fbpx

ଫସଲ ନଷ୍ଟ କଲା ବୋଲି ମିଳିଲା ମୃତ୍ୟୁ: ମିଳିମିଶି ହାତୀକୁ ମାରି ଦେଲେ ଗ୍ରାମବାସୀ

AAKASH

ରାଉରକେଲା: ପଶୁପକ୍ଷୀଙ୍କ ଅଭ୍ୟାସ ବିଲବାଡିରେ ପଶି ଖାଯ୍ୟ ଖାଇବା । ତେଣୁ ପ୍ରାୟ ସମୟରେ ସେମାନେ କ୍ଷେତର ମାଲିକଭ୍କ ହାତରେ ଧରା ପଡି ମାଡ ବି ଖାଆନ୍ତି । କିନ୍ତୁ ପୁଣି ଥରେ ସେହି କାମ କରନ୍ତି । କାରଣ ସେମାନଙ୍କର ମଣିଷ ଭଳି ବୁଦ୍ଧି କିମ୍ବା ବିବେକ ନଥାଏ, କିନ୍ତୁ ମଣିଷର ତ ଅଛି । ତେବେ କେମିତି ମଣିଷ ଏତେ ନିଷ୍ଠୁର ହୋଇପାରୁଛି ଏକ ନିରୀହ ପଶୁ ଉପରେ । ଫସଲ ହାନି କରୁଥିବାରୁ ଗୋଟିଏ ହାତୀକୁ ନିର୍ମମ ହତ୍ୟା ହୋଇଥିବା ଘଟଣାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।

ସୂଚନା ଅନୁସାରେ, ଫସଲ ନଷ୍ଟ କରୁଥିବାରୁ ଗ୍ରାମବାସୀମାନେ ଗୋଟିଏ ନିରୀହ ହାତୀକୁ ଜୀବନରୁ ମାରି ଦେଇଛନ୍ତି ଗ୍ରାମବାସୀ । ସୁନ୍ଦରଗଡ଼ ଜିଲ୍ଲାରେ ହାତୀ ଏବଂ ମଣିଷ ମଧ୍ୟରେ ଲଢ଼େଇ ଜାରି ରହିଛି । ତେବେ ଏହି ହାତୀ ହତ୍ୟା ମାମଲାରେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଗତ ୧୦ ତାରିଖରେ ରାଉରକେଲା ବନଖଣ୍ଡ ବାଙ୍କୀ ଜଙ୍ଗଲ ନିକଟରେ ହାତୀ ମୃତ୍ୟୁ ଘଟଣାରେ ବନ ବିଭାଗ ୬ ଜଣ ଗ୍ରାମବାସୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ହାତୀ ଫସଲ ନଷ୍ଟ କରୁଥିବାରୁ କିଛି ଗ୍ରାମବାସୀ ମିଶି ହାତୀକୁ ହତ୍ୟା କରିବା ପାଇଁ ଯୋଜନା କରିଥିଲେ । ଏବଂ ଯେତେବେଳେ ହାତୀ ଫସଲ ଖାଇବାକୁ ଆସିଥିଲା ଗ୍ରାମବାସୀମାନେ ଲୁଚିରହି ଆକ୍ରମଣ କରିଥିଲେ । ତେବେ ହାତୀକୁ ବର୍ଚ୍ଛା ଦ୍ୱାରା ଆକ୍ରମଣ କରି ହତ୍ୟା କରାଯାଇଥିବା ଜାଣିବାକୁ ମିଳିଛି । ହତ୍ୟାରେ ବ୍ୟବହୃତ ହୋଇଥିବା ବର୍ଚ୍ଛାକୁ ଜବତ କରିଛି ପୋଲିସ । ଏବେ ସୁନ୍ଦରଗଡ଼ ଜିଲ୍ଲାରେ ଏ ଘଟଣା ନେଇ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।

Get real time updates directly on you device, subscribe now.