fbpx
BSKY
BJD MC SKY
BJD YOUTH SKY

ସକାଳୁ ସକାଳୁ ଆଫଗାନିସ୍ତାନରେ ଭୂମିକମ୍ପ ଝଟକା, ଜାଣନ୍ତୁ କେତେ ଥିଲା ତୀବ୍ରତା

ନୂଆଦିଲ୍ଲୀ: ବୁଧବାର ସକାଳେ ଆଫଗାନିସ୍ତାନରେ ୪.୨ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଘଟିଛି। ଭୂକମ୍ପ ଘଟିଥିବା ବେଳେ ଲୋକମାନେ ନିଜ ଘରେ ଶୋଇଥିଲେ। ଜାଗ୍ରତ ଥିବା କିଛି ଲୋକ କମ୍ପନ ଅନୁଭବ କରିଛନ୍ତି। ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ ଏହି ଭୂକମ୍ପର ଗଭୀରତା ୧୦ କିଲୋମିଟର ରେକର୍ଡ କରାଯାଇଛି। ଏନସିଏସ୍ ଟ୍ୱିଟରରେ ଏହାର ସୂଚନା ପୋଷ୍ଟ କରିଛି ଯେଉଁଥିରେ ଲେଖା ଅଛି ଯେ ଫେବୃଆରୀ ୨୧ ଦିନ ସକାଳେ ଆଫଗାନିସ୍ତାନରେ ୪:୦୭ ମିନିଟ୍ ୫୬ ସେକେଣ୍ଡରେ ୪.୨ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଘଟିଛି।

୨୪ ଘଣ୍ଟା ମଧ୍ୟରେ ଆଫଗାନିସ୍ତାନର ଏହା ହେଉଛି ଦ୍ୱିତୀୟ ଭୂକମ୍ପ। ସୋମବାର ଦିନ ଆଫଗାନିସ୍ତାନର ଫୈଜାବାଦରେ ୪.୭ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଘଟିଥିଲା। ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି କହିଛି ଯେ, ରବିବାର ସନ୍ଧ୍ୟାରେ ଆଫଗାନିସ୍ତାନରେ ରିକ୍ଟର ସ୍କେଲରେ ୫.୧ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ମଧ୍ୟ ରେକର୍ଡ କରାଯାଇଛି।

 

Get real time updates directly on you device, subscribe now.