fbpx
BSKY
BJD SHG SKY
BJD YOUTH SKY

Bombay Stock Exchangeରେ ବେଲ୍ ବଜାଇଲେ ମୁଖ୍ୟମନ୍ତ୍ରୀ: ମୁଖ୍ୟ ଅତିଥି ଭାବେ କାର୍ଯ୍ୟାଳୟ ପରିଦର୍ଶନ କଲେ ନବୀନ

ଭୁବନେଶ୍ୱର: ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ କାର୍ଯ୍ୟାଳୟ ପରିଦର୍ଶନ କରିଛନ୍ତି ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡ଼ିଶା ଇନଭେଷ୍ଟର୍ସ ମିଟ୍ରେ ଯୋଗ ଦେବାକୁ ତିନି ଦିନିଆ ମୁମ୍ବାଇ ଗସ୍ତରେ ଯାଇଥିବା ମୁଖ୍ୟମନ୍ତ୍ରୀ ଦଲାଲ ଷ୍ଟ୍ରିଟର ଜିଜିଭୟ ଟାୱାର ସ୍ଥିତ ବମ୍ବେ ଷ୍ଟକ ଏକ୍ସଚେଞ୍ଜ ପରିଦର୍ଶନ କରିଛନ୍ତି । ସେଠାରେ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ କାର୍ଯ୍ୟାଳୟରେ ଓପନିଂ ବେଲ୍ ବଜାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଓପନିଂ ବେଲ୍ ରିଂ ଉତ୍ସବରେ ନବୀନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବେଲ୍ ବଜାଇଛନ୍ତି । ୧୩ ତାରିଖରୁ ତିନି ଦିନିଆ ମୁମ୍ବାଇ ଗସ୍ତରେ ଯାଇଥିବା ମୁଖ୍ୟମନ୍ତ୍ରୀ ୧୪ ତାରିଖରେ ଓଡ଼ିଶା ଇନ୍ଭେଷ୍ଟର୍ସ ମିଟ୍ରେ ଯୋଗ ଦେଇଥିଲେ । ଏହି ଅବସରରେ ସେ ଅନେକ ପୁଞ୍ଜିପତିଙ୍କ ସହ ଆଲୋଚନା କରିବା ସହ ଓଡ଼ିଶାରେ ପୁଞ୍ଜି ନିବେଶ ଓ ମେକ୍ ଇନ୍ ଓଡିଶା-୨୦୨୨ ରେ ସାମିଲ ହେବା ପାଇଁ ନିବେଦନ କରିଥିଲେ । ମେକ୍ ଇନ୍ ଓଡ଼ିଶା କନକ୍ଲେଭର ତୃତୀୟ ସଂସ୍କରଣ ନଭେମ୍ବର ୩୦ରୁ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ଚାଲିବ । ନବୀନ ପ୍ରଥମେ ମହିନ୍ଦ୍ରା ଗ୍ରୁପ ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରାଙ୍କୁ ଭେଟିଥିଲେ । ଦୁବାଇ, ଅହମ୍ମଦାବାଦ ଓ ଦିଲ୍ଲୀ ପରେ ମୁମ୍ବାଇରେ ନିବେଶକଙ୍କ ସହ ଆଲୋଚନା କରୁଛନ୍ତି ନବୀନ । ମୁମ୍ବାଇ ପରେ ବେଙ୍ଗାଲୁରୁରେ ଓଡ଼ିଶା ଇନଭେଷ୍ଟର୍ସ ମିଟ୍ ହେବାର କାର୍ଯ୍ୟକ୍ରମ ରହିଛି । ପରବର୍ତ୍ତୀ ସମୟରେ ଚେନ୍ନାଇ, କୋଲକତା ଆଦି ସ୍ଥାନରେ ଏହି ସମ୍ମିଳନୀ କରାଯିବ ।

ସାଧାରଣତଃ ଷ୍ଟକ୍ ଏକ୍ସଚେଞ୍ଜରେ କୌଣସି କଂପାନୀର ଲିଷ୍ଟିଂ ହେଲେ କିମ୍ବା ଓଚଙ ଇସ୍ୟୁ ହେଲେ କଂପାନୀର କର୍ମକର୍ତ୍ତା ଓ ପ୍ରମୋଟର ବେଲ ରିଂ କରିଥାନ୍ତି । ଏହାସହ କୌଣସି ବିଶିଷ୍ଟ ବ୍ୟକ୍ତିଙ୍କୁ ବେଲ୍ ବଜାଇ ସ୍ୱାଗତ କରିଥାଏ ବିଏସଇ । ବମ୍ବେ ଷ୍ଚକ୍ ଏକ୍ସଚେଞ୍ଜରେ ଓଡ଼ିଶାର କୌଣସି ମୁଖ୍ୟମନ୍ତ୍ରୀ ବେଲ୍ ବଜାଇବାରେ ନବୀନ ହେଉଛନ୍ତି ପ୍ରଥମ ।

Get real time updates directly on you device, subscribe now.