିନ୍ଦୁ ସମାଜର ଲୋକମାନେ ଲାଉଡସ୍ପିକରରେ ହନୁମାନ ଚାଲୀସା ବଜାଇବାକୁ ଚାହୁଥିଲେ ନିଶ୍ଚୟ ବଜାନ୍ତୁ କିନ୍ତୁ ମସଜିଦରେ ହେଉଥିବା ଅଜାନର ବିରୋଧ ମଧ୍ୟ ନକରନ୍ତୁ । ଉଭୟ ଧର୍ମର ଲୋକ ପରସ୍ପର ପ୍ରେମ ଏବଂ ସଦଭାବନାର ସହ ରହିବା ଏବଂ ଉଭୟ ଧର୍ମ ସମ୍ମାନ ଦେବା ଦରକାର ।

ଫରୀଦ ମିର୍ଜା କହିଛନ୍ତି ହନୁମାନ ଚାଲୀସା ପାଠ କରି ସେ ଏହି ମେସେଜ ଦେବାକୁ ଚାହୁଛନ୍ତି ଯେ ଏହାଦ୍ୱାରା ଧାର୍ମିକ ଏକତାର ସୁନ୍ଦରତା ଖରାପ ନହେଉ । ଏହା ସହ ସେ କହିଥିଲେ ଯେ ଲାଉଡସ୍ପିକରରେ ହନୁମାନ ଚାଲୀସା ବାଜିବା ଦ୍ୱାର ମୁସଲିମ ସମାଜର କୌଣସି ବ୍ୟକ୍ତିଙ୍କୁ ଆପତ୍ତି ନାହିଁ । କିନ୍ତୁ ଏମିତି କରିବା ସମୟରେ ମୁସଲିମଙ୍କ ଧାର୍ମିକ ସ୍ଥଳଗୁଡ଼ିକୁ ଟାର୍ଗେଟ କରାନଯାଉ ଫଳରେ ଯେମିତି କୌଣସି ଧାର୍ମିକ ବିବାଦ ଉତ୍ପନ୍ନ ନହେଉ । ସେ ଆହୁରି କହିଥିଲେ ରାଜନୀତିକ ଦଳମାନେ ଲାଭ ପାଇଁ ପରସ୍ପର ମଧ୍ୟରେ ସଦଭାବନାକୁ ଖରାପ କରୁଛନ୍ତି । ଏଥିପାଇଁ ହିଁ ଲାଉଡସ୍ପିକର ବିବାଦ ଆରମ୍ଭ ହୋଇଛି ।

Get real time updates directly on you device, subscribe now.