fbpx

ପାକିସ୍ତାନରେ ନୂତନ ସରକାର ଗଠନ ପାଇଁ ରାସ୍ତା ସଫା, ଶହବାଜ ହେବେ ପ୍ରଧାନମନ୍ତ୍ରୀ, ଜାଣନ୍ତୁ ଡିଟେଲ୍ସ

ଇସଲାମାବାଦ: ପାକିସ୍ତାନ ପିପୁଲ୍ସ ପାର୍ଟୀ ଏବଂ ପାକିସ୍ତାନ ମୁସଲିମ ଲିଗ-ନୱାଜ ପାକିସ୍ତାନ ମଧ୍ୟରେ ଏକ ନୂତନ ମିଳିତ ସରକାର ଗଠନ ପାଇଁ ଅନେକ ଦିନରୁ ଆଲୋଚନା ଚାଲୁଥିଲା । ଶେଷରେ ମଙ୍ଗଳବାର ଦିନ ଏମାନଙ୍କ ମଧ୍ୟରେ ଏକ ଚୁକ୍ତି ସ୍ୱାକ୍ଷର ହୋଇଛି । ପାର୍ଟୀର ନେତାମାନେ ଏହି ସମ୍ବନ୍ଧରେ ସୂଚନା ସେୟାର କରିଛନ୍ତି । ପାକିସ୍ତାନ ପିପୁଲ୍ସ ପାର୍ଟୀର ଅଧ୍ୟକ୍ଷ ବିଲାବଲ ଭୂଟ୍ଟୋ ଜରଦାରୀ ମଙ୍ଗଳବାର ଦିନ ବିଳମ୍ବିତ ରାତିରେ ଘୋଷଣା କରିଛନ୍ତି ଯେ, ପାକିସ୍ତାନ ମୁସଲିମ ଲିଗ-ନୱାଜ ର ଅଧ୍ୟକ୍ଷ ଶହବାଜ ଶରୀଫ ପୁଣି ଥରେ ପ୍ରଧାନମନ୍ତ୍ରୀ ହେବେ । ଅନ୍ୟପଟେ ପିପିପିର ସହ-ଅଧ୍ୟକ୍ଷ ଆସିକ ଜରଦାରୀ ପାକିସ୍ତାନର ଆଗାମୀ ରାଷ୍ଟ୍ରପତି ହେବେ ।

ସୂଚନା ଅନୁଯାୟୀ, ବିଲାବଲ ଭୂଟ୍ଟୋ-ଜରଦାରୀ ଏକ ସମ୍ମିଳନୀରେ କହିଛନ୍ତି ଯେ, ପାକିସ୍ତାନ ପିପୁଲ୍ସ ପାର୍ଟି ଏବଂ ପାକିସ୍ତାନ ମୁସଲିମ ଲିଗ୍-ନୱାଜଙ୍କର ବର୍ତ୍ତମାନ ସଂପୂର୍ଣ୍ଣ ସଂଖ୍ୟା ଅଛି ଏବଂ ଆମେ ଆଗାମୀ ସରକାର ଗଠନ କରିବା ସ୍ଥିତିରେ ଅଛୁ । ସେ କହିଛନ୍ତି ଯେ, ଦୁଇ ଦଳ ଦେଶର ସରକାର ଗଠନ କରିବେ ଏବଂ ଭରଷା ଦେଇଛନ୍ତି ଯେ, ସେ ଏପରି କରିବାକୁ ସକ୍ଷମ ହେବେ । ସେ ପୁଣି କହିଛନ୍ତି ଯେ, ଆମେ ଏହି କଥାରେ ସହମତ ହୋଇଛୁ ଏଥିପାଇଁ କାରଣ ଆଗାମୀ ପିଢି ପାଇଁ ପାକିସ୍ତାନର ସଫଳତା ସୁନିଶ୍ଚିତ କରବାକୁ ପଡିବ ।

ରିପୋର୍ଟ ଅନୁଯାୟୀ, ପିପିପି କୌଣସି ବିଭାଗ ପାଇଛି କି ନାହିଁ ଏକ ପ୍ରଶ୍ନର ଉତ୍ତରରେ ଶାହାବାଜ କହିଛନ୍ତି ଯେ, ବିଲାୱାଲଙ୍କ ନେତୃତ୍ୱାଧୀନ ଦଳ ପ୍ରଥମ ଦିନରୁ କୌଣସି ମନ୍ତ୍ରଣାଳୟର ଦାବି କରିନାହାଁନ୍ତି। ସେ କହିଛନ୍ତି, “ଦୁଇ ଦଳ ମଧ୍ୟରେ ଆଲୋଚନା ହେଉଛି ଏବଂ ପାରସ୍ପରିକ କଥାବାର୍ତ୍ତା ମାଧ୍ୟମରେ ସମସ୍ୟାର ସମାଧାନ ହେବ। ଏହାର ଅର୍ଥ ନୁହେଁ ଯେ, ଆମେ ସେମାନଙ୍କ ଦାବିକୁ ଗ୍ରହଣ କରୁ କିମ୍ବା ସେମାନେ ଆମର ଦାବିକୁ ଗ୍ରହଣ କରନ୍ତି। ସେମାନଙ୍କର ନିଜସ୍ୱ ମତ ଅଛି। କିନ୍ତୁ ସହମତି ଭିତ୍ତିରେ ପହଞ୍ଚିବା ପ୍ରକୃତ ରାଜନୈତିକ ସଫଳତା ଅଟେ।

Get real time updates directly on you device, subscribe now.