fbpx

କ୍ଷୁଦ୍ର ସଞ୍ଚୟ ସ୍କିମ୍ ପାଇଁ ସୁଧ ହାର ବୃଦ୍ଧି କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: କେନ୍ଦ୍ର ସରକାର କ୍ଷୁଦ୍ର ସଞ୍ଚୟ ସ୍କିମ୍ ଗୁଡ଼ିକ ଉପରେ ସୁଧହାର ବୃଦ୍ଧି କରିଛନ୍ତି। ତୃତୀୟ ତ୍ରୈୟମାସିକ (ଅକ୍ଟୋବର-ଡିସେମ୍ବର) ପାଇଁ କ୍ଷୁଦ୍ର ସଞ୍ଚୟ ଯୋଜନା ପାଇଁ କେନ୍ଦ୍ର ସରକାର ଗୁରୁବାର ନୂତନ ସୁଧ ହାର ଘୋଷଣା କରିଛନ୍ତି। ଅକ୍ଟୋବର ୧ ରୁ ତ୍ରୈୟମାସିକ ପାଇଁ ସରକାର ଏଥର କ୍ଷୁଦ୍ର ସଞ୍ଚୟ ଯୋଜନା ଉପରେ ସୁଧ ହାରକୁ ୩୦ ବେସିସ୍ ପଏଣ୍ଟକୁ ବୃଦ୍ଧି କରିଛନ୍ତି।

ପୋଷ୍ଟ ଅଫିସ୍ ରେ ୩ ବର୍ଷୀୟ ସ୍ଥିର ଜମା ଉପରେ ୫.୫ ପ୍ରତିଶତରୁ ୫.୮ ପ୍ରତିଶତକୁ ସୁଧହାର ବୃଦ୍ଧି ପାଇଛି। ସେହିଭଳି ବରିଷ୍ଠ ନାଗରିକ ସଞ୍ଚୟ ଯୋଜନା ପାଇଁ ସୁଧ ହାର ୭.୪% ରୁ ୭.୬%, କିସାନ ବିକାଶ ପତ୍ର(କେଭିପି) ପାଇଁ ୬.୯% ରୁ ୭ ପ୍ରତିଶତ ଏବଂ ଦୁଇ ଏବଂ ତିନି ବର୍ଷର ସ୍ଥିର ଜମା ପାଇଁ ବୃଦ୍ଧି କରାଯାଇଛି। କିସାନ ପତ୍ରକୁ ନେଇ ସମୟସୀମା ମଧ୍ୟ ପରିବର୍ତନ ହୋଇଛି। ଏବେ ୭ପ୍ରତିଶତ ସୁଧହାର ମିଳୁଥିବା ‘କେଭିପି’ର ସମୟସୀମାକୁ ୧୨୩ ମାସ କରିଦିଆଯାଇଛି ଏବଂ ୬.୯ ପ୍ରତିଶତ ସୁଧହାର କେଭିପିକୁ ୧୨୪ ମାସ କରିଦିଆଯାଇଛି।

ତେବେ ସଞ୍ଚୟ ଜମା, ୧ ବର୍ଷ, ୫ ବର୍ଷର ଏଫଡି, ନ୍ୟାସନାଲ ସେଭିଙ୍ଗ ସାର୍ଟିଫିକେଟ୍ (ଏନସିଏସ୍), ସୁକନ୍ୟା ସମୃଦ୍ଧି ଯୋଜନା, ପବ୍ଲିକ ପ୍ରୋଭିଡେଣ୍ଟ ଫଣ୍ଡ (ପିପିଏଫ) ଚଳିତ ତ୍ରୈୟମାସିକ ମାସିକ ପରି ସମାନ ସୁଧ ହାର ଜାରି ରଖିବ।

Get real time updates directly on you device, subscribe now.