fbpx
BJD
BJD SKY
BJD SKY

ଜଳାଭିଷେକ ପାଇଁ ମନ୍ଦିର ଯିବା ବେଳେ ଘଟିଲା ଅଘଟଣ : ସାଳନ୍ଦୀ ନଦୀରେ ଭାସିଗଲେ ୨ ଜଣ କାଉଡିଆ

BJD

ସୋର : ବାଲେଶ୍ୱର ଜିଲ୍ଲାର ସିମୁଳିଆ ଥାନା ଅନ୍ତର୍ଗତ ବରଦା ଅଞ୍ଚଳରେ ଘଟିଛି ଏକ ଅଘଟଣ । ଆଜି ହେଉଛି ଶ୍ରାବଣ ମାସର ପଞ୍ଚମ ସୋମବାର । ସିନ୍ଧୁକେଶ୍ୱର ମହାଦେବ ମନ୍ଦିରକୁ ଜଳାଭିଷେକ କରିବାକୁ ଯାଉଥିବା ବେଳେ ବରଦା ପୋଲ ନିକଟରେ ଏକ ଅଘଟଣ ଘଟିଛି । ଜଳାଭିଷେକ ପାଇଁ ଯିବା ପୂର୍ବରୁ ୨ ଜଣ କାଉଡିଆ ସାଳନ୍ଦୀ ନଦୀରେ ଗାଧଉଥିବା ବେଳେ ପାଣି ସୁଅରେ ଭାସି ଯାଇଛନ୍ତି ।

ସୂଚନା ଅନୁସାରେ, ଜଳାଭିଷେକ ପାଇଁ ୨ ଜଣ କାଉଡିଆ ବାଲେଶ୍ୱରର ସିନ୍ଧୁକେଶ୍ୱର ମହାଦେବ ମନ୍ଦିରକୁ ଯାଉଥିଲେ । ଜଳାଭିଷେକ କରିବା ପୂର୍ବରୁ ଦୁହେଁ ବରଦା ପୋଲ ନିକଟସ୍ଥ ସାଳନ୍ଦୀ ନଦୀରେ ଗାଧୋଉଥିବା ବେଳେ ପାଣି ସୁଅରେ ଭାସି ଯାଇଛନ୍ତି । ଖବର ପାଇଁ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀର ସଦସ୍ୟ ପହଞ୍ଚି ଯୁବକଙ୍କୁ ଖୋଜିବା ଆରମ୍ଭ କରିଛି । ନିଖୋଜ ଥିବା ଦୁଇ ଯୁବକ ସାନ ଜୟୀପୁର ଗ୍ରାମର ବୋଲି ସୂଚନା ମିଳିଛି ।

Get real time updates directly on you device, subscribe now.