fbpx

ଘରେ ସୁଆଦିଆ ଖାଇବା ପାଇଁ ପଶିଗଲା ହାତୀ: ବାହାରିବା ପାଇଁ ଦୁଆର ପାଖରେ କଲା ଯୁଦ୍ଧ

ଅନେକ ସମୟରେ ପଶୁପକ୍ଷୀମାନେ ମଧ୍ୟ ମସ୍ତି କରୁଥିବାର ଦେଖାଯାଏ । ସେମାନଙ୍କର ଦୁଷ୍ଟାମୀ ବହୁତ ଲୋକଙ୍କୁ ପସନ୍ଦ ଆସିଥାଏ । ଠିକ ସେମିତି ଏକ ଘଟଣା ଏବେ ଦେଖିବାକୁ ମିଳିଛି ସୋସିଆଲ ମିଡିଆରେ । ହାତୀଟିଏ ସୁଆଦିଆ ଖାଦ୍ୟ ଲୋଭରେ ଜଣକ ଘରେ ପଶିଯାଇଥିଲା । କିନ୍ତୁ ଘରୁ ବାହାରିବା ତା ପକ୍ଷେ ଖୁବ କଷ୍ଟକର ହୋଇପଡିଛି । ଏହି ଭିଡିଓ ସୋସିଆଲ ମିଡିଆରେ ଏହି ଭିଡିଓ ଅପଳୋଡ ହେବା ପରେ ଖୁବ ଭାଇରାଲ ହେବାରେ ଲାଗିଛି ।

ଭାରତୀୟ ବନ ଅଧିକାରୀ ସୁଶାନ୍ତ ନନ୍ଦାଏହି ଭିଡିଓକୁ ଟ୍ୱିଟରରେ ପୋଷ୍ଟ କରିଛନ୍ତି । ଜଣେ ଜଙ୍ଗଲୀ ହାତୀକୁ ଘରୁ ବାହାରିବା ସମୟରେ ଏହି ଭିଡିଓ ରେକର୍ଡ କରାଯାଇଛି । ସୂଚନା ଅନୁସାରେ, ଖାଦ୍ୟ ଅନ୍ୱେଷଣରେ ଜଙ୍ଗଲୀ ହାତୀ ଜଣେ ବ୍ୟକ୍ତିଙ୍କ ଘରେ ପଶିଯାଇଛି । ସୁଆଦିଆ ଖାଦ୍ୟର ବାସ୍ନାରେ ସେ ତାଙ୍କ ଘରକୁ ଚାଲି ଆସିଥିବା ଜାଣିବାକୁ ମିଳିଛି । କିନ୍ତୁ ଘର ଭିତରୁ ବାହାରକୁ ବାହାରିବା ପାଇଁ ଖୁବ କସରତ କରିଛି ଏହି ଜଙ୍ଗଲୀ ହାତୀ । ଘର ଦୁଆରେ ନିଜ ବିଶାଳକାୟ ଶରୀର ଯୋଗୁଁ ସେ ଫଶିଯାଇଥିଲା । ତେବେ ଏଇଠୁ ବାହାରିବା ପାଇଁ ଅନେକ ଚେଷ୍ଟା କରୁଥିବା ଏହି ଭିଡିଓରେ ଦେଖାଯାଇଛି ।

ସୁଶାନ୍ତ ନନ୍ଦାଙ୍କ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡ ପାଲଟିଛି । ହଜାର ହଜାର ଲୋକ ଏହାକୁ ଦେଖି ସାରିଥିବା ବେଳେ ଅନେକ ୟୁଜର ଏହାକୁ ପସନ୍ଦ କରିଛନ୍ତି । ଏହାବ୍ୟତୀତ ଅନେକ ଲୋକ ଏହି ଭିଡିଓରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଜାରି ରଖିଛନ୍ତି ।

Get real time updates directly on you device, subscribe now.