fbpx

World Heart Day: ସିଦ୍ଧାର୍ଥ ଶୁକ୍ଳାଙ୍କ ଠାରୁ ରାଜୁ ଶ୍ରୀବାସ୍ତବ, ହାର୍ଟ ଆଟାକ୍ ଯୋଗୁଁ ଏହି ସେଲିବ୍ରିଟି ହରାଇଛନ୍ତି ଜୀବନ…

ମୁମ୍ବାଇ: ଗତ କିଛି ସମୟରୁ ସେଲିବ୍ରିଟିମାନେ ହାର୍ଟ ଆଟାକ୍ ଯୋଗୁଁ ଜୀବନ ହରାଉଛନ୍ତି । ନିକଟରେ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋଣ ହୃଦୟ ରୋଗକୁ ନେଇ ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡ଼ିଥିଲା । ସୁଟିଂ ସମୟରେ ହଠାତ୍ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଥିଲେ । ଯାହାପରେ ତାଙ୍କୁ ସଙ୍ଗେ ସଙ୍ଗେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ରିପୋର୍ଟ ଅନୂଯାୟୀ ଦୀପିକା ପାଦୁକୋଣଙ୍କୁ ହାର୍ଟ ରୋଗ ହାର୍ଟ ଆରିଦମିଆ ଲକ୍ଷଣ ଦେଖାଯାଇଛି ।  ତେବେ ଆଜି ବିଶ୍ୱ ଦୃଦୟ ଦିବସ ଅବସରରେ ଜାଣିବା ଏହି ସେଲିବ୍ରିଟି ମାନଙ୍କ ବିଷୟରେ ଯେଉଁମାନେ ହାର୍ଟ ସମସ୍ୟା ଯୋଗୁଁ ଜୀବନ ହରାଇଛନ୍ତି ।

  • ଏହି ଲିଷ୍ଟରେ ପ୍ରଥମ ନାମ ରହିଛି ହାସ୍ୟ କଳାକାର ରାଜୁ ଶ୍ରୀବାସ୍ତବଙ୍କର । ରିପୋର୍ଟ ଅନୂଯାୟୀ ହାର୍ଟ ଆଟାକ୍ ଯୋଗୁଁ ପ୍ରାୟ ୪୦ ଦିନ ପର୍ଯ୍ୟନ୍ତ ହସ୍ପିଟାଲରେ ଜୀବନ ଯୁଦ୍ଧ ଲଢ଼ିଥିଲେ ରାଜୁ । ଗତ ୨୧ ସେପ୍ଟେମ୍ବର ରେ ତାଙ୍କର ନିଧନ ହୋଇଛି ।
  • ବଲିଉଡର ଲୋକପ୍ରିୟ ଗାୟକ କେକେଙ୍କର ମଧ୍ୟ ଚଳିତ ବର୍ଷ ନିଧନ ହୋଇଛି । ଚଳିତ ବର୍ଷ ୩୧ ମେ ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । କୋଲକାତାରେ ଏକ କନସର୍ଟ ସମୟରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଥିଲା । ରିପୋର୍ଟ ଅନୂଯାୟୀ ତାଙ୍କ ମୃତ୍ୟୁ କାର୍ଡିଆକ୍ ଆରେଷ୍ଟ ଯୋଗୁଁ ହୋଇଥିଲା ।
  • ଦୀପେଶ ଭାନ । ଲୋକପ୍ରିୟ ସିରିଏଲ ଭାବିଜି ଘର ପର ହେଁର ନିଜ କମେଡି ପାଇଁ ଚର୍ଚ୍ଚିତ ଥିଲେ ଦୀପେଶ । ରିପୋର୍ଟ ଅନୂଯାୟୀ ଦୀପେଶ କ୍ରିକେଟ ଖେଳୁଥିବା ସମୟରେ ତାଙ୍କୁ ହାର୍ଟ ଆଟାକ୍ ଆସିଥିଲା । ଆଉ ମାତ୍ର ୪୧ ବର୍ଷ ବୟସରେ ସେ ଦୁନିଆକୁ କହିଥିଲେ ଅଲବିଦା ।
  • କନ୍ନଡ଼ ସୁପରଷ୍ଟାର ପୁନୀତ ରାଜପୁତଙ୍କ ମୃତ୍ୟୁ ମଧ୍ୟ ହାର୍ଟ ଆଟାକ୍ କାରଣରୁ ହୋଇଥିଲା । ପୁନୀତ ବ୍ୟାୟାମ କରୁଥିବା ସମୟରେ ଅସୁସ୍ଥ ହୋଇପଡ଼ିଥିଲେ ।
  • ଲୋକପ୍ରିୟ କଳାକାର ତଥା ବିଗବସ୍ ୧୩ ର ବିଜେତା ସିଦ୍ଧାର୍ଥ ଶୁକ୍ଳାଙ୍କର ମଧ୍ୟ ହଠାତ୍ ନିଧନ ହେବାର ଖବର ସମସ୍ତଙ୍କୁ ଚକିତ କରିଥିଲା । ୪୦ ବର୍ଷ ବୟସରେ ସିଦ୍ଧାର୍ଥଙ୍କ ମୃତ୍ୟୁ ହାର୍ଟ ଆଟାକ୍ ଯୋଗୁଁ ହୋଇଥିଲା । ଗତ ବର୍ଷ ୨ ସେପ୍ଟେମ୍ବରରେ ତାଙ୍କର ମୃତ୍ୟୁ ହୋଇଥିଲା ।
  • ଅଭିନେତ୍ରୀ ମନ୍ଦିରା ବେଦୀଙ୍କ ସ୍ୱାମୀ ତଥା ଫିଲ୍ମ ପ୍ରଡ୍ୟୁସର ରାଜ କୌଶଲ ହାର୍ଟ ଆଟାକ୍ କାରଣରୁ ୫୦ ବର୍ଷ ବୟସରେ ୩୦ ଜୁନ୍ ୨୦୨୧ ରେ ପ୍ରାଣ ହରାଇଥିଲେ ।

Get real time updates directly on you device, subscribe now.