fbpx
BJD SKY
BJD SKY

‘ମୋ ସ୍ୱାମୀ ଭାରି ବଦମାସ୍, ପ୍ରେମିକାକୁ ନେଇ ଫେରାର, ସୂଚନା ଦେଲେ ପୁରସ୍କାର ଦେବି’: ପତ୍ନୀଙ୍କ ପୋଷ୍ଟ ଭାଇରାଲ

BJD

ନୂଆଦିଲ୍ଲୀ: ଆଲୋଟର ବାସିନ୍ଦା ବିକ୍ରମ ନାଭାଟିଆ ତାଙ୍କ ପ୍ରେମିକାଙ୍କ ସହ ଫେରାର ହୋଇଛନ୍ତି । ଫଳରେ ତାଙ୍କ ପତ୍ନୀ ୨ ପିଲାଙ୍କୁ ଧରି ଆଲୋଟ ଥାନାର ଦ୍ୱାରସ୍ଥ ହୋଇଛନ୍ତି ଓ ନିଜ ସ୍ୱାମୀଙ୍କ ବିରୋଧରେ ଅଭିଯୋଗ କରିଛନ୍ତି । ଏହା ସହ ଫେରାର ମାରିଥିବା ସ୍ୱାମୀଙ୍କ ବିଷୟରେ ଯେକିହିବି ସୂଚନା ଦେଲେ ଉପଯୁକ୍ତ ପୁରସ୍କାର ଦେବି ବୋଲି ପତ୍ନୀ ଘୋଷଣା କରିଛନ୍ତି । ଏହି ମେସେଜ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ସୂଚନାନୁସାରେ, ପତ୍ନୀ ସପନା ଗ୍ରାମପଞ୍ଚାୟତ ଆଭାଲିଆ ସୋଲାଙ୍କିରେ ସହକାରୀ ସଚିବ ପଦରେ ଅଛନ୍ତି । ସପନା ୨୦୧୨ ରେ ବିକ୍ରମ ନାଭାଟିଆଙ୍କୁ ବିବାହ କରିଥିଲେ । ଉଭୟଙ୍କର ଦୁଇଟି ସନ୍ତାନ ଅଛନ୍ତି । ପତ୍ନୀ ଅଭିଯୋଗ କରିଛନ୍ତି ଯେ, ବିକ୍ରମ ଆଉ ଜଣେ ମହିଳାଙ୍କ ସହ ସଂପର୍କରେ ଥିଲେ । ଏହା ସହ ବିକ୍ରମ ପ୍ରତିଦିନ ନିଜ ପତ୍ନୀଙ୍କୁ ମାଡ ମାରୁଥିଲେ ଏବଂ ଯୌତୁକ ଆଣିବା ପାଇଁ ଚାପ ପକାଉଥିଲେ ।

ରିପୋର୍ଟରେ ସପନା କହିଛନ୍ତି, ‘ଅଗଷ୍ଟ ୧୭ ରେ ମୋ ସ୍ୱାମୀ ସେହି ମହିଳାଙ୍କ ସହ ଘରୁ ନଗଦ ୨ ଲକ୍ଷ ଟଙ୍କା, ଅଳଙ୍କାର ଏବଂ ମୋଟରସାଇକେଲରେ ନେଇ ଫେରାର ମାରିଛନ୍ତି । ଏପରିକି ସେ ମୋତେ ମାରିଦେବାକୁ ଧମକ ଦେଇ ଯାଇଛନ୍ତି ।’

ପତ୍ନୀ ସପନା ସୋସିଆଲ ମିଡିଆରେ ଏକ ବାର୍ତ୍ତା ଲେଖିଛନ୍ତି ଯେ, ତାଙ୍କ ସ୍ୱାମୀଙ୍କୁ ଜଣେ କୁଖ୍ୟାତ ବଦମାସ୍ । ପ୍ରତିଦିନ ସେ ନିରୀହ ଝିଅମାନଙ୍କୁ ତାଙ୍କ ଜାଲରେ ପକାଏ । ସେମାନଙ୍କୁ ଶୋଷଣ କରି ଛାଡିଦିଏ । ସେ ଆଲୋଟର କୌଣସି ଝିଅ ସହ ଫେରାର ମାରିଛି । ସେ ତାଙ୍କ ପତ୍ନୀ ଏବଂ ଦୁଇ ପିଲାଙ୍କୁ ମଧ୍ୟ ଛାଡିଦେଇଛି । ଯଦି ଆପଣ ଏହି ବଦମାସକୁ କୌଣସି ସ୍ଥାନରେ ଦେଖନ୍ତି, ତେବେ ମୋ ନମ୍ବରରେ ସମ୍ପର୍କ କରନ୍ତୁ । ଉଚିତ୍ ପୁରସ୍କାର ମିଳିବ ।’

Get real time updates directly on you device, subscribe now.