fbpx
BSKY
BJD MC SKY
BJD YOUTH SKY

ବୁଦ୍ଧ ଗୋଚର: ବୃଦ୍ଧି ହେବ ଆୟ, କ୍ୟାରିୟରରେ ମିଳିବ ସଫଳତା, ଜାଣନ୍ତୁ କେଉଁ ରାଶିଙ୍କୁ ମିଳିବ ଲାଭ

ଓଡ଼ିଶା ଭାସ୍କର: ଗ୍ରହର ରାଜକୁମାର ହେଉଛନ୍ତି ବୁଦ୍ଧ । ଫେବୃଆରୀ ୨୦ ସକାଳ ୫ଟା ୪୮ ମିନିଟରେ ସେ କୁମ୍ଭ ରାଶିରେ ପ୍ରବେଶ କରିଛନ୍ତି । ବୁଦ୍ଧି, ଚିନ୍ତାଧାରା, ଶିକ୍ଷା, ବିତର୍କ ଏବଂ ପବ୍ଲିକ୍ କମ୍ୟୁନିକେସନ୍ ପାଇଁ ବୁଦ୍ଧ ଗ୍ରହ ଦାୟି ଅଟନ୍ତି । କୁମ୍ଭ ରାଶିରେ ବୁଦ୍ଧ ଦେବଙ୍କ ଗୋଚର ଅନେକ ରାଶିଙ୍କ ପାଇଁ ଶୁଭ ଫଳ ପ୍ରଦାନ କରିବ । ତେବେ ଆସନ୍ତୁ ଜାଣିବା ସେହି ଲକି ରାଶି ବିଷୟରେ:

୧. ମେଷ ରାଶି: ମେଷ ରାଶି ବ୍ୟକ୍ତିଙ୍କ ପାଇଁ ବୁଦ୍ଧ ଦେବଙ୍କ ଗୋଚର ଅତ୍ୟନ୍ତ ଶୁଭ ରହିବ । ସେମାନଙ୍କ ବୁଝିବା କ୍ଷମତା ବିକଶିତ ହେବ । କାର୍ଯ୍ୟଦକ୍ଷତା ଉନ୍ନତ ହେବ ଏବଂ ଆୟ ବୃଦ୍ଧି ପାଇବ । ଧନ ସଂଚୟ କରିବାରେ ସଫଳ ହେବେ । ବର୍ତ୍ତମାନ ଆପଣଙ୍କ କାରିୟର ଉପରେ ଫୋକସ୍ କରନ୍ତୁ । ବିଦେଶ ଯାତ୍ରା ଯିବାର ସମ୍ଭାବନା ରହିଛି ।

୨. କର୍କଟ ରାଶି: କର୍କଟ ରାଶି ବ୍ୟକ୍ତିଙ୍କ ଭାଗ୍ୟ ଚମକି ଉଠିବ । ସେମାନଙ୍କୁ ଆକସ୍ମିକ ଧନ ପ୍ରାପ୍ତି ହେବ । ଉଭୟ କାର୍ଯ୍ୟକ୍ଷେତ୍ର ଏବଂ ବ୍ୟକ୍ତିଗତ କ୍ଷେତ୍ରରେ ଶୁଭ ଖବର ମିଳିପାରେ । କାର୍ଯ୍ୟକ୍ଷେତ୍ରରେ ବଡ଼ ଦାୟିତ୍ୱ ମିଳିପାରେ ଏବଂ ଆପଣ ତାକୁ ପୂରଣ କରିବାରେ ସଫଳ ହେବେ । କାର୍ଯ୍ୟକୁ ନେଇ ସନ୍ତୁଷ୍ଟି ଅନୁଭବ କରିବେ । କୌଣସି ଦୂର ସ୍ଥାନକୁ ଯାତ୍ରା କରିବାର ସମ୍ଭାବନା ରହିଛି ।

୩. କନ୍ୟା ରାଶି: ସମସ୍ତ ଅଟକି ଥିବା କାର୍ଯ୍ୟ ସମ୍ପନ୍ନ ହେବ । ବ୍ୟବସାୟ କ୍ଷେତ୍ରରେ ଲାଭ ମିଳିବ । କ୍ୟାରିୟର ସହ ଜଡ଼ିକ ଶୁଭ ଖବର ମିଳିବା ସହ ଚାକିରି କ୍ଷେତ୍ରରେ ନୂତନ ସୁଯୋଗ ମିଳିପାରେ । କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ପ୍ରାପ୍ତି ହେବ । ଜୀବନରେ ସୁଖ, ଶାନ୍ତି ଓ ଧନ ବୃଦ୍ଧି ହେବ ।

୪. କୁମ୍ଭ ରାଶି: କୁମ୍ଭ ରାଶିରେ ବୁଦ୍ଧ ଗୋଚର ଶୁଭ ଫଳ ପ୍ରଦାନ କରିବ । ଆଧ୍ୟାତ୍ମିକ ଦିଗ ପ୍ରତି ଆଗ୍ରହ ବଢ଼ିବ । କ୍ୟାରିୟରରେ ନୂତନ ସୁଯୋଗ ମିଳିବ । ଚାକିରିରେ ପ୍ରମୋସନ୍ ଏବଂ ପ୍ରଗତିର ମାର୍ଗ ଖୋଲିବ । କଠିନ ପରିଶ୍ରମର ଫଳ ମିଳିବ । ବ୍ୟବସାୟ ସହ ଜଡ଼ିତ ବ୍ୟକ୍ତିମାନେ ଉପକୃତ ହେବେ । ଆପଣଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ମିଳିବ ।

 

Get real time updates directly on you device, subscribe now.