fbpx

(Video) ଗିରଫ ହେଲା ଟୁଙ୍ଗୁରୁ ଭୋଳ: ଲାଗିଗଲା ସାଙ୍ଘାତିକ ଅଭିଯୋଗ

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଟୁଙ୍ଗୁରୁ ଓ ବର୍ଷାଙ୍କ ପ୍ରେମ କାହାଣୀକୁ ନେଇ ସାରା ଓଡ଼ିଶାରେ ଚର୍ଚ୍ଚା ଲାଗିରହିଥିବା ବେଳେ ସାମ୍ନାକୁ ଆସିଛି ବଡ଼ ଖବର । ଓଡ଼ିଶାରେ ଚହଳ ପକାଇଥିବା ଟୁଙ୍ଗୁରୁ ଭୋଳ ଏବେ ଗିରଫ । ଦୁଷ୍କର୍ମ ଅଭିଯୋଗରେ ଟୁଙ୍ଗୁରୁକୁ ଗିରଫ କରିଛି ପୋଲିସ । ଭରତପୁର ଥାନା ହଠାତ ଟୁଙ୍ଗୁରୁକୁ ଗିରଫ କରିଛି । ଏବେ ଟୁଙ୍ଗୁରୁ ଜେଲରେ ରହିବ । ବର୍ଷାଙ୍କୁ ଦୁଷ୍କର୍ମ କରିଥିବା ଟୁଙ୍ଗୁରୁ ବିରୁଦ୍ଧରେ କିଛି ଦିନ ପୂର୍ବରୁ ବର୍ଷା ଭରତପୁର ଥାନାରେ ଆସି ଅଭିଯୋଗ କରିଥିଲେ ।

କିଛି ଦିନ ପୂର୍ବରୁ ଟୁଙ୍ଗୁରୁ ଏବଂ ବର୍ଷାଙ୍କ ପ୍ରେମ ସମ୍ପର୍କକୁ ନେଇ ଓଡିଶା ପଡ଼ୁଥିଲା ଉଠୁଥିଲା । ବର୍ଷା ଭରତପୁର ଥାନା ଆଗରେ ଆସି ଧାରଣା ଦେଇଥିଲେ କି, ଟୁଙ୍ଗୁରୁ ତାଙ୍କର ସହ ପ୍ରତାରଣା କରିଛି । ଅଟୋରେ ବସାଇ ପ୍ରେମ କରୁଥିଲା ଆଉ ଯେବେ ତାର ମନ ଭରିଗଲା ସେବେ ମୋତେ ଛାଡ଼ି ପଳାଇଲା । ଏବେ ମୁଁ ତାକୁ ବାହା ହେବି କହି ଥାନା ଆଗରେ ଧାରଣା ଦେଇଥିଲେ । ତେବେ ବର୍ଷାଙ୍କର ଅଭଳି ଅଭିଯୋଗ ପରେ କ୍ୟାମେରା ସାମ୍ନାକୁ ଆସିଥିଲା ଟଙ୍ଗୁରୁ ଭୋଳ । ଆଉ କହିଥିଲା କି ବର୍ଷା ତାଙ୍କୁ ତାଙ୍କ ଘରେ କିଡନାପ କରି ରଖିଥିଲେ । ଆଉ ଏହାର କିଛି ଦିନ ପରେ ବର୍ଷା ଏବଂ ଟୁଙ୍ଗୁରୁଙ୍କର ଅନ୍ତରଙ୍ଗ ମୁହୂର୍ତ୍ତର ଭିଡ଼ିଓ ଭାଇରାଲ ହୋଇଥିଲା । ଯାହାପରେ ବର୍ଷା ଭରତପୁର ଥାନାରେ ଅଭିଯୋଗ କରିଥିଲେ । ଆଉ ଯେଉଁ ଅଭିଯୋଗକୁ ଆଧାର କରି ପୋଲିସ୍ ଏବେ ଟୁଙ୍ଗୁରୁକୁ ଗିରଫ କରିଛି ।

କିଛି ଦିନ ପୂର୍ବରୁ ଟୁଙ୍ଗୁରୁ ତାଙ୍କ ଘରକୁ କିଛି ଲୋକ ଅକ୍ତିଆର କରିନେଇଥିବା କହି କ୍ୟାମେରା ସାମ୍ନାରେ ଅଭିଯୋଗ କରିଥିଲେ । କ୍ୟାମେରା ସାମ୍ନାରେ ଟୁଙ୍ଗୁରୁ ସାହାଯ୍ୟ ମାଗିଥିବା ଦେଖିବାକୁ ମିଳିଥିଲା । ଭିଡିଓରେ ଟୁଙ୍ଗୁରୁଙ୍କ କହିବା ମୁତାବକ, ବ୍ରହ୍ମପୁରରେ ଗତ ୮ ବର୍ଷ ହେବ ଜମିବାଡି ବିବାଦ ଲାଗିରହିଛି । ୩୦ ଲକ୍ଷର ଘରକୁ ଅବୈଧ ଭାବେ ନିର୍ମାଣ କରାଯାଇଛି ବୋଲି ଦର୍ଶାଇଛନ୍ତି ତହସିଲଦାର ଓ ବିଡିଓ । ଏନେଇ ସେ ହିଞ୍ଜିଳି ଗାଁ ଥାନାରେ ଅଭିଯୋଗ କରିଥିଲେ ବି ଆଇଆଇସି ତାଙ୍କ କଥା ଶୁଣିନଥିଲେ । ଏଥିପାଇଁ ଟୁଙ୍ଗୁରୁ ଏହି ମାମଲାରେ ମିଡିଆ ଭାଇଙ୍କ ସହାୟତା ମାଗୁଥିବା ଭିଡିଓରେ ଦେଖିବାକୁ ମିଳିଥିଲା ।

Get real time updates directly on you device, subscribe now.