fbpx

ଗାର୍ଲଫ୍ରେଣ୍ଡଙ୍କୁ ବୁଲାଇବାକୁ ନେବାପାଇଁ ଫ୍ୟାନ୍ ମାଗିଲେ ୩୦୦ ଟଙ୍କା: କ୍ରିକେଟର ଦେଲେ ୫୦୦…

Advertisement

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ ସ୍ପିନର ଅମିତ ମିଶ୍ରା ବର୍ତ୍ତମାନ ଚର୍ଚ୍ଚାରେ । ଅମିତ୍ ସୋସିଆଲ ମିଡିଆରେ ବେଶ୍ ଆକ୍ଟିଭ ରହିଥାନ୍ତି । ସେ ନିଜର ଫ୍ୟାନ୍ ଏବଂ ଫଲୋଅରଙ୍କ ସହ କଥାବାର୍ତ୍ତା ଜାରି ରଖିଥାନ୍ତି । କିନ୍ତୁ ଏବେ ଅମିତଙ୍କୁ ନେଇ ଚର୍ଚ୍ଚା ହେଉଛି । କାରଣ ସେ ଜଣେ ତାଙ୍କର ଜଣେ ଫ୍ୟାନଙ୍କୁ ୫୦୦ ଟଙ୍କା ସେୟାର କରିଛନ୍ତି । ଏହା ପଛର କାରଣ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । କାରଣ ଏହି ଫ୍ୟାନ୍ ଜଣକ ଅମିତଙ୍କୁ ଟ୍ୱିଟ୍ କରି ୩୦୦ ଟଙ୍କା ମାଗିଥିଲେ ତାହାବି ପୁଣି ନିଜ ଗାର୍ଲଫ୍ରେଣ୍ଡଙ୍କୁ ବୁଲାଇବାକୁ ନେବାକୁ । କିନ୍ତୁ ଅମିତ ମିଶ୍ରା ତାଙ୍କୁ ୫୦୦ ଟଙ୍କା ଦେଇଥିଲେ । ଏହାର ଏକ ସ୍କ୍ରିନସଟ୍ ମଧ୍ୟ ସେ ସେୟାର କରିଛନ୍ତି ।

ପ୍ରକୃତରେ ଜଣେ ଟ୍ୱିଟର ୟୁଜର ତାଙ୍କୁ ଅନେକ ଥର ଟ୍ୱିଟ୍ କରି କରିଥିଲେ ଏବଂ ଗାର୍ଲଫ୍ରେଣ୍ଡଙ୍କୁ ଡେଟ୍ ପାଇଁ ନେବାକୁ ବାରମ୍ବାର ୩୦୦ ଟଙ୍କା ମାଗୁଥିଲେ । ସେ ଆହୁରି ତାଙ୍କ ୟୁପିଆଇ ଆଇଡି ମଧ୍ୟ ସେୟାର କରିଥିଲେ । ମିଶ୍ରାଙ୍କ ଟ୍ୱିଟ୍ ରେ କମେଣ୍ଟ କରି । ତେବେ ଏହାର କିଛି ସମୟ ମଧ୍ୟରେ ମିଶ୍ରା ୫୦୦ ଟଙ୍କା ଟ୍ରାନ୍ସଫର କରିଥିଲେ ସେହି ୟୁଜରଙ୍କ ଆକାଉଣ୍ଟକୁ ଏବଂ ଏହାର ଏକ ସ୍କ୍ରିନସଟ୍ ମଧ୍ୟ ସେୟାର କରିଥିଲେ ଏବଂ ତାଙ୍କୁ ଡେଟ୍ ପାଇଁ ଶୁଭେଚ୍ଛା ଜଣାଇଥିଲେ ।

Get real time updates directly on you device, subscribe now.