fbpx
BJD
BJD SKY
BJD SKY

ମୁକେଶ ଅମ୍ବାନୀଙ୍କୁ ମିଳିଲା ‘Z +’ ସୁରକ୍ଷା, ଧମକ ପରେ ଗୃହ ମନ୍ତ୍ରଣାଳୟ ନେଲା ନିଷ୍ପତ୍ତି: ରିପୋର୍ଟ

BJD

ନୂଆଦିଲ୍ଲୀ: ବ୍ୟବସାୟୀ ମୁକେଶ ଅମ୍ବାନୀଙ୍କ ସୁରକ୍ଷାକୁ ବଢ଼ାଇଦେଇଛି ଗୃହ ମନ୍ତ୍ରଣାଳୟ । ସୂତ୍ରରୁ ମିଳିଥିବା ଖବର ଅନୁସାରେ, ଖୁଫିଆ ଏଜେନ୍ସି IBର ରିପୋର୍ଟ ପରେ ଏପରି ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି । ଆଇବି ରିପୋର୍ଟରେ ଦାବି କରାଯାଇଥିଲା ଯେ, ଅମ୍ବାନୀଙ୍କ ସୁରକ୍ଷାକୁ ବିପଦ ରହିଛି । ଏହା ପରେ ଗୃହ ମନ୍ତ୍ରଣାଳୟ ପକ୍ଷରୁ ସୁରକ୍ଷାକୁ ବଢ଼ାଇ ‘Z +’ଶ୍ରେଣୀରେ ରଖାଯାଇଛି । ଏହା ପୂର୍ବରୁ ଅମ୍ବାନୀଙ୍କୁ କେବଳ Z ସୁରକ୍ଷା ମିଳୁଥିଲା । ଗତବର୍ଷ ମୁକେଶ ଆମ୍ବାନୀଙ୍କ ବାସଗୃହ ଏଣ୍ଟିଲିୟା ବାହାରେ ମୋବା ବିସ୍ଫୋରଣ ପରେ ଗୃହ ମନ୍ତ୍ରଣାଳୟ ତାଙ୍କର ସୁରକ୍ଷା ବଢ଼ାଇବାକୁ ବିଚାର କରିଥିଲା ।

ଭାରତରେ କିପରି ମିଳେ ସିକ୍ୟୁରିଟୀ?
ଭାରତରେ ଲୋକପ୍ରିୟ ବ୍ୟକ୍ତିଙ୍କୁ ସୁରକ୍ଷା କଭର ଦିଆଯାଇଥାଏ । ଅବଶ୍ୟ ଏହା ପୂର୍ବରୁ ଗୃହମନ୍ତ୍ରଣାଳୟ ପକ୍ଷରୁ ବିପଦକୁ ନେଇ ରିପୋର୍ଟ ମଗାଯାଇଥାଏ । ସୁରକ୍ଷା ଏଜେନ୍ସି ଯେତେବେଳେ ବ୍ୟକ୍ତି ବିଷୟରେ ମନ୍ତ୍ରଣାଳୟରେ ରିପୋର୍ଟ କରିଥାଏ, ଏହା ପରେ ତାଙ୍କୁ ସେହି ଆଧାରରେ ସୁରକ୍ଷା ପ୍ରଦାନ କରାଯାଇଥାଏ । ଏଜେନ୍ସି ପକ୍ଷରୁ ଏହି ବିପଦର ଆକଳନ ୫ଟି ଶ୍ରେଣୀରେ କରାଯାଇଥାଏ, ଯେଉଁଥିରେ X, Y, Z, Z+, SPG ରହିଛି । ଏସପିଜି ସୁରକ୍ଷା ପ୍ରଧାନମନ୍ତ୍ରୀ ଓ ପୂର୍ବ ପ୍ରଧାନମନ୍ତ୍ରୀଙ୍କ ପରିବାରକୁ ପ୍ରଦାନ କରାଯାଇଥାଏ ।

Z + ସୁରକ୍ଷା କ’ଣ ?
Z + ସୁରକ୍ଷା ଦ୍ୱିତୀୟ ସ୍ଥାନରେ ରହିଛି । ଏହି ସୁରକ୍ଷା କଭରରେ ୫୫ ଲୋକ ସାମିଲ ହୁଅନ୍ତି । ଏଥିରେ ୧୦+ ଏନଏସଜି କମାଣ୍ଡୋ ଓ ପୋଲିସ ଅଧିକାରୀ ରହିଥାନ୍ତି । ସମସ୍ତ କମାଣ୍ଡୋ ସବୁ ପ୍ରକାରର ଲଢେଇ କରିବାକୁ ସକ୍ଷମ ହୁଅନ୍ତି । ଭାରତରେ ଆଜିର ସମୟରେ ବିଜେପି ଅଧ୍ୟକ୍ଷ ଅମିତ ଶାହା, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, କେନ୍ଦ୍ର ଅର୍ଥ ମନ୍ତ୍ରୀଙ୍କ ସମେତ ଅନ୍ୟ ପ୍ରସିଦ୍ଧ ବ୍ୟକ୍ତିମାନଙ୍କୁ ଦିଆଯାଇଛି ।

Get real time updates directly on you device, subscribe now.